-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
22-Nov-2020
ସମ୍ବଲପୁର (ସଞ୍ଜିବ ପାଣିଗ୍ରାହୀ ଙ୍କ ରିପୋର୍ଟ): ମାନବ ଅଧିକାର ଉପରେ କାର୍ଯ୍ୟ କରୁଥିବା ସର୍ବ ଭାରତୀୟ ଉତ୍କଳିୟମ ଫାଉଣ୍ଡେସନର ଜିଲ୍ଲା ସଭାପତି ରୂପେ ସାମ୍ବାଦିକ ତଥା ସଂଗଠକ ସରୋଜ ସାହୁ ଙ୍କୁ ସମ୍ବଲପୁର ଜିଲ୍ଳା ସଭାପତି ରୂପେ ମନୋନୀତ କରାଯାଇଛି । ଏହାର ଅଧ୍ୟକ୍ଷ ରାଜୀବ ଲୋଚନ ପ୍ରଧାନ ଏ ନେଇ ଆଜି ଘୋଷଣା କରି ଶ୍ରୀ ସାହୁ ଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି । ସୁଚନା ଯୋଗ୍ୟଯେ ବରିଷ୍ଟ ସାମ୍ବାଦିକ ରମାକାନ୍ତ ବିଶ୍ୱାଳ ଏହାର ପଶ୍ଚିମ ଓଡିଶା ସଂଯୋଜକ ଥିବା ବେଳେ ସାମାଜିକ କର୍ମୀ ଡା.ରାଜାରାମ ଷଡଙ୍ଗୀ ପୁର୍ବରୁ ଓଡିଶା ଶାଖା ମହା ସଚିବ ଅଛନ୍ତି । ଜ଼ିଲ୍ଲା ସଭାପତି ମନୋନୀତ ହେବା ପରେ ଶ୍ରୀ ସାହୁ ଙ୍କୁ ଅନେକ ବ୍ୟକ୍ତି ବିଶେଷ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି l