-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||     

HOME   ଜିଲ୍ଲା

ୱେସ୍କୋରେ ଏସ୍‌ଟି ଏସ୍‌ଟି ନିଯୁକ୍ତି ଓ ପଦୋନ୍ନତି ସକାଶେ ୩୯ ପ୍ରତିଶତ ସଂରକ୍ଷଣ ଲାଗୁ ଦାବିରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି

22-Nov-2020



ବଲାଙ୍ଗିର,(ସନ୍ତୋଷ ଠାକୁର)- ସ୍ଥାନୀୟ ପାୱାର ହାଉସ ଠାରେ ୱେସ୍କୋ ୟୁଟିଲିଟି ଏସ୍‌ସି ଏସ୍‌ଟି ଏମ୍ଲଇଜ୍ ୱେଲଫେୟାର ଏସୋସିଏସନର ବଲାଙ୍ଗିର ସର୍କଲ ସ୍ତରୀୟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏସୋସିଏସନର ସଭାପତି ନିରଞ୍ଜନ ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୱେସ୍କୋ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ, ଏସ୍‌ଟି ଏସ୍‌ସିମାନଙ୍କ ପ୍ରତି ବୈମାତୃକ ମନୋଭାବ, ଚରମ ଅବହେଳା, ଉପେକ୍ଷା, ଏସ୍‌ଟିଏସ୍‌ସି ବିରୋଧି ମନୋଭାବକୁ କଡା ସମାଲୋଚନା କରାଯାଇଥିଲା । ୱେସ୍କୋ ୟୁଟିଲିଟିରେ ଏସ୍‌ଟି ଏବଂ ଏସ୍‌ସି କର୍ମଚାରୀମାନଙ୍କୁ ଶତକଡା ୩୯ ପ୍ରତିଶତ ସ୍ଥାନ ସଂରକ୍ଷଣ ଭିତ୍ତିରେ ପଦୋନ୍ନତି ଦେବା ସହିତ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଏସ୍‌ଟି ପ୍ରାର୍ଥୀ ପାଇଁ ଶତକଡା ୨୨.୫୦ ପ୍ରତିଶତ ଏବଂ ଏସ୍‌ସି ପ୍ରାର୍ଥୀମାନଙ୍କ ପାଇଁ ଶତକଡା ୧୬.୨୫ ପ୍ରତିଶତ ସ୍ଥାନ ତଥା ଚାକିରୀ ସଂରକ୍ଷଣ ଭିତ୍ତିରେ ଦେବାକୁ ଓଡିଶା ସରକାରଙ୍କ ଶକ୍ତି ବିଭାଗ, ଏସ୍‌ଟି ଏବଂ ଏସ୍‌ସି ଉନ୍ନୟନ ବିଭାଗ, ଆଇନ ବିଭାଗ ଆଦେଶ ଦେଇଛନ୍ତି । ଏହା ସହିତ ଓଡିଶା ହାଇକୋର୍ଟ ଏବଂ ଓଡିଶା ବିଦ୍ୟୁତ ନିୟମକ ଆୟୋଗ ମଧ୍ୟ ୱେସ୍କୋରେ ନିଯୁକ୍ତି ଓ ପଦୋନ୍ନତି ରେ ଏସ୍‌ଟି ଏସ୍‌ସିମାନଙ୍କୁ ସଂରକ୍ଷଣ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇସାରିଛନ୍ତି । ଏହା ସତ୍ତ୍ୱେ ୱେସ୍କୋ କର୍ତ୍ତୃପକ୍ଷ ସଂରକ୍ଷଣ ପଦ୍ଧତିକୁ ଲାଗୁ କରିବାରେ ଟାଳଟୁଳ ନିତି ଅବଲମ୍ବନ କରି ସରକାର ଏବଂ କୋର୍ଟଙ୍କ ନିର୍ଦ୍ଦେଶକୁ ଉଲଂଘନ କରୁଛନ୍ତି ବୋଲି କର୍ମଚାରୀ ସଂଘ ଉଦ୍‌ବେଗ ପ୍ରକାଶ କରିଛି । ଠିକା ନିଯୁକ୍ତିରେ ମଧ୍ୟ ଓଡିଶା ସ୍ଥାନ ସଂରକ୍ଷଣ ଆଇନ ୧୯୭୫ ଅନୁସାରେ ନିଯୁକ୍ତି ପ୍ରଦାନ, ଏସ୍‌ଟି ଏସ୍‌ସି କର୍ମଚାରୀଙ୍କ ପାଇଁ ୱେସ୍କୋରେ ପ୍ରୋଟେକ୍ସନ ସେଲ ଗଠନ, ଫାଇନାନ୍ସ କୋ ଅପରେଟିଭ୍ କର୍ପୋରେସନ ଗଠନ, ଏସୋସିଏସନର କର୍ମକର୍ତ୍ତାମାନଙ୍କୁ ସୁରକ୍ଷିତ କର୍ମଚାରୀ ଘୋଷଣା, ସାଂଗଠାନିକ କାର୍ଯ୍ୟ କରିବା ପାଇଁ ୩୦ ଦିନର ସ୍ୱତନ୍ତ୍ର ଛୁଟି ଘୋଷଣା କରିବାକୁ ସଭାରେ ପ୍ରସ୍ତାବ ଗୃହିତ ହୋଇଥିଲା ।

ଏସ୍‌ଟିଏସ୍‌ସି ୱେସ୍କୋର ସମସ୍ତ କର୍ମଚାରୀମାନଙ୍କ ସାମୁହିକ ଦାବି ଗୁଡିକୁ ୭ ଦିନ ମଧ୍ୟରେ ସମାଧାନ ନ କଲେ ୱେସ୍କୋର ସମସ୍ତ କାର୍ଯ୍ୟାଳୟ ଗୁଡିକୁ ଅଚଳ କରିଦିଆଯିବ ବୋଲି କଡା ଚେତାବନୀ ଦେଇଥିଲେ । ସଭାରେ ସଙ୍ଗଠନ ସଂପାଦକ ସୁରେନ୍ଦ୍ର ସେଠ, କାର୍ଯ୍ୟକାରୀ ସଭାପତି ଅରବିନ୍ଦ ଛତ୍ରିଆ, ମୁଖ୍ୟ ବକ୍ତା ଭାବରେ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର କାର୍ଯ୍ୟକାରୀ ସଭାପତି ବ୍ରଜ କିଶୋର ସିଂଭୋଇ, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ମୁଖ୍ୟ ଉପଦେଷ୍ଟା ସତ୍ୟ ନାରାୟଣ ଭୋଇ, ଶ୍ରମିକ ସଂଘ ସଭାପତି ସମ୍ଭୁ ନାଗ, ଏ.ପି.ଆଇ ନେତା ଦିନେଶ ନାଗ ସମ୍ବିଧାନ ସଚେତନ ଅଭିଯାନର ସଭାପତି ଗୁପ୍ତେଶ୍ୱର ଖୁରା, ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ବଲାଙ୍ଗିର ସର୍କଲ ସେକ୍ରେଟାରୀ ଭାବରେ ବିମ୍ବାଧର ବାରିକକୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । 


News Comment




Photo in News

Advertisment
Lastest News
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026
  ଜିଲ୍ଲା  
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   26-Sep-2026
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026

You Might Also Like