-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
22-Nov-2020
ବଲାଙ୍ଗିର, (ପ୍ରେରଣା ଖବର) - ବାଧିତ ଜନବନ୍ଧୁ ପ୍ରଭାକର ରଥଙ୍କ ଜନ୍ମ ଶତ ବାର୍ଷିକୀ କମିଟି ଆନୁକୂଲ୍ୟ ରେ "ପ୍ରଭାକର ରଥଙ୍କ ବଂଶାବଳୀ "ପୁସ୍ତକ ଉନ୍ମୋଚିତ ହୋଇ ଯାଇଛି l ଅବସର ପ୍ରାପ୍ତ ଶିକ୍ଷକ ରଘୁନାଥ ମିଶ୍ର ଙ୍କ ସଭାପତିତ୍ୱ ରେ ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆ, ସୁଗୃହିଣୀ ଚେର ପୁଝାରି, ଶିକ୍ଷୟିତ୍ରୀ କସ୍ତୁରୀ ରଥ ଓ ପ୍ରଭାକର ରଥ ଙ୍କ ସୁପୁତ୍ର ମଦନ ମୋହନ ରଥ ଉପସ୍ଥିତ ରହି ପୁସ୍ତକ କୁ ଉନ୍ମୋଚନ କରିଥିଲେ l କରୋନା କଟକଣା ର ସମସ୍ତ ନିୟମ ପାଳନ ପୂର୍ବକ, କେତେଜଣ ଆଗ୍ରହୀ ବନ୍ଧୁଙ୍କ ଗହଣରେ ପୁସ୍ତକଟି ଉନ୍ମୋଚିତ ହୋଇଥିଲା l ଯୁବକବି ରତ୍ନମୟ ତ୍ରିପାଠୀ ପୁସ୍ତକ ସମ୍ପର୍କ ରେ ଆଲୋଚନା କରିଥିବା ବେଳେ, ମଦନ ମୋହନ ରଥ ଳେଖନୀୟ ମତ ରଖିଥିଲେ l କସ୍ତୁରୀ ରଥ ସଭା ସଂଯୋଜନା କରି ଥିବା ବେଳେ ସମସ୍ତଙ୍କୁ ଧନ୍ୟବାଦ ଦେଇ ଥିଲେ ଅରୁଣ କୁମାର ଖୁଆସ l ପୁସ୍ତକଟି ଆଗାମୀ ପିଢ଼ି ଙ୍କ ପାଇଁ ବହୁତ ଉପାଦେୟ ହେବ ବୋଲି ଉପସ୍ଥିତ ଅତିଥି ଓ ସୁସାହିତ୍ୟିକ ମାନେ ମତବ୍ୟକ୍ତ କରିଥିଲେ l