-+91-9937148622 |
prerana_bgr@rediffmail.com |
Sunday 28th June 2026 |
R.N.I. Regd No. ODIODI/2010/46693
Breaking News
25-Sep-2020
ଲୋଇସିଂହା- କୋଭିଡ ଗାଇଡ୍ଲାଇନ୍କୁ ମାନୁ ନାହାନ୍ତି ଲୋକେ
ଲୋଇସିଂହା,ଠ୮/ଠ୮(ନି.ପ୍ର): କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିଚାଲିଥିବା ବେଳେ ଲୋକଙ୍କୁ ସଚେତନ କରିବାରେ ଜିଲ୍ଲା ପ୍ରସାସନ ଭରପୁର ଉଦ୍ୟମ କରିଛି । କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଅଗଷ୍ଟ ୮ରୁ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାକୁ ସଟ୍ଡାଉନ ଘୋଷଣା କରାଯାଇଛି । ଏହି ସମୟରେ କିନ୍ତୁ ଲୋଇସିଂହା ଅଂଚଳରେ କିଛି ଅମାନିଆ ଲୋକ କୋଭିଡ୍ ଗାଇଡଲାଇନ୍କୁ ପାଳନ କରୁନଥିବା ଦେଖାଯାଇଛି । ସଂଧ୍ୟା ହେଲେ ଗୁପ୍ଚୁପ୍ ଓ ଭୁଜା ଠେଲା ମାନଙ୍କରେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ଏପରିସ୍ଥଳେ ଲୋଇସିଂହା ଅଂଚଳରେ ମଧ୍ୟ କରୋନା ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଛି । ତେଣୁ ପୋଲିସ ପ୍ରଶାସନ ଏପରି ଅମାନିଆ ଲୋକଙ୍କୁ ସାବାଡ କରିବା ଦିଗରେ ପଦେକ୍ଷେପ ନେବାକୁ ଦାବି ହେଉଛି ।