-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
09-Jun-2022
ତୁଷୁରା(ପ୍ରେରଣl ଖବର) - ଫେସବୁକ୍ କଲାପଟା, ତୁଷୁରା ଆନୁକୂଲ୍ୟରେ ବୁଧବାର ଅପରାହଣ ୫ଟା ସମୟରେ ଖର୍ଡା ଠାରେ ସଂପାଦକ ଆଶୁକବି ହେମନ୍ତ ଦାଶଙ୍କ ଅଧ୍ୟକ୍ଷତାରେ କବିତା ଆସର ଅନୁଷ୍ଠିତ ହୋଇଥିଲା। ବରିଷ୍ଠ କବି ବରୁଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଧନେଶ୍ବର ଥନାପତି ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ କବି ପୂର୍ଣ୍ଣଚନ୍ଦ୍ର ମେହେର ଓ ଚୁଟୁ ନାଗ ଯୋଗ ଦେଇଥିଲେ।
ଏହି ଅବସରରେ କବି ଦେବେନ୍ଦ୍ର ଭୋଇ ଓ କବି ସନ୍ତୋଷ କୁମାର ବେହେରାଙ୍କ ଜନ୍ମ ଦିନ ପାଳନ କରାଯାଇଥିଲା। ଅନୁଷ୍ଠାନ ତରଫରୁ ଉଭୟ କବିଙ୍କୁ ଉପହାର ପ୍ରଦାନ କରା ଯାଇଥିଲା
କବି ପ୍ରଦୀପ ତ୍ରିପାଠୀଙ୍କ ସଂଯୋଜନାରେ କବିତା ପାଠ ଅନୁଷ୍ଠିତ ହୋଇଥିଲା। କବୟିତ୍ରୀ ବବିତା ନାୟକ, ହୀରାବତୀ ସାହୁ, କନକଲତା ପଣ୍ଡା ତଥା କବି ନେପାଳ ଘିଭେଲା, ଭକ୍ତବନ୍ଧୁ ସାହୁ, ସନ୍ତୋଷ କୁମାର ବେହେରା, ଅବନୀ ସାହୁ, ପ୍ରହଲ୍ଲାଦ ଦଣ୍ଡସେନା,ଦେବେନ୍ଦ୍ର ଭୋଇ, ଚୁଟୁ ନାଗ, ବରୁଣ ସାହୁ, ପୂର୍ଣ୍ଣଚନ୍ଦ୍ର ମେହେର, ଆଶୁକବି ହେମନ୍ତ ଦାଶ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। ଯୁଗଳ କିଶୋର ସାହୁ ଓ କ୍ଷୀରେଶ୍ବର ଦଳବେହେରା ସହଯୋଗ କରିଥିଲେ। କବି ଭକ୍ତବନ୍ଧୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।