-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||     

HOME   ଜିଲ୍ଲା

ବର୍ଷା ଆସିଲେ ପ୍ରମାଣର ଚିହ୍ନ ବର୍ଣ୍ଣ ଆଉ ରହିବନି, ବଙ୍ଗୋମୁଣ୍ଡା ବ୍ଲକରେ ବାଳି ମାଫିଆଙ୍କ ଉପରେ ପ୍ରଶାସନର ନିୟନ୍ତ୍ରଣ ନାହିଁ । ରାଜସ୍ବ ଆଦାୟ ହାସ୍ୟାସ୍ପଦ।

08-Jun-2022



ସିନ୍ଧେକେଲା(ଅନୀଲ କୁମାର ତ୍ରିପାଠୀ) ଲଘୁଖଣିଜ ସମ୍ପଦ ପରିପୂର୍ଣ୍ଣ ବଙ୍ଗୋମୁଣ୍ଡା ବ୍ଲକ । ବଙ୍ଗୋମୁଣ୍ଡା ବ୍ଲକର ମାଟି ଉପରେ ଯେତିକି ଖଣିଜ ସମ୍ପଦ ଅଛି ମାଟି ତଳେ ସେତିକି। ଆଉ ବର୍ଷ ବର୍ଷ ଧରି ଏହି ଖଣିଜ ସମ୍ପଦ ର ଚାଳିଛି ହରିଲୁଟ। କିଏ ବଡବଡ ପାହାଡ କୁ କାଟି ପକାଇଲାଣି ତ କିଏ ବାଳି ଉଠାଇ ଉଠାଇ ନଦୀର ଗତିପଥ କୁ ପାର୍ଶ୍ବ ପରିବର୍ତ୍ତନ କରିବାକୁ ବସିଲାଣି । ତଥାପି ପ୍ରଶାସନିକ କଳ ଓ ଭିଜିଲାନ୍ସ ବିଭାଗ ହାତ ବାନ୍ଧି ବସିଛନ୍ତି  ନିରବଦ୍ରଷ୍ଟା ସାଜି ପୋଲିସ ର କଥା ନ କହିବା ଭଲ।  ଏପଟେ କିନ୍ତୁ ଏମାନଙ୍କ ନିରବତା

ଯୋଗୁଁ ସରକାର ହରାଉଛନ୍ତି କୋଟିକୋଟି ଟଙ୍କାର ରାଜସ୍ବ। ଆଉ ରାଜସ୍ବ ବିଭାଗ କେବଳ ଟେଣ୍ଡର ଆହ୍ବାନ କରି ଠିକାଦାର ମାନଙ୍କୁ ଠିକା ଦେଇଦେଳେ ନିଜକାମ ଶେଷ। ବଙ୍ଗୋମୁଣ୍ଡା ବ୍ଲକରେ ରାଜସ୍ୱ ବିଭାଗ ଲଘୁ ଖଣିଜ ଦ୍ରବ୍ଯରେ ଯାଉଥିବା ପଥର ଓ ବାଳି ସୈରାତ ଗୁଡିକୁ ଟେଣ୍ଡର ଜରିଆରେ ଠିକାଦାର ମାନଙ୍କୁ ଠିକା ଦେଇଛି । କେବଳ ବାଳି ଘାଟ ଓ ପଥର ଖାଦାନ ରୁ ଠିକା ମାଧ୍ୟମରେ ସରକାରି ତହବିଲ କୁ ବାର୍ଷିକ ପାଖାପାଖି ୨ କୋଟି ଟଙ୍କାର ରାଜସ୍ବ ଆଦାୟ ହେଉଥିବା ବଙ୍ଗୋମୁଣ୍ଡା ତହସିଲ ଅଫିସରୁ ଜଣା ପଡିଛି । ବିଶେଷ କରି ବାଳି ସୈରାତ ଗୁଡିକ ଠିକା ନେଇଥିବା ଠିକାଦାର ମାନେ ପ୍ରତିଦିନ ଶହଶହ ଟ୍ରାକ୍ଟର ଟ୍ରକ ଓ ହାଇୱା ଯୋଗେ ବାଳି ବହୁ ଦୂରଦୁରାନ୍ତ କୁ ଚାଳାଣ କରୁଥିବା ବେଳେ କିନ୍ତୁ ସରକାର ପାଉଥିବା ରାଜସ୍ବ ଆଦାୟ କୁ ଦେଖିଲେ ଏହା ହାସ୍ୟାସ୍ପଦ ଭଲି ମନେହେଉଛି। ଏବଂ ରାଜସ୍ବ ନିରୀକ୍ଷକ ମାନଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଉଦାହରଣ ସ୍ୱରୂପ ପ୍ରତିଦିନ ଗୋଟିଏ ଗୋଟିଏ ବାଳି ଘାଟରୁ କେବଳ ମାତ୍ର ୫୦ ଟ୍ରିପ ବାଳି ହାଇୱା ମାନଙ୍କରେ ଲୋଡ ଦେଳେ ଗୋଟିଏ ଗୋଟିଏ ହାଇୱା ରେ ଅତିକମରେ ୧୪ ରୁ ୧୬ ସି.ଏମ ବାଳି ଧରିଥାଏ ଏହି ହିସାବରେ ଜଦି ବାଳି ଘାଟର ଠିକାଦାର ବାଳି ସିଏମ କୁ ୬୫ ଟଙ୍କା ହିସାବରେ ଲିଜ ପାଇଛନ୍ତି ତେବେ ୧୬ ସିଏମ×୬୫ ଟଙ୍କା ରାଜସ୍ବ = ୧୦୪୦ ଟଙ୍କା ଗୋଟିଏ ହାଇୱା ପ୍ରତି। ଗୋଟିଏ ହାଇୱା ପ୍ରତି ସରକାରଙ୍କ ରାଜସ୍ବ ୧୦୪୦×୫୦ ଟ୍ରିପ = ୫୨ ହଜାର ପ୍ରତିଦିନ । କେବଳ ଗୋଟିଏ ଘାଟରୁ ଜଦି ଦିନକୁ ମାତ୍ର ୫୦ ହାଇୱା ବାଳି ଉଠାଏ ତେବେ ବର୍ଷକୁ ୩୬୫ ଦିନ × ୫୨ ହଜାର = ୧ କୋଟି ୮୯ ଲକ୍ଷ ୮୦ ହଜାର ଟଙ୍କା। ତାହାବି ଗୋଟିଏ ବର୍ଷରେ ଗୋଟିଏ ବାଳି ଘାଟରେ। ଏହାତ ଉଦାହରଣ ମାତ୍ର ବଙ୍ଗୋମୁଣ୍ଡା ତହସିଲ ଅଧିନରେ କିଛି ବାଳିଘାଟର ବାଳି ସିଏମ ପ୍ରତି ୧୪୯ ଟଙ୍କା ବି ଠିକା ଯାଇଛି। ତଥାପି ସମଗ୍ର ବଙ୍ଗୋମୁଣ୍ଡା ବ୍ଲକରେ ଥିବା ସବୁ ନଦୀ ,ନାଳ , ଯୋରରୁ ଶହଶହ ଟ୍ରିପ ବାଳି ଚାଳାଣ ହେଉଥିବା ବେଳେ ବାଳି ଓ ପଥର ଖାଦାନ ରୁ କେବଳ ୨ କୋଟି ଟଙ୍କା ରାଜସ୍ବ ଆଦାୟ ହେଉଥିବା କେତେବଡ କେଳେଙ୍କାରୀ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ତାହା ପ୍ରଶାସନିକ କଳ ଏବଂ ଭିଜିଲାନ୍ସ ବିଭାଗ ଚିନ୍ତା କରିବେ। ଏପଟେ ବର୍ଷକୁ ଥରେ ବର୍ଷା ମାସରେ ବର୍ଷା ପାଣି ମାଡିଆସିଲେ ସବୁ ସମାନ ହୋଇଯାଏ। କୋଉ ଘାଟରୁ କିଏ କେତେ ବାଳି ଉଠାଇଲା ତାର ଚିହ୍ନ ବର୍ଣ୍ଣ ବି ଜଣାପଡେ ନାହିଁ । କିଛି ଦିନ ପରେ ବର୍ଷା ଆସିବ ସେଥିପାଇଁ ଏବେ ପ୍ରତିଯୋଗିତା ଦେଖିବାକୁ ମିଳିଛି କିଏ କେତେ ବାଳି ଉଠାଇ ପାରିବ। କିଏ ଏଥିପାଇଁ ବାଳି ଘାଟରେ ଜେସିବି ମେସିନ ଲଗାଇଛି ତ କିଏ ଅତ୍ୟାଧୁନିକ ବଡବଡ ମେସିନ ତଥାପି ରାଜସ୍ବ ଆଦାୟ କୁ ଦେଖିଲେ ରାଜସ୍ବ ବିଭାଗର ରାଜସ୍ବ ନିରୀକ୍ଷକ ମାନଙ୍କ ସହଭାଗିତାରେ ସବୁ ହେଉଥିବା ସ୍ପଷ୍ଟ ବାରି ହୋଇ ପଡୁଛି । ସେଥିପାଇଁ ନିରୀକ୍ଷକ ମାନେ ଯେତିକି ଚଢଉ କରିବା କଥା କରୁନଥିବା ଓ ଜଦି ବି ଚଢଉ କଲେ ଘରତିଆରି ପାଇଁ କେହି ସ୍ଥାନିୟ ଟ୍ରାକ୍ଟର ବାଳା ମାନଙ୍କୁ ଧରି କିଛି ଫାଇନ କାଟି ନିଜ କାମ ସାରି ଦେଉଛନ୍ତି। ଫଳରେ ହାତିକୁ ବାଡ ଡେଇଁବା ସୁଯୋଗ ଦେଇ ପିମ୍ପୁଡି କୁ ଅଟକାଇ ହାତ ଚିକ୍କଣ କରୁଥିବା ଲୋକେ ଚର୍ଚ୍ଚା କରୁଛନ୍ତି । ଏହାକୁନେଇ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣୀ ସୁନାନୀ ଙ୍କୁ ପ୍ରତିକ୍ରିୟା ନେବାରୁ ମୁଁ ଆସିବା ପୁର୍ବରୁ ବର୍ଷକୁ ହାରାହାରି ୬୦ ଲକ୍ଷ ଟଙ୍କାର ରାଜସ୍ବ ଆଦାୟ ହେଉଥିଲା ବଙ୍ଗୋମୁଣ୍ଡା ତହସିଲର ମୋର ତିନିବର୍ଷ ରହିବା ଭିତରେ ବର୍ତ୍ତମାନ ବର୍ଷକୁ ପାଖାପାଖି ୨ କୋଟିର

ରାଜସ୍ବ ଆଦାୟ ହେଉଛି ଯାହାକି ପ୍ରଥମରୁ ୩ ଗୁଣା ଅଧିକ। ଏ ଗୋଟିଏ ସପ୍ତାହରେ ପାଖାପାଖି ୪୦ ହଜାର ଟଙ୍କାର ଫାଇନ ମୁଁ ଆଦାୟ କରିଛି । ଆଗରୁ ଆମ ତହସିଲ ଅଞ୍ଚଳରେ ଆରଆଇ କମ ଥିଲେ ଏବେ ନୁଆ ଆରଆଇ ଆସିଛନ୍ତି ତେଣୁ ଆଗକୁ ଆହୁରି ରାଜସ୍ବ ଆଦାୟ ବଢିବ ବୋଲି ମୋର ବିଶ୍ବାସ ଅଛି ବୋଳି ମତପ୍ରକାଶ କରିଥିଲେ। ଏ ଉପରେ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କଲେ ରାଜସ୍ବ ଆଦାୟ ଆହୁରୀ ବଢିବ ଏବଂ ସତ୍ଯାସତ୍ଯ ଜଣାପଡିବ ବୋଳି ଅଞ୍ଚଳ ବାସି ମତପ୍ରକାଶ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026

You Might Also Like