-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
07-Jun-2022
ବିନିକା(ହିମାଂଶୁ ଶେଖର ପୁଟେଲ) ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସୀଙ୍ଗିଯୁବା ଛକ ଠାରେ ଆଜି ମଙ୍ଗଳବାର ସକାଳେ ଏକ ବାଇକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ସୀଙ୍ଗିଯୁବା ଗ୍ରାମର ସୁଦର୍ଶନ ଭୋଇ ବୋଲି ଜଣାପଡିଛି । ସୁଦର୍ଶନ ଯାମପାଳି ଠାରେ ଥିବା କ୍ଷୀର ସୋଷାଇଟିରୁ କ୍ଷୀର ଦେଇ ଫେରୁଥିବା ସମୟରେ ବିନିକା ପଟରୁ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ସାଇକେଲ ଆରୋହୀ ସୁଦର୍ଶନଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକରେ ଥିବା ଦୁଇଜଣ ଯୁବକ ଗୁରୁତର ହୋଇଥିବା ଜଣାଯାଇଛି । ଉଭୟ ବ୍ୟକ୍ତିଙ୍କୁ 108 ଆମ୍ବୁଲାନ୍ସ ଯୋଗେ ବିନିକା ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା କରାଯାଉଛି। ଘଟଣା ସ୍ଥଳରେ ବିନିକା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।