-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
06-Jun-2022
ନାକଟିଦେଉଳ(କନ୍ଦର୍ପ ବେହେରା) -ଗତକାଲି ବିଳମ୍ବିତ ରାତିରେ ଚୋରାରେ କେନ୍ଦୁପତ୍ର ଚାଲାଣ ହେଉଥିବା ବେଳେ ବନବିଭାଗ ନାକଟିଦେଉଳ ବ୍ଲକ୍ ଅଫିସ୍ ପାଖରୁ ଏକ ମିନି ଟ୍ରକ୍ ସହ ୨୪୦ ବଣ୍ଡଲ୍ କେନ୍ଦୁପତ୍ର ଜବତ କରିଛି ା ଏଥିରେ ସଂପ୍ରୁକ୍ତ ଥିବା ୩ ଜଣ ଯୁବକକୁ ଅଟକ ରଖିଛି ବନବିଭାଗ ା
ବନବିଭାଗ ସୂତ୍ରରୁ ପ୍ରକାଶ ଯେ , ଗତକାଲି ରାତିରେ ଡଇଁଚା
ପଟୁ ଏକ ମିନି ଟ୍ରକ୍ ରେ କେନ୍ଦୁପତ୍ର ଆସୁଥିବାର ଖବର ପାଇଥିଲେ ା ବନବିଭାଗ ବ୍ଲକ୍ ଛକରେ ଛକି ରହିଥିଲେ ା ଅଶୋକ ଲେଲ୍ୟାଣ୍ଡ କଂପାନୀର ଏକ ମିନି ଟ୍ରକ୍ କୁ ବନବିଭାଗ ଅଟକାଇଥିଲେ ା ଟ୍ରକ୍ ରେ ଚୋରାରେ କେନ୍ଦୁପତ୍ର ଚାଲାଣ ହେଉଥିବା ବନବିଭାଗ ଜାଣିପାରିଥିଲା ା ଗାଡ଼ିରୁ ୩ ଜଣଙ୍କୁ ବନବିଭାଗ ଅଟକ ରଖିଥିଲା ା ଅଟକ ଯୁବକମାନେ ହେଲେ
ନିମେଇଁ ସାହୁ( ୨୩) ,ସୁଧୀର କିସାନ୍ (୩୧) , ଏବଂ ସୁଶୀଲ ସାହୁ (୨୧) ା ସେମାନେ ସମସ୍ତେ ରିଆମାଳ ଥାନା ତେଲିମୁଣ୍ଡା ଗ୍ରାମର ବୋଲି ବନବିଭାଗ କହିଛି l
ରେଢ଼ାଖୋଲ ଡିଏଫ୍ଓ ଙ୍କ ନିର୍ଦ୍ଦେଶ କ୍ରମେ ରେଞ ଅଧିକାରୀ ଅଶ୍ବିନୀ ବେହେରା, ଫରେଷ୍ଟର ଅନୀଲ୍ କିସାନ୍ ,ଫରେଷ୍ଟଗାର୍ଡ ମନିସ୍ ହରୋ ସାମିଲ୍ ହୋଇଥିଲେ ା ଆସନ୍ତାକାଲି ଚୋରା ବେପାରୀମାନଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ବନବିଭାଗ କହିଛି ା