-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
05-Jun-2022
ଗୁଡ଼ଭେଲା(ପ୍ରେରଣା ଖବର) -ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଲକର ରୁଷୁଡା କୃଷି ସମବାୟ ସମିତିର ନିର୍ବାଚନରେ ନିର୍ବାଚନ ଅଧିକାରୀଙ୍କ ମନମୁଖୀ କାର୍ଯ୍ଯକୁ ବିରୋଧ କଲେ ପ୍ରାର୍ଥୀ ପୃର୍ଥିରାଜ ନନ୍ଦ । ସେ ଗଣମାଧ୍ୟମ ଆଗରେ ଅଭିଯୋଗ କରନ୍ତି ଯେ,ଏହି ନିର୍ବାଚନରେ ୬ନମ୍ବର ଜୋନର ହେମସାଗର ଭୋଇ ଓ ୭ନମ୍ବର ଜୋନର ନପୁର ଭୋଇଙ୍କର ମଧ୍ଯ ତିନୋଟି ଲେଖାଏଁ ସନ୍ତାନ ରହିଥିବା ବେଳେ ତାଙ୍କର ପ୍ରାର୍ଥିପତ୍ର ନାକଚ କରି ନାହାଁନ୍ତି। କିନ୍ତୁ ମୋର ତିନୋଟି ସନ୍ତାନ ରହିଥିବାରୁ ପ୍ରାର୍ଥୀ ପତ୍ର ନାକଚ କରିଥିବା ଅଭିଯୋଗ କରନ୍ତି ଶ୍ରୀ ନନ୍ଦ।
ଏନେଇ ନିର୍ବାଚନ ଅଧିକାରୀ ଗୋପାଳ ଷଡଙ୍ଗୀଙ୍କୁ ପଚାରିବାରୁ ସେ କହନ୍ତି ମୁଁ ଜାଣି ନାହଁ ସେମାନଙ୍କ କେତେ ସନ୍ତାନ ଅଛନ୍ତି, କିନ୍ତୁ ଶ୍ରୀ ନନ୍ଦଙ୍କ ତିନୋଟି ସନ୍ତାନ ଥିବାରୁ ତାଙ୍କର ପ୍ରାର୍ଥିପତ୍ର ନାକଚ ହୋଇଥିବା ଦର୍ଶାଇଛନ୍ତି । ଅନ୍ୟ ପକ୍ଷରେ ଏହି କୃଷି ସମବାୟ ସମିତି ୧୪ ଟି ଜୋନକୁ ନେଇ ଗଠିତ। ବର୍ତ୍ତମାନ ଏହି ସମବାୟ ସମିତି ପାଇଁ ଡାଇରେକ୍ଟର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ୩ ନମ୍ବର ଜୋନ ଅନୁସୂଚିତ ଜାତି ପାଇଁ ସଂରକ୍ଷଣ ଅଛି। ଏହି ୩ ନମ୍ବର ଜୋନ ରେ ଦୁଃଖି ନନ୍ଦ,
ମୁରଳି ମଲ୍ଲିକ ଓ ପୃଥ୍ୱୀରାଜ ନନ୍ଦ ତିନିଜଣ ଆଶାୟୀ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ।ଆଜି ସ୍କୃଟିନି ରେ ପୃଥିରାଜ ନନ୍ଦଙ୍କ ତିନୋଟି ସନ୍ତାନ ଥିବାରୁ ନିର୍ବାଚନ ଅଧିକାରୀ ଅଯୋଗ୍ୟ ବୋଲି ପୃଥିରାଜଙ୍କ ପ୍ରାର୍ଥୀ ପତ୍ର ନାକଚ କରିଥିଲେ। ତେବେ ଆଉ ଦୁଇ ଜଣ ପ୍ରାର୍ଥୀଙ୍କ ମଧ୍ଯ ତିନୋଟି ସନ୍ତାନ ଥିବା ବେଳେ ତାଙ୍କର ପ୍ରାର୍ଥୀପତ୍ର ନାକଚ କରି ନଥିବାରୁ ତାହା ଆଇନ ବିରୋଧି ବୋଳି ଶ୍ରୀ ନନ୍ଦ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।ଏଥିପ୍ରତି ବିଭାଗୀୟ ଅଧିକାରୀ ଓ ବଲାଙ୍ଗୀର ପ୍ରଶାସନ ଦୃଷ୍ଟି ଦେଇ ସ୍ବଚ୍ଛ ନିର୍ବାଚନ କରିବାକୁ ସାଧାରଣରେ ମତପ୍ରକାଶ ପାଉଛି ।