-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
05-Jun-2022
କର୍ଲାମୁଣ୍ଡା (ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ବିଭିନ୍ନ ସ୍ଥାନରେ ରବିବାର ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ପକ୍ଷରୁ ବ୍ଲକ ର ଟେର୍ଚାପଲା ଓ ବିଜାପାଟି ଠାରେ ପୃଥକ ପୃଥକ ସଭା କରାଯାଇ ପରିବେଶ ଦିବସ ପାଳନ ର ଆବଶ୍ୟକତା ଉପରେ ଆଲୋଚନା କରାଯାଇଥିଲା।ଜଙ୍ଗଲରେ ଅନେକ ଗୁଡିଏ ଗଛ ଲୋପ ପାଇବାକୁ ବସିଥିବାରୁ ,ସେହି ସବୁ ଗଛ ଗୁଡିକୁ ବଞ୍ଚେଇବା ଆମ ସମସ୍ତ ଙ୍କ ଦାୟିତ୍ବ ବୋଲି ଉପସ୍ଥିତ ଚାଷୀ ମାନେ ମତ ପ୍ରକାଶ କରିଥିଲେ।ଏନେଇ ଗାଁ କମିଟି ର କରକର୍ତା ଓ ଚାଷୀ ମାନଙ୍କ ଉଦ୍ୟମ ରେ କଦମ୍ବ,ନିମ୍ବ,ବର,ପିଜୁଳି,ମହୁଲ,ଚାହଁର, ତେନ୍ତୁଳି, କେନ୍ଦୁ,ପଣସ,ଆତ, ବେଳ,ପ୍ରଭୁତି ମଞ୍ଜି କୁ ମାଟି ଗୋଲା ରେ ଭର୍ତ୍ତି କରି ଖାଲି ସ୍ଥାନ ମାନଙ୍କରେ ମାଟି ଗୋଲା କୁ ଫିଙ୍ଗି ଥିଲେ। ଏଥିରେ ଭିଡ଼ିସି ସମ୍ପାଦକ ନନ୍ଦି କିଶୋର ମାଝୀ, ଆକାଶୀ ମାଝୀ, ପୂର୍ବତନ ନାଏବ ସରପଞ୍ଚ ଗୌରୀ ଦୀପ,ସାମନ୍ତ ଦୀପ ପ୍ରମୁଖ ଉପସ୍ଥିତ ଥିଲେ।ଠୀକ ସେହିପରି ନର୍ଲା ବ୍ଲକ ର ଖେତୁପଡା, ମ ରାମପୁର ବ୍ଲକ ଡମ କର୍ଲଖୁଣ୍ଟା ,କାନ୍ଦେଗାଁ ଠାରେ ମଧ୍ୟ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ ହୋଇଯାଇଛି ।