-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
22-Nov-2020
ନର୍ଲା(ସଞ୍ଜୀବ ଦାସ)- ନର୍ଲା ବ୍ଲକ୍ ରୁପ୍ରା ପେକ୍ସ ଅନ୍ତର୍ଗତ ମୁସ୍କୁଟି ଠାରେ ଚଳିତ ଖରିଫ ଧାନ ସଂଗ୍ରହ ନିମନ୍ତେ ଉପମଣ୍ଡି ଶନିବାର ଉଦଘାଟିତ ହୋଇଛି। ପୂର୍ବ ସଭାପତି ସରୋଜ ରାଉତ ଏହାକୁ ଉଦଘାଟନ କରିଥିଲେ। ପ୍ରଥମ ଦିନ ୬ ଜଣ ଚାଷୀ ୩୮୦,୧୮ କ୍ଵିଣ୍ଟାଲ ଟୋକନ ପାଇଥିଲେ ବୋଲି ସମ୍ପାଦକ କୂମୁଦ ଚନ୍ଦ୍ର ମହାନନ୍ଦ ସୂଚନା ଦେଇଛନ୍ତି । ଆର୍ ଏମ୍ ସି କର୍ମଚାରୀ ଟଙ୍କଧର ଖମାରୀ , ମିଲର ପ୍ରସନ୍ନ ସାହୁ, ନଗେନ ସାହୁ ଉପସ୍ଥିତ ଥିଲେ। ସେହିପରି ପଲମ ପେକ୍ସ ତରଫରୁ ପଲମ ଓ ଗିଗିନା ଠାରେ ଉପମଣ୍ତି ଉଦଘାଟିତ ହୋଇଛି।