-+91-9937148622 |
prerana_bgr@rediffmail.com |
Wednesday 10th June 2026 |
R.N.I. Regd No. ODIODI/2010/46693
Breaking News
01-Jun-2022
ବଲାଙ୍ଗିର(ଅନ୍ତର୍ଯ୍ୟାମୀ ସାହୁ)ବଲାଙ୍ଗିର ବ୍ଲକ ଖଲିଆପାଲି ସରକାରୀ ଉଚ୍ଚ ପ୍ରଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାସୁଦେବ ମୁଗ୍ରୀ ଗତ ତା.୩୧.୦୫.୨୦୨୨ ମଙ୍ଗଳବାର ଦିନ ଅବସର ଗ୍ରହଣ କଲେ । ଉକ୍ତ ସଭାରେ ବଲାଙ୍ଗିର ଜିଲ୍ଲା ଶିକ୍ଷକ ସଂଗଠନର ସଂପାଦକ ପ୍ରଦୀପ ଖମାରୀଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ପୁଇଁନ୍ତଲା ବ୍ଲକର ବିଇଓ ଲୋକନାଥ ସୁନା ମୁଖ୍ୟ ଅତିଥି, ସଇଁନ୍ତଲା ବ୍ଲକର ବିଇଓ ଗୋବର୍ଦ୍ଧନ ଭୋଇ ସମ୍ମାନିତ ଅତିଥି ଓ ବଲାଙ୍ଗିର ବ୍ଲକର ଏବିଇଓ କୈଳାସ କୁମ୍ଭାର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସମସ୍ତ ଅତିଥି ବୃନ୍ଦ ବାସୁଦେବ ମୁଗ୍ରୀଙ୍କ କାର୍ଯ୍ୟକଳାପ ଉପରେ ଆଲୋକପାତ କରିଥିଲେ ଓ ଶିକ୍ଷକ ସୂର୍ଯ୍ୟମଣି ସୁନା ସଭା କାର୍ଯ୍ୟ ପରିଚାଳନା କରିଥିଲେ । ଉକ୍ତ ଉତ୍ସବରେ ଅନେକ ବ୍ଲକର ଶିକ୍ଷକମାନେ ଓ ଦଳିତ ସମାଜର ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ଅବସର ଗ୍ରହଣ କରିଥିବା ଶ୍ରୀ ମୁଗ୍ରୀ ଦଳିତ ଶିକ୍ଷକ ସଂଗଠନର ସଭାପତି ଅଛନ୍ତି ।