-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
31-May-2022
ସୁବର୍ଣ୍ଣପୁର-(ମନୋରଞ୍ଜନ ତ୍ରିପାଠି) ୟୂପିଏସସି ଦ୍ୱାରା ପରିଚାଳିତ ୨୦୨୧ ବର୍ଷର ସର୍ବ ଭାରତୀୟ ପ୍ରଶାସନିକ ସେବା ର ପରୀକ୍ଷାଫଳ ଗତକାଲି ପ୍ରକାଶ ପାଇଛି। ଏଥିରେ ସୋନପୁର ର କାର୍ତ୍ତିକ ପାଣିଗ୍ରାହୀ ଓଡିଶା ଟପ୍ପର ଭାବେ ସର୍ବ ଭାରତୀୟ ସ୍ତରରେ ୬୩ତମ ସ୍ଥାନରେ ରହି ସୋନପୁର ପାଇଁ ଗୌରବ ଆଣିଛନ୍ତି। ସେ ଦିଲ୍ଲୀ ୟୁନିଭର୍ସିଟିରେ ଇତିହାସବିଭାଗରେ ଏମ୍ ଫିଲ୍ କରୁଥିବା ବେଳେ ଶ୍ରୀମାନ ପାଣିଗ୍ରାହୀ କଲିକତା କେନ୍ଦ୍ରୀୟ ବିଦ୍ୟାଳୟ ରୁ ଶିକ୍ଷା ଆରମ୍ଭ କରିଥିବା ଜଣା ପଡିଛି lସେ ସଫଳତା ର ସମସ୍ତ ଶ୍ରେୟ ତାଙ୍କର ପରିବାରକୁ ଦେଇଥିବା ବେଳେ ସେ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାର ପ୍ରଥମ ଆଇଏଏସ୍ ଭାବରେ କୃତକାର୍ଯ୍ୟ ହୋଇଥିବା ଯୋଗୁଁ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଙ୍କ ପ୍ରାକ୍ତନ ପି ଏ ତଥା ପାଣିଗ୍ରାହୀ ଙ୍କ ପିଉସା ଧୂବଳ କିଶୋର ପଣ୍ଡା ଓ କାକା ପୋଲିସ ରାମ ଶଙ୍କର ପାଣିଗ୍ରାହୀ ଙ୍କ ପରିବାର ଓ ଜିଲ୍ଲାରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ଯେ ଶ୍ରୀମାନ ପାଣିଗ୍ରାହୀ ଦିଲ୍ଲୀ ଏୟାରପୋର୍ଟ ର ଏଜିଏମ୍ ଭାବରେ କାର୍ଯ୍ୟରତ ଶିବଶଙ୍କର ପାଣିଗ୍ରାହୀ ଓ ଗୀତା ପାଣିଗ୍ରାହୀ ଙ୍କ ବଡ଼ପୁଅ ହୋଇଥିବାବେଳେ ସୁବର୍ଣ୍ଣପୁର ଗଡ଼ଜାତର ବିଶିଷ୍ଟ ପଣ୍ଡିତ ସ୍ୱର୍ଗତ ଷଷ୍ଠୀ କୁମାର ପାଣିଗ୍ରାହୀ ଓ ବୃନ୍ଦାବତୀ ପାଣିଗ୍ରାହୀ ଙ୍କ ପୌତ୍ର ଅଟନ୍ତି।