-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
31-May-2022
ଲୋଇସିଂହା/ଆଗଲପୁର (ବିନୋଦ କୁମାର ଦୀପ) ଆଜି ବଲାଙ୍ଗିର କୃଷି ବିଜ୍ଞାନ କେନ୍ଦ୍ର ଠାରେ ଏକ ବିଶାଳ କୃଷି ମେଳାର ଆୟୋଜନ କରାଯାଇଥିଲା l ଉକ୍ତ କୃଷି ମେଳାରେ ୫ଶହରୁ ଉର୍ଦ୍ଧ ଚାଷୀ ଯୋଗ ଦେଇଥିଲେ l ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉକ୍ତ ଜାତୀୟ ଯୋଜନା ବାବଦରେ ହେଉଥିବା କାର୍ଯକ୍ରମର ସିଧା ପ୍ରସାରଣ କୃଷି ବିଜ୍ଞାନ କେନ୍ଦ୍ରରେ ଅନୁଷ୍ଠିତ ହୋଇଥଲା l ଏହି କାର୍ଯକ୍ରମରେ ମୁଖ୍ୟଅତିଥି ଭାବରେ ବଲାଙ୍ଗୀର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓ ଓ ଲୋଇସିଂହା ବିଧାୟକ ଡ. ମୁକେଶ
ମହାଲିଙ୍ଗ ଯୋଗ ଦେଇଥିଲେ l କୃଷି ବିଜ୍ଞାନୀ କେନ୍ଦ୍ରର ପ୍ରାଣୀ ବିଜ୍ଞାନୀ ଡକ୍ଟର ତପନ କୁମାର ପଲାଇଙ୍କ ତତ୍ତ୍ଵାବଧାନରେ ଉକ୍ତ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା l ପ୍ରଦୀପ ପ୍ରଜ୍ବଳନ ସହିତ ମୁଖ୍ୟଅତିଥି ସଭାକାର୍ଯ୍ୟ ଆରମ୍ଭ କରିଥିଲେ l କାର୍ଯ୍ୟକ୍ରମରେ ଥିବା ଚାଷୀ ଭାଇଭଉଣୀ ମାନେ ବିଭିନ୍ନ ଜାତୀୟ ଯୋଜନା ବାବଦରେ ଜାଣିବାକୁ ପାଇଥିଲେ l କାର୍ଯକ୍ରମରେ ରାଜ୍ୟ ସରକାରଙ୍କ କୃଷି, ପଶୁପାଳନ, ମତ୍ସ୍ୟ ବିଭାଗର ଅଧିକାରୀଙ୍କ ସହ ନାବାର୍ଡର ଶ୍ରୀ ଲକ୍ଷ୍ମଣ କୁମାର ସଏ ଯୋଗ ଦେଇଥିଲେ l