-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
28-May-2022
ବଲାଙ୍ଗିର,(ଅନ୍ତର୍ଯ୍ୟାମୀ ସାହୁ)- ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ସହଯୋଗ କ୍ରମେ ବଲାଙ୍ଗିର ଜିଲ୍ଲା ରେଡକ୍ରସ ସୋସାଇଟି ତରଫରୁ ବଲାଙ୍ଗିର ସହର ସ୍ଥିତ ସ୍ୱାଧାର ଆଶ୍ରୟ ଓ ପୁନର୍ବାସ ଗୃହ ଅନ୍ତେବାସୀଙ୍କୁ ହାଇଜେନିକ୍ କିଟ୍ ବଣ୍ଟନ କରାଯାଇଛି । ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତଥା ଜିଲ୍ଲା ରେଡକ୍ରସ ସଂପାଦିକା ରୀନା କୁମାରୀ ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କାର୍ଯ୍ୟକ୍ରମ ପ୍ରଥମରେ ଅନ୍ତେବାସୀଙ୍କୁ ମାକ୍ସ ଓ ହାଇଜେନିକ୍ କିଟ୍ ବଣ୍ଟନ
କରାଯାଇଛି । ଏହି ଅବସରରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀମତୀ ନାଏକ ଅନ୍ତେବାସୀନୀଙ୍କୁ ପ୍ରଥମରେ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେବା ପାଇଁ ମତ ରଖିଥିଲେ । ରେଡକ୍ରସ କର୍ମୀ ରାମ ନାରାୟଣ ଦାଶ ହାତ ଧୁଆର ୬ଟି ସୋପାନକୁ ପ୍ରଦର୍ଶନ ମାଧ୍ୟମରେ ବୁଝାଇଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ଡ. ଦୈତାରୀ ପୁଝାରୀ ସଂଯୋଜନା କରିଥିବା ବେଳେ ଖଲିଆପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜୁନିୟର
ରେଡକ୍ରସ କାଉନସିଲର ଦୁର୍ଯ୍ୟୋଧନ ପଶାୟତ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଜରୁରି କାଳିନ କର୍ମଚାରୀ ଶ୍ରୀନିବାସ ତ୍ରିପାଠି, ସ୍ୱାଧାର ଆଶ୍ରୟ କେନ୍ଦ୍ରର କର୍ମଚାରୀ ଟଙ୍କଧର ମହାକୁର, ରଶ୍ମିତା ସାହୁ, ଶିବାନି ପଧାନ, କମଳିନୀ ପଣ୍ଡା ପ୍ରମୁଖ ବିଶେଷ ସହଯୋଗ କରିଥିଲେ ।