-+91-9937148622 |

prerana_bgr@rediffmail.com |

  Monday 5th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   (04-Oct-2026)       ||      ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   (04-Oct-2026)       ||      ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   (04-Oct-2026)       ||      ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   (04-Oct-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   (04-Oct-2026)       ||      *ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   (04-Oct-2026)       ||      ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   (04-Oct-2026)       ||      ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   (04-Oct-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   (04-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ    (04-Oct-2026)       ||      *୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   (04-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   (04-Oct-2026)       ||      ମଦ ମୁକ୍ତ ଅଭିଯାନ ସମୟରେ ମହିଳାମାନଙ୍କୁ ଦୁର୍ବ୍ୟବହାର, ଡାଵୁଗାଁ ଥାନାରେ ଅଭିଯୋଗ   (04-Oct-2026)       ||      ଗେଟ ସରୋବର ପଡା ସ୍ଥିତ ଡ଼. ବିଆର ଆମ୍ବେଦକର କଲଚରାଳ ଏବଂ ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ - 2026 କାର୍ଯ୍ୟକ୍ରମ   (04-Oct-2026)       ||      ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ    (04-Oct-2026)       ||      ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା   (04-Oct-2026)       ||      ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   (03-Oct-2026)       ||      କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   (03-Oct-2026)       ||      ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   (03-Oct-2026)       ||      ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   (03-Oct-2026)       ||     

HOME   ଜିଲ୍ଲା

ପିଇବା ପାଣି ସମସ୍ୟା ଉପରେ ନରସିଂହଙ୍କ ସମୀକ୍ଷା ବୈଠକ

26-May-2022



ବଲାଙ୍ଗିର, - ପ୍ରଚଣ୍ଡ ରୁଦ୍ରତାପ ଯୋଗୁଁ ଭୂତଳ ଜଳସ୍ତର କମିବାରେ ଲାଗିଛି । ସହରର ଅନେକ ଅଂଚଳ ଏପରି ଅଛି ଯେଉଁ ଜାଗାରେ ପିଇବା ପାଣି ସମସ୍ୟାକୁ ନେଇ ବାରମ୍ବାର ଅଭିଯୋଗ ଆସୁଛି । ତେଣୁ ଆଜି ଅପରାହ୍ନରେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀମାନଙ୍କୁ ନେଇ ସହରର ପିଇବା ପାଣି ସମସ୍ୟା ଉପରେ ଏକ ସମୀକ୍ଷା ବୈଠକ କରିଥିଲେ । ଏହି ବୈଠକରେ ବିଶେଷ କରି ଲୋକଙ୍କୁ ପିଇବା ପାଣି ଯୋଗାଇ ଦେବା ପାଇଁ ସହର ମଧ୍ୟରେ ନିର୍ମାଣଧିନ ଓଭରହେଡ୍ ଟ୍ୟାଙ୍କ ତଥା ଭୂତଳ ଟ୍ୟାଙ୍କ ଗୁଡିକ ସ୍ଥିତି ଏବଂ ଏ ସବୁ କାର୍ଯ୍ୟକ୍ରମ ହୋଇସାରିଲା ପରେ କେତେ ପରିମାଣରେ ପିଇବା ପାଣି ସମସ୍ୟା ଦୂର ହୋଇପାରିବ ଏବଂ ତା ସହିତ ସହରକୁ ସମ୍ପୁର୍ଣ୍ଣ ପିଇବା ପାଣି ସମସ୍ୟାରୁ ମୁକ୍ତ କରିବା ପାଇଁ କେଉଁ କେଉଁ ପ୍ରକଳ୍ପର ପ୍ରସ୍ତାବ ଯାଇଛି ତାର ଉପରେ ଆଲୋଚନା ହୋଇଥିôଲା । ସହରରେ ଏପରି କିଛି ଜାଗା ଅଛି ଯେଉଁ ଜାଗାମାନଙ୍କୁ ଟେଙ୍କର ଯୋଗେ ମଧ୍ୟ ପାଣି ଯାଇପାରୁନାହିଁ । ସେହି ଜାଗା ମାନଙ୍କରେ ଆଗାମୀ ଦିନରେ ନଳକୂପ ଖନନ ପାଇଁ ବିଧାୟକ ଶ୍ରୀ ମିଶ୍ର ପାଣ୍ଠି ଯୋଗାଡ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ନିର୍ବାହୀ ଯନ୍ତ୍ରୀ ଶ୍ରୀ ପରିଡା ବର୍ତ୍ତମାନ ସମୟରେ କାଳ ବୈଶାଖୀ ଯୋଗୁଁ ବିଜୁଳି ବିଭ୍ରାଟ ହେଲେ ପାଣି ପମ୍ପ ଚାଲିବାରେ ସମସ୍ୟା ହେଉଥିବାରୁ ତାର ପରଦିନ ପିଇବା ପାଣି ସହରକୁ ଯୋଗାଇବାରେ ସମସ୍ୟା ହେଉଛି ବୋଲି ଜଣାଇଥିଲେ । ବିଧାୟକ ଶ୍ରୀ ମିଶ୍ର ଏ ସମସ୍ୟା ଦୂର କରିବା ପାଇଁ ବିଜୁଳି ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ସହ କଥା ହୋଇ ଜନସ୍ୱାସ୍ଥ୍ୟ ବିଭାଗ ଏବଂ ବିଜୁଳି ବିଭାଗ ମିଳିତ ଭାବେ ଏକ ବୈଠକ କରି ଏ ସମସ୍ୟା ର ଶିଘ୍ର ସମାଧାନ କରିବା ପାଇଁ ବିଜୁଳି ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉପସ୍ଥିତ ଥିବା ଜିପିଏଚ୍‌ଡି ର ସହକାରୀ ଯନ୍ତ୍ରୀ ଶୁଶାନ୍ତ ମିଶ୍ରଙ୍କୁ ସହରରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନମାନଙ୍କରେ ପିଇବା ପାଣି, ଶୈଚାଳୟ ସମସ୍ୟା ଉପରେ ଏକ ସ୍ୱତନ୍ତ୍ର ରିପୋର୍ଟ ପ୍ରଦାନ କରିବା ପାଇଁ ସମସ୍ତ ସ୍କୁଲକୁ ଗସ୍ତ କରି ଏକ ରିପୋର୍ଟ ସପ୍ତାହ ମଧ୍ୟରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସହର ମଧ୍ୟରେ ବସା ଯାଇଥିବା ପିଇବା ପାଣି ଟାଙ୍କି ଗୁଡିକୁ ସଫେଇ କରିବା ତଥା ଭାଙ୍ଗି ଯାଇଥିବା ଟାଙ୍କି ଗୁଡିକ ଶିଘ୍ର ପରିବର୍ତ୍ତନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମଣିଷ ବ୍ୟବହାର ଯୋଗ୍ୟ ନ ଥିବା ସହରର ସମସ୍ତ ବନ୍ଧ ପୋଖରୀ ଏକ ରିପୋର୍ଟ ପ୍ରଦାନ କରିବାକୁ ନିର୍ବାହୀଯନ୍ତ୍ରୀଙ୍କୁ କହିବା ସହ ତାର ପ୍ରତିକାର ପାଇଁ କି ପଦକ୍ଷେପ ନେଇଛନ୍ତି ବିଧାୟକ ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ । ପରିଶେଷରେ ବିଭାଗ ତଥା ଜନସାଧାରଣ ପିଇବା ପାଣି କୁ ନେଇ ସମ୍ମୁଖିନ ହେଉଥିବା ସମସ୍ୟା ଏକ ସବିଶେଷ ରିପୋର୍ଟ ୭ ଦିନ ଭିତରେ ନିର୍ବାହୀ ଯନ୍ତ୍ରୀ ପ୍ରଦାନ କରନ୍ତୁ, ଏହା ପାଇଲା ପରେ ବିଧାୟକ ଶ୍ରୀ ମିଶ୍ର ରାଜ୍ୟ ସ୍ତରୀୟ ଅଧିକାରୀମାନଙ୍କ ସହ ଆଲୋଚନା କରି ଏହି ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି ସୂଚନା ଦେଇଥିଲେ । ଏହି ସମୀକ୍ଷା ବୈଠକରେ ବିଧାୟକ ଙ୍କ ବ୍ୟତିତ ତାଙ୍କ ଜନସ୍ୱାସ୍ଥ୍ୟ ବିଭାଗ ପ୍ରତିନିଧି ପବିତ୍ର ବେହେରା, ନିର୍ବାହୀ ଯନ୍ତ୍ରୀ ପାର୍ବତୀ ମୋହନ ପରିଡା, ଏସ୍‌ଡିଓ ସୁବ୍ରତ ନାୟକ, କନିଷ୍ଠ ଯନ୍ତ୍ରୀ ରାଜିବ ଲୋଚନ କିସାନ, ପ୍ରକାଶ ଚନ୍ଦ୍ର ବେହେରା, ଅଜୟ କୁମାର ଜେନା ଏବଂ ଜିପିଏଚ୍‌ଡିର ସହକାରୀ ଯନ୍ତ୍ରୀ ଶୁଶାନ୍ତ ମିଶ୍ର ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   04-Oct-2026
  ଜିଲ୍ଲା  
ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   04-Oct-2026
  ଜିଲ୍ଲା  
ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   04-Oct-2026
  ଜିଲ୍ଲା  
ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   04-Oct-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   04-Oct-2026
  ଜିଲ୍ଲା  
*ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   04-Oct-2026
  ଜିଲ୍ଲା  
ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   04-Oct-2026
  ଜିଲ୍ଲା  
ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   04-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   04-Oct-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   04-Oct-2026
  ଜିଲ୍ଲା  
*୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   04-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   04-Oct-2026

You Might Also Like