-+91-9937148622 |

prerana_bgr@rediffmail.com |

  Monday 5th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   (04-Oct-2026)       ||      ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   (04-Oct-2026)       ||      ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   (04-Oct-2026)       ||      ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   (04-Oct-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   (04-Oct-2026)       ||      *ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   (04-Oct-2026)       ||      ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   (04-Oct-2026)       ||      ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   (04-Oct-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   (04-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ    (04-Oct-2026)       ||      *୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   (04-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   (04-Oct-2026)       ||      ମଦ ମୁକ୍ତ ଅଭିଯାନ ସମୟରେ ମହିଳାମାନଙ୍କୁ ଦୁର୍ବ୍ୟବହାର, ଡାଵୁଗାଁ ଥାନାରେ ଅଭିଯୋଗ   (04-Oct-2026)       ||      ଗେଟ ସରୋବର ପଡା ସ୍ଥିତ ଡ଼. ବିଆର ଆମ୍ବେଦକର କଲଚରାଳ ଏବଂ ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ - 2026 କାର୍ଯ୍ୟକ୍ରମ   (04-Oct-2026)       ||      ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ    (04-Oct-2026)       ||      ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା   (04-Oct-2026)       ||      ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   (03-Oct-2026)       ||      କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   (03-Oct-2026)       ||      ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   (03-Oct-2026)       ||      ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   (03-Oct-2026)       ||     

HOME   ଜିଲ୍ଲା

୭ ବର୍ଷ ପରେ ବି କ୍ରାଇମବ୍ରାଞ୍ଚ୍ ଦାଖଲ କରିପାରିଲାନି ଚାର୍ଜସିଟ୍ ! ଅନରକିଲିଂ ନା ଗାଧୁଆଘାଟର ପିଶାଚ ?

25-May-2022



ବଲାଙ୍ଗୀର (ମଳୟ ମିଶ୍ରଙ୍କ ରିପୋର୍ଟ): ଖପ୍ରାଖୋଲ ଥାନାର ସର୍ଗିପାଲି ଗ୍ରାମର ଜଣେ ଦଳିତ କଲେଜଛାତ୍ରୀ ସ୍ନେହଲତା ଛତ୍ରିଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ କରିଥିବା କ୍ରାଇମବ୍ରାଞ୍ଚ୍ ଦୀର୍ଘ ୭ ବର୍ଷ ପରେ ବି।ଅଦାଲତରେ ଚାର୍ଜସିଟ୍ ଦାଖଲ କରି ନପାରିବା  ଆଶ୍ଚର୍ଯ୍ୟଜନକ  !  ଗତ ୨୦୧୫ ମେ ୨୨ ତାରିଖରେ ଉକ୍ତ ଗ୍ରାମରେ ଘଟିଥିବା ଏହିଘଟଣା ରାଜ୍ୟବ୍ୟାପି ଚାଞ୍ଚଲ୍ଯ ସୃଷ୍ଟି କରିଥିଲା । ଘର ପଛପଟର ହରିଶଙ୍କର ନାଳାକୁ ଗାଧୋଇବାକୁ ଯାଇ ଝିଅଟି ଆଉ ଘରକୁ ଫେରି ନଥିଲା । ଏ ସମ୍ପର୍କରେ ଖପ୍ରାଖୋଲଥାନାର ପୁଲିସ୍ ଉକ୍ତ ଗ୍ରାମର ଦୁଇଜଣ ଯୁବକଙ୍କୁ ଯୁବତୀଟି ସହ ପ୍ରେମ ସମ୍ପର୍କଥିବାରୁ ସେମାନଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରି କୋର୍ଟଚାଲାଣ କରିଥିଲା । ଯୁବତୀଟିର ପରିବାର ପକ୍ଷରୁ ଏହା ତାଙ୍କ ଗ୍ରାମର ସବର୍ଣଙ୍କ ଦ୍ବାରା ପୂର୍ବଶତ୍ରୁତାରୁ ପ୍ରତିଶୋଧାତ୍ମକ ହତ୍ୟା ବୋଲି ଅଭିଯୋଗ କରାଯାଇଆସୁଛି । ଏଥିପାଇଁ ସେମାନଙ୍କ ସଂପ୍ରଦାୟର ସଂଘଗୁଡିକ ପକ୍ଷରୁ ମଧ୍ୟ ବାରମ୍ବାର ଦାବିଆନ୍ଦୋଳନ କରାଯାଇଥିଲା । ଗାଧୁଆଘାଟ ନିକଟସ୍ଥ ବୁଦାରୁ ପରିବାରର ଲୋକେ ଥାନାରେ ଏତଲା ଦେଇ ଫେରିବାପରେ ଅପରାହ୍ନରେ ଝିଅଟିର ଉଲଗ୍ନ କ୍ଷତବିକ୍ଷତ ମୃତଦେହ ମିଳିଥିବା ପୁଲିସ୍ କୁ ଜଣାଇଥିଲେ । ତେବେ ଖପ୍ରାଖୋଲର ତତ୍କାଳୀନ ଡାକ୍ତର ପ୍ରକୃତରେ ଶବବ୍ୟବଚ୍ଛେଦ କରି ନଥିବା ମଧ୍ୟ ପରିବାର ପକ୍ଷରୁ ଅଭିଯୋଗ କରାଯାଇଆସୁଛି । 

ଉଲ୍ଲେଖନୀୟ ଯେ, ଘରକୁ ଦିଶୁଥିବା ଅଳ୍ପଦୂରର ପ୍ରାୟ ଆଣ୍ଠୁଏ ପାଣିର ଏହି ହରିଶଙ୍କର ଝରଣାର ବହିଆସିଥିବା ନାଳାର ଘାଟ ପାଖର ବୁଦାରେ ପୁଲିସ୍ କିଛି ବ୍ୟବହୃତ  କଣ୍ଡୋମ୍ ମିଳିଥିବା ଇତ୍ୟାଦି କାରଣରୁ ଏହି ସ୍ଥାନଟି ଗ୍ରାମର ଏକ ଅବୈଧ ମିଳନସ୍ଥଳୀ ବୋଲି ପ୍ରକାଶ କରିଥିଲା । କିଛିଦିନପରେ ଉକ୍ତ ଦୁଇ ଅଭିଯୁକ୍ତ ଜାମିନରେ ମୁକୁଳିବା ପରେ ଘଟଣାଦିନ ମୃତାଯୁବତୀଟି ସହ ଗାଧୋଇବାକୁ ଯାଇ କିଛିସମୟ ଆଗରୁ ଫେରିଆସିଥିବା ତା'ର ଜଣେ ସମ୍ପର୍କୀୟା ଭଉଣୀ ସେହି ଅଭଯୁକ୍ତ ଯୁବକଙ୍କ ମଧ୍ୟରୁ ଜଣକୁ ପ୍ରେମପତ୍ର ଦେଇ ସେହିସ୍ଥାନକୁ ଡକାଇଥିବା ଉକ୍ତ ପରିବାରର ଲୋକଙ୍କ ହାତରେ ଧରାପଡି ପୁଲିସ୍ କୁ ଚିଠିଟି ହସ୍ତାନ୍ତର କରାଯାଇଥିବା ପ୍ରକାଶ । ଏଣୁ ଘଟଣାଦିନ ଘରେ ଅନୁପସ୍ଥିତ ଥିବା କହୁଥିବା ମୃତାଝିଅଟିର ବାପା ସମ୍ଭବତଃ ବଳିଆବାହାଲକୁ କାମକରି ଗଲାବେଳେ ସେହିସ୍ଥାନରେ କିଛି ହାବୋଡିଥିବା ଓ କୌଣସି ଅଘଟଣ ଘଟିଥିବା ଗ୍ରାମବାସୀମାନଙ୍କ ପକ୍ଷରୁ ଏହାକୁ ଏକ ଅନରକିଲିଂ ବୋଲି ମଧ୍ୟ ସନ୍ଦେହ ପ୍ରକାଶ ପାଇଥିଲା । ତେବେ ଏହିସବୁ ଅଭିଯୋଗ - ପ୍ରତ୍ୟଭିଯୋଗ ପରେ ମୃତାଯୁବତୀଟିର ପରିବାର  ସନ୍ତୁଷ୍ଟ ନହେବାରୁ ସରକାରଙ୍କ ପକ୍ଷରୁ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । କ୍ରାଇମବ୍ରାଞ୍ଚ ପକ୍ଷରୁ ପିକେ ମିଶ୍ରଙ୍କ ନେତୃତ୍ବରେ ଏକ ଟିମ୍ ଆସି ଦୀର୍ଘଦିନ ଧରି ରହି ଏହାର ତଦନ୍ତ କରିଥିଲେ । ଅନ୍ୟ ଏକ ଘଟଣା ଅନୁଯାୟୀ , ସେତେବେଳେ ସେହିଗ୍ରାମରେ ଆସି ଜଣେ ଦୂରସମ୍ପର୍କୀୟଙ୍କ ଘରେ ରହି କାମଦାମ କରୁଥିବା ପଡୋଶୀ ବରଗଡ ଜିଲ୍ଲା ବୁଡେନ ଥାନାର କୁଗରୀମହୁଲ ଗ୍ରାମର ଜଣେ ଯୌନପାଗଳ ଧର୍ଷକାମୀ ଯୁବକ ବିରୋଧରେ ଚର୍ଚ୍ଚା ଉଠିଥିଲା । ପ୍ରଥମେ ନିକଟସ୍ଥ ତୁର୍ଲାରେ ରହିବାବେଳେ ଏଭଳି କିଛି କାରଣରୁ ତା'କୁ ସେ ଗାଁ'ରୁ ତଡିଦେବାରୁ ସେ ସର୍ଗିପାଲିରେ ଆସି ରହିଲା । ସେ ମଧ୍ୟ ସେଇ ନାଳାକୁ ଗାଧୋଇବାକୁ ଯାଏ । ଏହି ଚର୍ଚ୍ଚା ଓ ସନ୍ଦେହ ଉଠିବାରୁ ସେ ଗାଁ'ରୁ ପଳାଇଥିବା ଓ ପୁଲିସ୍ ପିଛା ପଡିଛି ଜାଣି ତେଲେନପାଲିରୁ ହଳ କରୁଥିବାବେଳେ ଦୌଡି ପଳାଇଥିବା ଶୁଣାଯାଇଥିଲା । ଆହୁରି ମଧ୍ୟ , ଘଟଣାସ୍ଥଳ ସେହି ହରିଶଙ୍କର ନାଳାରେ ପାଖ ଗ୍ରାମ ତାମ୍ବିପଦରରେ ଏକାକିନୀ ଗାଧୋଇବାକୁ ଯାଇ ଜଣେ ବିବାହିତା ମହିଳାଙ୍କର ରହସ୍ୟମୟ ଢଙ୍ଗରେ

ଆକସ୍ମିକ ମୃତ୍ୟୁ ହୋଇଥିଲା । ଏହାକୁ ପରିବାର ବା ତାଙ୍କ ଯୋଗୀମୁଣ୍ଡାର ବାପଘର ବା ପୁଲିସ୍ ପକ୍ଷରୁ ସେତେ ଗୁରୁତ୍ୱ ଦିଆ ନଯାଇ ହାପର୍ ବେମାରୀ ବୋଲି ଧରିନିଆଯାଇଥିଲା । ଏହାପରେ ନିକଟସ୍ଥ ଆଉ ଏକ ଗ୍ରାମ ମହରାପଦରର ଜଣେ ବିବାହିତା ମହିଳାଙ୍କୁ ମଧ୍ୟ ଏହି ' ବଝା ' ଗାଧୋଇବାକୁ ଯାଇଥିବାବେଳେ ଦୌଡାଇଥିବା ଘଟଣା ଘଟିଥିଲା । ଆହୁରି ମଧ୍ୟ ଦେଦର୍ହୋ ଗ୍ରାମରେ ଜଣେ ଯୁବତୀକୁ ସେହି ପାଗଳ ଦୌଡାଇଥିବା ଥାନାରେ ଅଭିଯୋଗ କରାଯାଇଥିଲା । ଏହିସବୁ କାରଣରୁ ଉକ୍ତ ସନ୍ଦିଗ୍ଧଯୁବକଟି ଗାଁକୁ ପଳାଇଯାଇଥିବା କୁହାଯାଉଥିଲେ ହେଁ ସେ ଘରେ ନରହି ଦୂର ସମ୍ପର୍କୀୟଙ୍କ ଗା'କୁ ପଳାଉଥିଲା କିମ୍ବା ବୁଡେନଥାନା ପୁଲିସ୍ କହିବାନୁଯାୟୀ ଜଙ୍ଗଲରେ ଗଛଉପରେ ଲୁଚି ରହୁଥିଲା ।  ଏହି ସନ୍ଦିଗ୍ଧଯୁବକର ପୁକ ପକ୍ଷରୁ ଏକ ସ୍କେଚ୍ ଜାରୀ କରାଯାଇ ଆଖପାଖର ଗ୍ରାମର କାନ୍ଥବାଡରେ ଲଗାଯାଇଥିଲା । କିଛିଦିନପରେ ସେ ବସ୍ ରେ ପଦ୍ମପୁରପଟୁ ଆସୁଥିବା ସୂଚନା ପାଇ ପାଟଣାଗଡ ବସ୍ ଷ୍ଟାଣ୍ଡ୍ ରେ ପାଟଣାଗଡ ପୁଲିସ୍ ତା'କୁ ଗିରଫ କରିଥିଲା ।  ଏହିସମସ୍ତ ଘଟଣା ଏକ ଗଣମାଧ୍ୟମରେ ' ଗାଧୁଆଘାଟର ପିଶାଚ '  ଶୀର୍ଷକରେ ଏକ ସ୍ବତନ୍ତ୍ର ରିପୋର୍ଟ ପ୍ରକାଶ ପାଇଥିଲା । ଏହାପରେ ଆକ୍ରମଣ ଉଦ୍ୟମର ଶିକାର ହୋଇଥିବା ଦେଦର୍ହୋର ଯୁବତୀ ଓ ମହିଳାଙ୍କୁ ଡକାଇ ପାଟଣାଗଡ ଉପକାରାଗାରରେ ତାହାର ଏକ ଟିଆଇ ପରେଡ୍ କରାଯାଇ ଚିହ୍ନଟ କରାଯାଇଥିଲା । ଉଲ୍ଲେଖଯୋଗ୍ଯ ଯେ, ସେହି ତଦନ୍ତ ଓ ଚିହ୍ନଟ ସମୟରେ କ୍ରାଇମବ୍ରାଞ୍ଚର ଉକ୍ତ ଡିଏସପି ମଧ୍ୟ ଉପସ୍ଥିତ ରହିଥିଲେ ହେଁ, କାହିଁକି କେଜାଣି ସେ ଉକ୍ତ ଅଭିଯୁକ୍ତକୁ ଏଥିରେ ସମ୍ପୃକ୍ତ ଥିବା କଥାକୁ ଅସ୍ବୀକାର କରିଥିଲେ । ଏହାପରେ ଉକ୍ତ ସନ୍ଦିଗ୍ଧ ଅଭିଯୁକ୍ତକୁ ଜାମିନ ମିଳିଥିଲା ଓ ଜେଲ୍ ରୁ ମୁକୁଳିବାପରେ ସେ ଏବେ ନିରୁଦ୍ଦିଷ୍ଟ ହୋଇଯାଇଛି । ଏହାପରେ ପୁଳାଏ ଷ୍ଟେଟ୍ ମେଣ୍ଟ୍ ଓ ଡାଏରୀ ଠୁଳ କରି ମଧ୍ୟ କ୍ରାଇମବ୍ରାଞ୍ଚ ଅଦ୍ୟାବଧି ଏତେବର୍ଷ ପରେ ବି ଏହି ସିରିଜ୍ ଧର୍ଷଣ ଓ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ଅଭିଯୋଗଫର୍ଦ୍ଦ ଦାଖଲ କରିବାରେ ସଫଳ ହୋଇପାରିନାହିଁ ।

ଏକ ସମ୍ବେଦନଶୀଳ ଅପରାଧ ବା ଜଘନ୍ୟ ନରହତ୍ୟା ମାମଲାରେ ଅଯଥା ଜାତି ସଂପ୍ରଦାୟର ସଂଘଗୁଡିକର ପରସ୍ପର ବିରୋଧୀ ସବର୍ଣ- ଅସବର୍ଣ୍ଣ ବିବାଦ, ନିକୃଷ୍ଟ ଗ୍ରାମ୍ୟ ରାଜନୀତି, ଅସଫଳ ତଦନ୍ତ ଓ ଅପାରଗ ତଦନ୍ତକାରୀଙ୍କ ଯୋଗୁଁ ଏଇଭଳି ଏକ ବିରଳ ଅପରାଧମାମଲାର ସଠିକ୍ ତଦନ୍ତରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିବା କୁହାଯାଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   04-Oct-2026
  ଜିଲ୍ଲା  
ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   04-Oct-2026
  ଜିଲ୍ଲା  
ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   04-Oct-2026
  ଜିଲ୍ଲା  
ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   04-Oct-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   04-Oct-2026
  ଜିଲ୍ଲା  
*ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   04-Oct-2026
  ଜିଲ୍ଲା  
ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   04-Oct-2026
  ଜିଲ୍ଲା  
ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   04-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   04-Oct-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   04-Oct-2026
  ଜିଲ୍ଲା  
*୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   04-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   04-Oct-2026

You Might Also Like