-+91-9937148622 |

prerana_bgr@rediffmail.com |

  Tuesday 6th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଦଳି ପରେ ବି ପୁରୁଣା ଅଫିସରେ ‘ବିଲ୍ ଖେଳ’! ନୂଆ ସ୍ଥାନରେ ଯୋଗଦାନ ପରେ ପୁଣି ପୁରୁଣା ଚେୟାରର ମୋହ; ବ୍ୟାକ୍‌ ଡେଟ୍‌ରେ ବିଲ୍‌ ଦସ୍ତଖତ କରି ‘ପିସି’ ଆଦାୟ ଅଭିଯୋଗ ରିଲିଭ୍‌ ଓ ଜଏନିଂ ତାରିଖ ସହ MB-ବିଲ୍‌ ରେକର୍ଡ ମେଳ କରିବାକୁ ଦାବି; ତଦନ୍ତ ହେଲେ ଖୋଲିପାରେ ଗୁମର   (06-Oct-2026)       ||      ବିକାଶ ନାମରେ ଆଦିବାସୀ, କୃଷକ, ଦଳିତ ଓ ଗରିବଙ୍କ ଅଧିକାର ବଳିଦାନ ହେବା ଉଚିତ୍ ନୁହେଁ— ନିରଞ୍ଜନ ବିଶି   (06-Oct-2026)       ||      ବଦଳି ପରେ ବି ପୁରୁଣା ଅଫିସର ବିଲ୍‌ରେ ଦସ୍ତଖତ!କଟକ ପୂର୍ତ୍ତ ବିଭାଗରେ ଅନିୟମିତତା ଅଭିଯୋଗ, ବ୍ୟାକ୍‌ ଡେଟ୍‌ରେ ବିଲ୍‌ ପାସ୍‌ କରି ‘ପିସି’ ଆଦାୟ ନେଇ ଚର୍ଚ୍ଚା   (06-Oct-2026)       ||      ହାଇଦ୍ରାବାଦ୍ ରେ ଓସାକା ତରଫରୁ ପାରମ୍ପରିକ ଶୈଳୀରେ ନୂଆଁଖାଇ ଭେଟଘାଟ ଆୟୋଜିତ   (06-Oct-2026)       ||      ସେବା ସଂକଳ୍ପ ଅଭିଯାନ ଅବସରରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଜିଲ୍ଲାସ୍ତରୀୟ ପଥପ୍ରାନ୍ତ ନାଟକ   (06-Oct-2026)       ||      ୫୦.ବର୍ଷ ପରେ ଗ୍ରୀଣ୍ଡୋଲା ଗ୍ରାମର ଗରିବ ଲୋକମାନେ ପାଇଲେ ସିଲିଂ ଜମିର ପଟ୍ଟା   (06-Oct-2026)       ||      ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଏସବିଆଇ.ପକ୍ଷରୁ ସିଦ୍ଧାର୍ଥ ଜୁନିଅର କଲେଜରେ ଆର୍ଥିକ ସାକ୍ଷରତା ଶିବିର   (06-Oct-2026)       ||      ଭିକ୍ଷାବୃତ୍ତି କରୁଥିବା ୧୦ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (06-Oct-2026)       ||      *ଝରୀଗାଁରେ ନକଲି ଡାକ୍ତର କ୍ଲିନିକରେ ଚାଲିଛି ରୋଗିଦେଖା, ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପାଖେ ଖବର ନାହିଁ*   (06-Oct-2026)       ||      ଭରସୂଜା ପଞ୍ଚାୟତ ରେ ଜନ ଶୁଣାଣି ଶିବିର   (06-Oct-2026)       ||      ୩୨ ଦିନର ଶିଶୁ ପାଇଁ ଟିଟିଲାଗଡ଼ରୁ ବରଗଡ଼ ଆସି ରକ୍ତଦାନ, ମାନବିକତାର ଉଦାହରଣ ସୃଷ୍ଟି କଲେ ସୁଦୀପ ତ୍ରିପାଠୀ   (06-Oct-2026)       ||      ସେବା ସେତୁ କାର୍ଯ୍ୟକ୍ରମ   (06-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (06-Oct-2026)       ||      ଅନ୍ୟଜାତିରେ ବିବାହ କରିଥିଲେ, ଶବ ସତ୍କାର ପାଇଁ ଆସିଲେନି ପରିବାର ସଂକଳ୍ପ ପରିବାର ଦ୍ଵାରା ଶବ ସତ୍କାର   (06-Oct-2026)       ||      ବ୍ରହ୍ମପୁର ଯଜ୍ଞ ପାଇଁ ବିରିଶଳା ମଠରୁ ସାଧୁ-ଭକ୍ତଙ୍କ ପଦଯାତ୍ରା*   (06-Oct-2026)       ||      ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ    (05-Oct-2026)       ||      ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   (05-Oct-2026)       ||      ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   (05-Oct-2026)       ||      ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ    (05-Oct-2026)       ||      କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   (05-Oct-2026)       ||     

HOME   ଜିଲ୍ଲା

ବଲାଙ୍ଗୀରରେ ପୁଣିତେଜିଲା ହାଇକୋର୍ଟବେଞ୍ଚ ସ୍ଥାପନ ଦାବି- ହାଇକୋର୍ଟ ବାରଏସୋସିଏସନର ନିଷ୍ପତ୍ତିକୁ ତୀବ୍ର ନିନ୍ଦା,ଶତାଧିକ ସଂଗଠନର ଧାରଣା

23-May-2022



ବଲାଙ୍ଗୀର,(ଅନ୍ତର୍ଯ୍ୟାମୀ ସାହୁ)- ଗତ କିଛିଦିନ ହେଲା ପଶ୍ଚିମଓଡିଶା ଓ ଦକ୍ଷୀଣ ଓଡିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗକୁ ନେଇ ଆରୋପ ପ୍ରତ୍ୟାରୋପ ଲାଗିରହିଛି । କେନ୍ଦ୍ର ଆଇନମନ୍ତ୍ରୀ କିରେନ ରିଜିଜୁଙ୍କ ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗରେ ମନ୍ତବ୍ୟ ନେଇ ହାଇକୋର୍ଟର ବାର ଏସୋସିସନ ପକ୍ଷରୁ ଏହାର ପ୍ରତିବାଦ କରାଯାଇଥିଲା । ହାଇକୋର୍ଟକୁ ଭାଗ କରାଯାଇ ପାରିବ ନାହିଁ ବୋଲି କହି ବାର ଏସୋସିଏସନ ପଶ୍ଚିମ ଓଡିଶା ଓ ଦକ୍ଷୀଣ ଓଡିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିକୁ ବିରୋଧକରି ଏକ ରିଜ୍ୟୁଲୋସନ କରାଯାଇଥିଲା । ଏହି ଘଟଣାକୁ ନେଇ ପଶ୍ଚିମ ଓଡିଶାରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ପୂର୍ବରୁ ବଲାଙ୍ଗୀର ସାଂସଦ ସଂଗୀତାକୁମାରୀ ସିଂଦେଓ ହାଇକୋର୍ଟବାରର ଏଭଳି ନିସ୍ପତ୍ତିକୁ ତୀବ୍ରନିନ୍ଦା କରିଥିଲେ । ଏହାପରେ ବଲାଙ୍ଗୀର ବିଧାୟକ ତଥା ବରିଷ୍ଠ କଂଗ୍ରେସନେତା ନରସିଂହ ମିଶ୍ର ମଧ୍ୟ ହାଇକୋର୍ଟ ଓକିଲସଂଘର ଏଭଳି ନିସ୍ପତ୍ତକୁ ଜନବିରୋଧି କହି ନିନ୍ଦା କରିବା ସହିତ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରନ୍ତୁ ବୋଲି କହିଥିଲେ । ଆଜି ବଲାଙ୍ଗୀରର ବିଭିନ୍ନ ରାଜନୈତିକ ଓ ସାମାଜିକ ସଂଗଠନ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପଠାଯାଇଥିଲା । ବଲାଙ୍ଗିର ଏକ୍ସନକମିଟି ତରଫରୁ ଆୟୋଜିତ ଏହି ଧାରଣାରେ ବଲାଙ୍ଗୀର ବିଭିନ୍ନ ସଂଗଠନର ଶତାଧିକ କର୍ମକର୍ତ୍ତା ଯୋଗଦେଇ ବଲାଙ୍ଗୀରରେ ସ୍ୱାଧିନତା ପୂର୍ବରୁ ରହିଥିବା ହାଇକୋର୍ଟର ପୁନଃସ୍ଥାପନ ଦାବି କରିଥିଲେ । ଏକ୍ସନ କମିଟିର ଆବାହକ ଗୋପାଳଜୀ ପାଣିଗ୍ରାହୀଙ୍କ ସଭାପତିତ୍ୱ ଓ ବରିଷ୍ଠ ଆଇନଜୀବୀ ଭବାନୀଶଙ୍କର ଶତପଥିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୋସଲବାଦୀନେତା ପ୍ରମୋଦ ମିଶ୍ର ଯୋଗଦେଇ କହିଲେ ଯେ,କୋସଳାଞ୍ଚଳର ପ୍ରତ୍ୟେକ ଉନ୍ନୟନକାମକୁ ଉପକୂଳ ଅଞ୍ଚଳର ଲୋକ ବିରୋଧ କରିଆସୁଛନ୍ତି । ଏହି ଅଞ୍ଚଳକୁ ଆଞ୍ଚଳିକ ବୈଷମ୍ୟର ଶୀକାର କରାଯାଇ ଲୋକଙ୍କୁ ସାମାଜିକ,ନ୍ୟାୟିକ ଓ ଅର୍ôଥକ ଅଧିକାରରୁ ବଞ୍ଚିତ କରାଯାଇ ଆସିଛି । ଏବେ ହାଇକୋର୍ଟ ବେଞ୍ଚପ୍ରସଙ୍ଗରେ ଉପକୂଳ ଅଞ୍ଚଳର ଲୋକଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇଯାଇଛି । ତେଣୁ ଉପକୂଳିଆ ନେତାଙ୍କ ଅନୁଗାମୀ ନହୋଇ ସମସ୍ତେ ସ୍ୱତନ୍ତ୍ର କୋଶଲପ୍ରଦେଶ ଗଠନ ପାଇଁ ଆନ୍ଦୋଳନ କରନ୍ତୁ । ହାଇକୋର୍ଟ ବେଞ୍ଚ ଦାବି ବଦଳରେ କୋସଲରାଜ୍ୟ ହିଁ ଆମର ଶେଷ ବିକଲ୍ପ ବୋଲି ଆହ୍ୱାନ ଦେଇଥିଲେ । ସେହିପରି ବରିଷ୍ଠ ଆଇନୀଜିବୀ ଅମରେନ୍ଦ୍ର ମିଶ୍ର ମଧ୍ୟ ଯଶବନ୍ତ ସିଂ କମିଶନ ରିପୋର୍ଟ ଆଧାରରେ ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ପ୍ରକୃଷ୍ଟସ୍ଥାନ ହୋଇଥିବାରୁ ତୁରନ୍ତ ହାଇକୋର୍ଟ ବେଞ୍ଚ ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି କହିଥିଲେ । ଧାରଣାରେ ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ, ବଲାଙ୍ଗୀର ଓକିଲସଂଘର ସଭାପତି ଅମରେଶ ତ୍ରୀପାଠୀ,ଉପସଭାପତି ସରୋଜ ଗୁପ୍ତା, କୋଷାଧ୍ୟକ୍ଷ ସୁମିତ ଖୁଆସ, ଆଇନଜୀବୀ ଉମାକାନ୍ତ ସାହୁ, ରାଜେନ୍ଦ୍ର ମିଶ୍ର, ସମୀର ମିଶ୍ର,  ଦିପ୍ତି ଶର୍ମା,ନାଗରିକ କମିଟିର ସଭାପତି ବେଲେରସେନ ଭୋଇ,ସଂପାଦକ ମନୋରଂଜନ ସାହୁ, ସିଭିଲ ସୋସାଇଟିର ସଭାପତି ନୀଲମଣି ମିଶ୍ର, ମନୋରଂଜନ ମିଶ୍ର, ବରିଷ୍ଠ ଆଇନଜୀବୀ ରତନ ମହାରଣାା ,ସୈନିକ ସଂଘର ପ୍ରତାପଚନ୍ଦ୍ର ରଥ, ବିଭୁତିଭୂଷଣ ପାଣିଗ୍ରାହୀ, କୋସଲ ରାଜ୍ୟ ସମନ୍ୱୟ ସମିତିର ବିକ୍ରମାନନ୍ଦ ବହିଦାର, ଶରତ କୁମାର ହୋତା,ଭାଜପା ଜିଲ୍ଲାସଭାପତି ଶିବାଜୀ ମହାନ୍ତି, ସଂପାଦକ ଅମିତ ସିଂନିନା, ମହିଳାମୋର୍ଚ୍ଚା ସଭାନେତ୍ରୀ ପଙ୍କଜିନୀ ପଣ୍ଡା, ସୌଦାମିନି ମିଶ୍ର, ରଶ୍ମରେଖା ଦାନୀ ,ଅନୀତା ମିଶ୍ର,ଆରତୀ ଗୁରୁ,ସଶ୍ମିତା ବେହେରା,ଅନନ୍ତ ଦାସ,ଆଦିବାସୀ କଲ୍ୟ।।ଣସଂଘର ବନଲତା ମାଝୀ, ଯାଦବସଂଘର ସଂଜୀବ ବାଗ, ପ୍ରଶାନ୍ତ ମହାକୁର, ଟାଙ୍ଗିଆଜାମ କମିଟିର ଗୋପାଳ ହୋତା, ଘରୋଇ ବସ ମାଲିକ ସଂଘର ସଭାପତି ହେମନ୍ତ ପଣ୍ଡା,ଟେକ୍ସବାର ଏସୋସିଏସନର ଶାନ୍ତନୁ କୁମାର ଭୋଇ,ବରିଷ୍ଠ ନାଗରିକ

ମଞ୍ଚର ସଭାପତି ପ୍ରଭାକର ମିଶ୍ର, ଓକିଲସଂଘର ପୂର୍ବତନ ସଭାପତି ପ୍ରମୋଦ ତ୍ରୀପାଠୀ, ଅମନ ନାଗ, ବିଙ୍ଗହ୍ୟୁମେନ ଫାଉଣ୍ଡେସନର ବିବେକାନନ୍ଦ ପଟେଲ, ମାହେଶ୍ୱରୀ ସଂଗଠନର ଅଙ୍କୁଶ ପାଣ୍ଡିଆ,ବଜରଙ୍ଗଦଳର କାହ୍ନା ଶତପଥି, ବଣିକ ସଂଘର ସଭାପତି ତ୍ରୀପୁରାରୀ ପାଣିଗ୍ରାହୀ, ପଶ୍ଚିମ ଓଡିଶା ଯୁବାମଞ୍ଚର ଥବିର କର୍ମି, ସୁରେଶ କମ୍ପ, ଯୁବ ଏକ୍ସନ କମିଟିର ବିନୋଦ କାଲସାଏ, ରିଲୁ ରଥ, ରବି ଖମାରୀ, ଶ୍ୟାସୁନ୍ଦର ଭୋଇ,ସଂଜୟ ସାହୁ, ସୁମେଶ ଡାଙ୍ଗ, ଅପ୍ରମିତ ପରିଚ୍ଛା,ଉମେଶ ଗଡତ୍ୟା, ସାଧୁ ଦୀପ,ଏକ୍ସନ କମିିଟିର ଗିରିଶ ସିଂଦେଓ, ମୁନା ପଟ୍ଟନାୟକ , ଧିରେନ୍ଦ୍ରନାରାୟଣ ସିଂଦେଓ,ଅନୁରାଗୀ ନାହାକ,bନରେନ୍ଦ୍ର ସିଂଦେଓ,ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇ ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚସ୍ଥାପନ ଦାବି କରିଥିଲେ । ପ୍ରକାଶ୍ୟ ଯେ,ସ୍ୱାଧିନତା ପୂର୍ବରୁ ପାଟଣାଗଡଜାତ ରାଜ୍ୟରେ ବଲାଙ୍ଗୀରଠାରେ ୧୯୪୦ ମସିହାରେ ଏକ ହାଇକୋର୍ଟ ସ୍ଥାପନ କରାଯାଇଥିଲା । ଏଠାରେ ୨୬ଟି ଗଡଜାତ ରାଜ୍ୟର ମାମଲା ଗୁଡିକର ବିଚାର କରାଯାଉଥିଲା । କିନ୍ତୁ ୧.୧.୧୯୪୮ ମସିହାରେ ଗଡଜାତ ରାଜ୍ୟମିଶ୍ରଣ ହୋଇ ଓଡିଶା ରାଜ୍ୟରେ ମିଶ୍ରଣପରେ କଟକରେ ଓଡିଶାର ଏକମାତ୍ର ହାଇକୋର୍ଟ ରହିଲା । ଏବେ ହାଇକୋର୍ଟରେ ଲକ୍ଷାଧିକ ମାମଲା ବିଚାର ନହିøାଇ ପଡିରହୁଥିବା ବେଳେ ପଶ୍ଚିମଓଡିଶାର ଗରୀବଲୋକେ ନ୍ୟାୟ ପାଇବା ପାଇଁ ଅଧିକ ଖର୍ଚ୍ଚାନ୍ତ ତଥା ହଇରାଣ ହେଉଛନ୍ତି । ତେଣୁ ବଲାଙ୍ଗୀରରେ ହାଇକୋର୍ଟର ଏକ ବେଞ୍ଚ ସ୍ଥାପନ ହେଲେ ଏହି ଅଞ୍ଚଳର ଲୋକେ ନ୍ୟାୟ ପାଇପାରିବେ ବୋଲି ଦାବି ହେଉଛି । ପୂର୍ବରୁ ଅନେକଥର କୋର୍ଟବନ୍ଦ,ବଲାଙ୍ଗୀର ବନ୍ଦ ଭଳି ଆନ୍ଦୋଳନ କରି ହାଇକୋର୍ଟ ବେଞ୍ଚ ଦାବି କରାଯାଇ ଆସିଛି । ଏବେ ଦାବି ଆହୁରି ତେଜିଛି ।


News Comment




Photo in News

Advertisment
Lastest News
ବଦଳି ପରେ ବି ପୁରୁଣା ଅଫିସରେ ‘ବିଲ୍ ଖେଳ’! ନୂଆ ସ୍ଥାନରେ ଯୋଗଦାନ ପରେ ପୁଣି ପୁରୁଣା ଚେୟାରର ମୋହ; ବ୍ୟାକ୍‌ ଡେଟ୍‌ରେ ବିଲ୍‌ ଦସ୍ତଖତ କରି ‘ପିସି’ ଆଦାୟ ଅଭିଯୋଗ ରିଲିଭ୍‌ ଓ ଜଏନିଂ ତାରିଖ ସହ MB-ବିଲ୍‌ ରେକର୍ଡ ମେଳ କରିବାକୁ ଦାବି; ତଦନ୍ତ ହେଲେ ଖୋଲିପାରେ ଗୁମର   06-Oct-2026
  ଜିଲ୍ଲା  
ବିକାଶ ନାମରେ ଆଦିବାସୀ, କୃଷକ, ଦଳିତ ଓ ଗରିବଙ୍କ ଅଧିକାର ବଳିଦାନ ହେବା ଉଚିତ୍ ନୁହେଁ— ନିରଞ୍ଜନ ବିଶି   06-Oct-2026
ବଦଳି ପରେ ବି ପୁରୁଣା ଅଫିସର ବିଲ୍‌ରେ ଦସ୍ତଖତ!କଟକ ପୂର୍ତ୍ତ ବିଭାଗରେ ଅନିୟମିତତା ଅଭିଯୋଗ, ବ୍ୟାକ୍‌ ଡେଟ୍‌ରେ ବିଲ୍‌ ପାସ୍‌ କରି ‘ପିସି’ ଆଦାୟ ନେଇ ଚର୍ଚ୍ଚା   06-Oct-2026
  ରାଜ୍ୟ  
ହାଇଦ୍ରାବାଦ୍ ରେ ଓସାକା ତରଫରୁ ପାରମ୍ପରିକ ଶୈଳୀରେ ନୂଆଁଖାଇ ଭେଟଘାଟ ଆୟୋଜିତ   06-Oct-2026
  ଜିଲ୍ଲା  
ସେବା ସଂକଳ୍ପ ଅଭିଯାନ ଅବସରରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଜିଲ୍ଲାସ୍ତରୀୟ ପଥପ୍ରାନ୍ତ ନାଟକ   06-Oct-2026
  ଜିଲ୍ଲା  
୫୦.ବର୍ଷ ପରେ ଗ୍ରୀଣ୍ଡୋଲା ଗ୍ରାମର ଗରିବ ଲୋକମାନେ ପାଇଲେ ସିଲିଂ ଜମିର ପଟ୍ଟା   06-Oct-2026
  ଜିଲ୍ଲା  
ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଏସବିଆଇ.ପକ୍ଷରୁ ସିଦ୍ଧାର୍ଥ ଜୁନିଅର କଲେଜରେ ଆର୍ଥିକ ସାକ୍ଷରତା ଶିବିର   06-Oct-2026
  ଜିଲ୍ଲା  
ଭିକ୍ଷାବୃତ୍ତି କରୁଥିବା ୧୦ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   06-Oct-2026
  ଜିଲ୍ଲା  
*ଝରୀଗାଁରେ ନକଲି ଡାକ୍ତର କ୍ଲିନିକରେ ଚାଲିଛି ରୋଗିଦେଖା, ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପାଖେ ଖବର ନାହିଁ*   06-Oct-2026
  ଜିଲ୍ଲା  
ଭରସୂଜା ପଞ୍ଚାୟତ ରେ ଜନ ଶୁଣାଣି ଶିବିର   06-Oct-2026
  ଜିଲ୍ଲା  
୩୨ ଦିନର ଶିଶୁ ପାଇଁ ଟିଟିଲାଗଡ଼ରୁ ବରଗଡ଼ ଆସି ରକ୍ତଦାନ, ମାନବିକତାର ଉଦାହରଣ ସୃଷ୍ଟି କଲେ ସୁଦୀପ ତ୍ରିପାଠୀ   06-Oct-2026
  ଜିଲ୍ଲା  
ସେବା ସେତୁ କାର୍ଯ୍ୟକ୍ରମ   06-Oct-2026

You Might Also Like