-+91-9937148622 |
prerana_bgr@rediffmail.com |
Wednesday 8th July 2026 |
R.N.I. Regd No. ODIODI/2010/46693
Breaking News
22-May-2022
ତୁଷୁରା,(ପଞ୍ଚାନନ ନାଏକ) ତୁଷୁରା ଏନଏସିର କାର୍ଯ୍ୟରତ ଏମଇଏସ ତାରାକାନ୍ତ ତ୍ରିପାଠୀଙ୍କ ବଦଳି ଟିଟିଲାଗଡ ମ୍ୟୁନିସିପାଲିଟିକୁ ବଦଳି ହୋଇ ଯାଇଥିବାରୁ ତାଙ୍କୁ ତୁଷୁରା ଏନଏସି ପକ୍ଷରୁ ଶ୍ରୀ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏନଏସି କାର୍ଯ୍ୟନିର୍ବାହ ଅଧିକାରୀ ଲକ୍ଷ୍ମଣ ମୁର୍ମୁଙ୍କ ସଭାପତିରେ ଏକ ସମ୍ବର୍ଦ୍ଧିତ ସଭା ଏନଏସିର ସଭାଗୃହରେ ଅନୁଷ୍ଠିତ ହୋଇଥିଲା। ଏନଏସି ଅଧ୍ୟକ୍ଷ ଅଜୟ କୁମାର ଜୟଶ୍ବାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେ ଜଣେ ସଚ୍ଚୋଟ କର୍ମଚାରୀ ହେବା ସହ ଲୋକଙ୍କ ପ୍ରିୟ ହୋଇ ପାରିଥିବା ନେଇ ବ୍ୟକ୍ତବ୍ୟ ରଖିଥିଲେ । ଶ୍ରୀ ତ୍ରିପାଠୀ ଏନଏସିରେ ୫ବର୍ଷ ହେଲାଣି ଲୋକଙ୍କ ସେବା କରିଆସୁଥିବା ବେଳେ ବିଶେଷ କରି ଆବାସ ଯୋଜନାରେ ହିତାଧିକାରୀ ମାନେ ଯେପରି ଶୀଘ୍ର ଟଙ୍କା ପାଇ ପାରିବେ ଏବଂ ବିଭିନ୍ନ ଜନହିତକର କାର୍ଯ୍ୟ ଗୁଡିକ ଅନଲାଇନରେ କରି ଲୋକଙ୍କୁ ଯଥା ସମ୍ଭବ ସାହାଯ୍ଯ କରି ଲୋକଙ୍କ ମନ ଜିଣିପାରିଥିଲେ । ଏହା ସହିତ ଏନଏସିରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ କିମ୍ବା ସଭାସମିତିରେ ଦକ୍ଷତା ସହିତ ମଞ୍ଚ ପରିଚାଳନା କରୁଥିଲେ। ଅନ୍ୟ ପକ୍ଷରେ ଏନଏସିର ଲୋକମାନେ ବହୁତ ସରଳ। ତାଙ୍କ ଠାରୁ ପାଇଥିବା ସ୍ନେହ ଶ୍ରଦ୍ଧା କେବେ ଭୁଳି ହେବ ନାହିଁ ବୋଳି ଶ୍ରୀ ତ୍ରିପାଠୀ ପ୍ରକାଶ କରନ୍ତି।