-+91-9937148622 |

prerana_bgr@rediffmail.com |

  Wednesday 7th October 2026 |

| | | |

R.N.I. Regd No. ODIODI/2010/46693

Breaking News

କୁଶଙ୍ଗାଇ ପୀଠରେ ଷୋହଳ ପୂଜା ଆରମ୍ଭ   (07-Oct-2026)       ||      ସେବା, ସ୍ୱାସ୍ଥ୍ୟ, ବନ୍ଧୁତାର ମନ୍ତ୍ର - ସରକାରୀ ମହାବିଦ୍ୟାଳୟ ବଲାଙ୍ଗୀରରେ ଯୁବ ରେଡକ୍ରସର ମହାମନ୍ଥନ   (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି : ଚୋରି ସୁନା ବିକ୍ରି କରି କିଣିଥିଲେ ଟ୍ରାକ୍ଟର, ୩ ଅଭିଯୁକ୍ତ ଗିରଫ   (07-Oct-2026)       ||      ବଦଳି ପରେ ବି ପୁରୁଣା ଅଫିସରେ ‘ବିଲ୍ ଖେଳ’! ନୂଆ ସ୍ଥାନରେ ଯୋଗଦାନ ପରେ ପୁଣି ପୁରୁଣା ଚେୟାରର ମୋହ; ବ୍ୟାକ୍‌ ଡେଟ୍‌ରେ ବିଲ୍‌ ଦସ୍ତଖତ କରି ‘ପିସି’ ଆଦାୟ ଅଭିଯୋଗ ରିଲିଭ୍‌ ଓ ଜଏନିଂ ତାରିଖ ସହ MB-ବିଲ୍‌ ରେକର୍ଡ ମେଳ କରିବାକୁ ଦାବି; ତଦନ୍ତ ହେଲେ ଖୋଲିପାରେ ଗୁମର   (06-Oct-2026)       ||      ବିକାଶ ନାମରେ ଆଦିବାସୀ, କୃଷକ, ଦଳିତ ଓ ଗରିବଙ୍କ ଅଧିକାର ବଳିଦାନ ହେବା ଉଚିତ୍ ନୁହେଁ— ନିରଞ୍ଜନ ବିଶି   (06-Oct-2026)       ||      ବଦଳି ପରେ ବି ପୁରୁଣା ଅଫିସର ବିଲ୍‌ରେ ଦସ୍ତଖତ!କଟକ ପୂର୍ତ୍ତ ବିଭାଗରେ ଅନିୟମିତତା ଅଭିଯୋଗ, ବ୍ୟାକ୍‌ ଡେଟ୍‌ରେ ବିଲ୍‌ ପାସ୍‌ କରି ‘ପିସି’ ଆଦାୟ ନେଇ ଚର୍ଚ୍ଚା   (06-Oct-2026)       ||      ହାଇଦ୍ରାବାଦ୍ ରେ ଓସାକା ତରଫରୁ ପାରମ୍ପରିକ ଶୈଳୀରେ ନୂଆଁଖାଇ ଭେଟଘାଟ ଆୟୋଜିତ   (06-Oct-2026)       ||      ସେବା ସଂକଳ୍ପ ଅଭିଯାନ ଅବସରରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଜିଲ୍ଲାସ୍ତରୀୟ ପଥପ୍ରାନ୍ତ ନାଟକ   (06-Oct-2026)       ||      ୫୦.ବର୍ଷ ପରେ ଗ୍ରୀଣ୍ଡୋଲା ଗ୍ରାମର ଗରିବ ଲୋକମାନେ ପାଇଲେ ସିଲିଂ ଜମିର ପଟ୍ଟା   (06-Oct-2026)       ||      ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଏସବିଆଇ.ପକ୍ଷରୁ ସିଦ୍ଧାର୍ଥ ଜୁନିଅର କଲେଜରେ ଆର୍ଥିକ ସାକ୍ଷରତା ଶିବିର   (06-Oct-2026)       ||      ଭିକ୍ଷାବୃତ୍ତି କରୁଥିବା ୧୦ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (06-Oct-2026)       ||      *ଝରୀଗାଁରେ ନକଲି ଡାକ୍ତର କ୍ଲିନିକରେ ଚାଲିଛି ରୋଗିଦେଖା, ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପାଖେ ଖବର ନାହିଁ*   (06-Oct-2026)       ||      ଭରସୂଜା ପଞ୍ଚାୟତ ରେ ଜନ ଶୁଣାଣି ଶିବିର   (06-Oct-2026)       ||      ୩୨ ଦିନର ଶିଶୁ ପାଇଁ ଟିଟିଲାଗଡ଼ରୁ ବରଗଡ଼ ଆସି ରକ୍ତଦାନ, ମାନବିକତାର ଉଦାହରଣ ସୃଷ୍ଟି କଲେ ସୁଦୀପ ତ୍ରିପାଠୀ   (06-Oct-2026)       ||      ସେବା ସେତୁ କାର୍ଯ୍ୟକ୍ରମ   (06-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (06-Oct-2026)       ||      ଅନ୍ୟଜାତିରେ ବିବାହ କରିଥିଲେ, ଶବ ସତ୍କାର ପାଇଁ ଆସିଲେନି ପରିବାର ସଂକଳ୍ପ ପରିବାର ଦ୍ଵାରା ଶବ ସତ୍କାର   (06-Oct-2026)       ||      ବ୍ରହ୍ମପୁର ଯଜ୍ଞ ପାଇଁ ବିରିଶଳା ମଠରୁ ସାଧୁ-ଭକ୍ତଙ୍କ ପଦଯାତ୍ରା*   (06-Oct-2026)       ||      ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ    (05-Oct-2026)       ||      ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   (05-Oct-2026)       ||     

HOME   ଜିଲ୍ଲା

ବଲାଙ୍ଗୀରରେ ହିଟ୍‌ ଆଣ୍ଡ ରନ୍‌: ଫିଲ୍ମ ଷ୍ଟାଇଲରେ ହତ୍ୟା ଷଡ୍‌ଯନ୍ତ୍ର

22-May-2022



ବଲାଙ୍ଗୀର : ଜାତୀୟ ରାଜପଥ ୨୬। ସ୍ଥାନ ବଲାଙ୍ଗୀର ଆର୍‌ଟିଓ ଛକ। ସମୟ ୧୨ଟା ପାଖାପାଖି। ହଠାତ୍‌ ଏକ ମିନିଟ୍ରକ୍‌ ବାଇକ୍‌କୁ ଧକ୍କା ଦେଇଥିଲା। ତାପରେ ବାଇକ ଯାଇ ରାସ୍ତାକଡ଼ ଇନୋଭାରେ ପଶିଯାଇଥିଲା। ବାଇକ୍‌ରେ ଥିବା ଦୁଇ ଜଣକଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତକ ଜଣକ ଶ୍ରୀକାନ୍ତ ବାଗ ଓ ସେ ବରଗଡ଼ର ବୋଲି ଜଣାପଡ଼ିଛି। ଆଉ ଜଣେ ସାନୁ ନାୟକ ଗୁରୁତର ଆହତ ହୋଇ ରାସ୍ତାକଡ଼ରେ ପଡ଼ିଥିଲେ। ଘଟଣାର ପାଖାପାଖି ୧୫ରୁ ୨୦ ମିନିଟ ପରେ ଆମ୍ବୁଲାନ୍ସ ଆସି ସାନୁ ନାୟକଙ୍କୁ ଡାକ୍ତରଖାନା ନେଇଥିଲା। ଆରଟିଓ ଛକ ଅଞ୍ଚଳ ବାସିନ୍ଦା ସାନୁ ନାୟକଙ୍କ ଏକ ଜଳଖିଆ ଦୋକାନ ଅଛି ଏବଂ ଏହି ଦୋକାନରେ ଶ୍ରୀକାନ୍ତ କରୁଥି‌ବା ଜଣାଯାଇଛି। ଦୁର୍ଘଟଣା ସମୟରେ ସମ୍ମୁଖରୁ ଆସୁଥିବା ଅନ୍ୟ ଏକ ଗହମ ବୋଝେଇ ଟ୍ରକ୍‌ ରାସ୍ତା କଡ଼ ଗଛରେ ପିଟି ହୋଇଥିଲା। ପ୍ରାଥମିକ ସୂଚନାରୁ ଜଣାପଡିଥିଲା, ଏକ ଗାଈକୁ ବଞ୍ଚାଇବା ପାଇଁ ଭାରସାମ୍ୟ ହରାଇଥିଲା ମିନିଟ୍ରକ୍‌। କାରଣ ଧକ୍କାରେ ଗାଈ ବି ଗୁରୁତର ଆହତ ହୋଇଥିଲା। କିନ୍ତୁ ଘଟଣାର ଅଧଘଣ୍ଟା ପରେ ମିନିଟ୍ରକ୍‌ର ଡ୍ରାଇଭରକୁ ଖୋଜାଖୋଜି କଲା ପରେ ସାମ୍ନାକୁ ଆସିଥିଲା ଚାଞ୍ଚଲ୍ୟକର ତଥ୍ୟ। ଏହି ଘଟଣାରେ ଜଣେ ନୁହେଁ, ଆଉ ଜଣେ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଥିଲା। ଅନ୍ୟ ଆହତ ଯୁବକ ଜଣକ ଚିତ୍ତ ମହାନ୍ତି। ସେ ଡାକ୍ତରଖାନାରେ ଯାଇ ଭର୍ତ୍ତି ହୋଇସାରିଥିଲେ। ତାଙ୍କ ଗୋଡ଼ ଭାଙ୍ଗିଥିବା ଓ

ମୁଣ୍ଡରେ ଆଘାତ ଲାଗିଥିବା ସୂଚନା ମିଳିଥିଲା। ଆହତ ଚିତ୍ତ ମହାନ୍ତିଙ୍କ ଘର ବି ସେଇ ଆରଟିଓ ଛକ ପାଖରେ ତେବେ, ଘଟଣାସ୍ଥଳରେ ଥିବା କିଛି ଲୋକ କହୁଥିଲେ, ମିନିଟ୍ରକ୍‌ଟି ଚିତ୍ତ ମହାନ୍ତି ଚଳାଉଥିଲେ। ହେଲେ ତୁରନ୍ତ ଆଉ କିଛି ଲୋକ ଏଥିରେ ହସ୍ତକ୍ଷେପ କରି କହୁଥିଲେ, ଚିତ୍ତ ମହାନ୍ତି ନୁହେଁ, ତାଙ୍କ ଭାଇ ମନ ମହାନ୍ତି ଗାଡ଼ି ଚଳାଉଥିଲେ। ଯଦି ଭାଇ ମନ ମହାନ୍ତି ଚଳାଉଥିଲେ, ତାହେଲେ ଚିତ୍ତ ମହାନ୍ତି କେମିତି ଗୁରୁତର ଆହତ ହେଲେ? ଆଉ ଚିତ୍ତ ମହାନ୍ତି ଯଦି ଚଳାଉଥିଲେ ତାହେଲେ କାହିଁକି ମିନିଟ୍ରକ୍‌ ଚଳାଉଥିଲେ? କାରଣ ସବୁ ଦିନ ଏସ୍‌ୟୁଭି ଗାଡ଼ିରେ ସେ ବୁଲାବୁଲି କରନ୍ତି। ଏଭଳି ସନ୍ଦେହ ଭିତରେ ସାମ୍ନାକୁ ଆସିଥିଲା ଷଡ଼୍‌ଯନ୍ତ୍ରର ବାସ୍ନା। ଦୁର୍ଘଟଣାର ଘଟଣାଇଥିବା ମିନିଟ୍ରକ୍‌ର ନମ୍ବର ପ୍ଲେଟ୍‌କୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। କାରଣ ଆଗପଟ ନମ୍ବର ପ୍ଲେଟ୍‌ରୁ ରଂଗ ମାରି ନମ୍ବରକୁ ଲିଭାଯାଇଥିଲାବେଳେ ପଛପଟ ନମ୍ବର ପ୍ଲେଟ୍‌ରେ ବି କାଳି ଘଷା ଯାଇଥିଲା। ପୋଛାପୋଛି କଲା ପରେ ଜଣାପଡ଼ିଥିଲା ଗାଡ଼ିର ନମ୍ବର ଓଆର୍‌ ୦୩ ଏ ୫୩୯୦ । ହେଲେ ପରିବହନ ଆପ୍‌ରେ ଏହା ଏକ ଅବୈଧ ନମ୍ବର ବୋଲି ଜଣାପଡ଼ିଥିଲା। କଣପାଇଁ ମିନିଟ୍ରକ୍‌ର ଆଗପଟ ନମ୍ବର ପ୍ଲେଟ୍‌କୁ ଲିଭାଇଯାଇଥିଲା? ପଛପଟ ନମ୍ବର ପ୍ଲେଟ୍‌ରେ କାହିଁକି କାଳି ଲଗାଯାଇଥିଲା? କୌଣସି ମନ୍ଦ ଉଦ୍ଦେଶ୍ୟରେ ଏସବୁ କରାଯାଇଥିଲା କି? ନା ବେଆଇନ କାମରେ ଲାଗୁଥିଲା ଗାଡ଼ି? ଏ ଗାଡ଼ିର ଅସଲ ମାଲିକ କିଏ? ହତ୍ୟା ଷଡ଼୍‌ଯନ୍ତ୍ରରେ ଗାଡ଼ି ।

ବ୍ୟବହାର କରାଯାଇଥିଲା କି? ଏଭଳି ନା ନା ପ୍ରକାର ପ୍ରଶ୍ନ ଉଠୁଥିବା ସମୟରେ ହସ୍‌ପିଟାଲରେ ଚିକିତ୍ସିତ ସାନୁ ନାୟକ ବି‌ସ୍ଫୋରକ ବୟାନ ଦେଇ ଦୁର୍ଘଟଣାର ମୋଡ଼ ବଦଳାଇ ଦେଇଥିଲେ। ସେ କହିଥିଲେ, ଚିତ୍ତ ମହାନ୍ତି ତାଙ୍କୁ ମାରିବାକୁ ଷଡ଼୍‌ଯନ୍ତ୍ର କରିଥିଲେ। ତାଙ୍କୁ ଧମକ ଦେଇ ତାଙ୍କ ପୂରା ପରିବାରକୁ ହତ୍ୟା କରିବା ପାଇଁ ଚେତାବନୀ ଦେଇଥିଲେ। ଆଗରୁ ତାଙ୍କ ବଡ଼ଭାଇଙ୍କୁ ମଧ୍ୟ ସେଇ ସ୍ଥାନରେ ସମାନ ଢଙ୍ଗରେ ଦୁର୍ଘଟଣା ଘଟାଇ ଆକ୍ରମଣ କରାଯାଇଥିଲା। ଏବେବି ସେ ଚିକିତ୍ସାଧୀନ। ସେପଟେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଚିତ୍ତ ମହାନ୍ତି ମଧ୍ୟ ତାଙ୍କୁ ମାରିବାକୁ ଉଦ୍ୟମ କରାଯାଇଛି ବୋଲି ଅଭିଯୋଗ ଆଣିଥିଲେ। ସେ କହିଥିଲେ କି ସେ ରାସ୍ତାରେ ଛିଡ଼ା ହୋଇଥିଲେ ଓ ଗାଡ଼ି ମାଡ଼ିଆସିଥିଲା। ନାୟକ ପରିବାର ସହ କୌଣସି ବିବାଦ ନଥିବା କହିଥିଲେ। ହେଲେ ଏତେ ସବୁ ପରେ ବି ଏ ଦିଗରେ ତଦନ୍ତ କରିନଥିଲା ପୁଲିସ। ପୂରା ଦୁର୍ଘଟଣାର ଗୋଟିଏ ଘଣ୍ଟା ଭିତରେ ସ୍ପଷ୍ଟ ଜଣାପଡ଼ିଥିଲା ଇଏ ଏକ ଦୁର୍ଘଟଣା ନଥିଲା। ପୂର୍ବ ଯୋଜନା ମୁତାବକ ସବୁ ଘଟଣାରେ ହତ୍ୟାର ଷଡ଼୍‌ଯନ୍ତ୍ର ଥିବାର ସନ୍ଦେହ କରାଯାଉଛି। ଏହାରି ଭିତରେ ସାନୁ ନାୟକଙ୍କ ବାପା ଟାଉନ ଥାନାକୁ ପହଞ୍ଚିବା ସହ ଚିତ୍ତ ମହାନ୍ତିଙ୍କ ବିରୋଧରେ ଲିଖିତ ଅଭିଯୋଗ ଦେବେ ଓ ତାଙ୍କୁ ନ୍ୟାୟ ଦରକାର ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି। ଅନ୍ୟପଟେ ବଲାଙ୍ଗୀର ଏସ୍‌ଡିପିଓ ତୋଫନା ବାଗ କହିଛନ୍ତି, ଘଟଣାର ତଦନ୍ତ ଚାଲିଛି। ଦୁଇ ଜଣ ଗୁରୁତର ହୋଇଛନ୍ତି ଓ ଜଣକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ନା ଆଉ କିଛି ତଦନ୍ତ ପରେ ଜଣାପଡ଼ିବ ବୋଲି କହିଛନ୍ତି।

(ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ) 


News Comment




Photo in News

Advertisment
Lastest News
  ଜିଲ୍ଲା  
କୁଶଙ୍ଗାଇ ପୀଠରେ ଷୋହଳ ପୂଜା ଆରମ୍ଭ   07-Oct-2026
  ଜିଲ୍ଲା  
ସେବା, ସ୍ୱାସ୍ଥ୍ୟ, ବନ୍ଧୁତାର ମନ୍ତ୍ର - ସରକାରୀ ମହାବିଦ୍ୟାଳୟ ବଲାଙ୍ଗୀରରେ ଯୁବ ରେଡକ୍ରସର ମହାମନ୍ଥନ   07-Oct-2026
  ଜିଲ୍ଲା  
ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି : ଚୋରି ସୁନା ବିକ୍ରି କରି କିଣିଥିଲେ ଟ୍ରାକ୍ଟର, ୩ ଅଭିଯୁକ୍ତ ଗିରଫ   07-Oct-2026
ବଦଳି ପରେ ବି ପୁରୁଣା ଅଫିସରେ ‘ବିଲ୍ ଖେଳ’! ନୂଆ ସ୍ଥାନରେ ଯୋଗଦାନ ପରେ ପୁଣି ପୁରୁଣା ଚେୟାରର ମୋହ; ବ୍ୟାକ୍‌ ଡେଟ୍‌ରେ ବିଲ୍‌ ଦସ୍ତଖତ କରି ‘ପିସି’ ଆଦାୟ ଅଭିଯୋଗ ରିଲିଭ୍‌ ଓ ଜଏନିଂ ତାରିଖ ସହ MB-ବିଲ୍‌ ରେକର୍ଡ ମେଳ କରିବାକୁ ଦାବି; ତଦନ୍ତ ହେଲେ ଖୋଲିପାରେ ଗୁମର   06-Oct-2026
  ଜିଲ୍ଲା  
ବିକାଶ ନାମରେ ଆଦିବାସୀ, କୃଷକ, ଦଳିତ ଓ ଗରିବଙ୍କ ଅଧିକାର ବଳିଦାନ ହେବା ଉଚିତ୍ ନୁହେଁ— ନିରଞ୍ଜନ ବିଶି   06-Oct-2026
ବଦଳି ପରେ ବି ପୁରୁଣା ଅଫିସର ବିଲ୍‌ରେ ଦସ୍ତଖତ!କଟକ ପୂର୍ତ୍ତ ବିଭାଗରେ ଅନିୟମିତତା ଅଭିଯୋଗ, ବ୍ୟାକ୍‌ ଡେଟ୍‌ରେ ବିଲ୍‌ ପାସ୍‌ କରି ‘ପିସି’ ଆଦାୟ ନେଇ ଚର୍ଚ୍ଚା   06-Oct-2026
  ରାଜ୍ୟ  
ହାଇଦ୍ରାବାଦ୍ ରେ ଓସାକା ତରଫରୁ ପାରମ୍ପରିକ ଶୈଳୀରେ ନୂଆଁଖାଇ ଭେଟଘାଟ ଆୟୋଜିତ   06-Oct-2026
  ଜିଲ୍ଲା  
ସେବା ସଂକଳ୍ପ ଅଭିଯାନ ଅବସରରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଜିଲ୍ଲାସ୍ତରୀୟ ପଥପ୍ରାନ୍ତ ନାଟକ   06-Oct-2026
  ଜିଲ୍ଲା  
୫୦.ବର୍ଷ ପରେ ଗ୍ରୀଣ୍ଡୋଲା ଗ୍ରାମର ଗରିବ ଲୋକମାନେ ପାଇଲେ ସିଲିଂ ଜମିର ପଟ୍ଟା   06-Oct-2026
  ଜିଲ୍ଲା  
ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଏସବିଆଇ.ପକ୍ଷରୁ ସିଦ୍ଧାର୍ଥ ଜୁନିଅର କଲେଜରେ ଆର୍ଥିକ ସାକ୍ଷରତା ଶିବିର   06-Oct-2026
  ଜିଲ୍ଲା  
ଭିକ୍ଷାବୃତ୍ତି କରୁଥିବା ୧୦ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   06-Oct-2026
  ଜିଲ୍ଲା  
*ଝରୀଗାଁରେ ନକଲି ଡାକ୍ତର କ୍ଲିନିକରେ ଚାଲିଛି ରୋଗିଦେଖା, ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପାଖେ ଖବର ନାହିଁ*   06-Oct-2026

You Might Also Like