-+91-9937148622 |
prerana_bgr@rediffmail.com |
Thursday 9th July 2026 |
R.N.I. Regd No. ODIODI/2010/46693
Breaking News
22-May-2022
ବୌଦ୍ଧ,(ପ୍ରେରଣା ଖାବର) : ବୌଦ୍ଧ ବ୍ଲକର ରୁଗୁଡ଼ିଗୁଡା ଗ୍ରାମ, ଖଲିଆପାଲି ପଂଚାୟତ ରୁ ୯ ମାସ ଧରି ଅବହେଳା ଅବସ୍ଥା ରେ ବୁଲୁଥିବା ଶିଶୁ ମାନଙ୍କୁ ମା ସମେତ ଚାଇଲଡଲାଇନ ସେହି ଗ୍ରାମ ର ଲୋକମାନଙ୍କ ଜରିଆରେ ଉଦ୍ଧାର କରାଯାଇଛି l ଉଦ୍ଧାର ପରେ ଜଣା ପଡିଛି ଶିଶୁ ମାନଙ୍କ ପିତାଙ୍କର ନିଖୋଜ ପରେ ଏହି ଶିଶୁ ମାନେ ଅବହେଳI ଅବସ୍ଥାରେ ବୁଲୁଥିବା ବେଳେ ଗ୍ରାମରୁ ସହୃଦୟ ବ୍ୟକ୍ତି କେହିଜଣେ ଚାଇଲ୍ଡ ଲାଇନ କୁ ଖବର ଦେଇଥିଲେ ସଙ୍ଗେ ସଙ୍ଗେ ଚାଇଲଡଲାଇନ ଖବର ପାଇ ଶିଶୁ ମାନଙ୍କ ସହ ମା ଙ୍କୁ ଉଦ୍ଧାର କରି କିଛି ଦିନ ପାଇଁ ଆଶ୍ରୟସ୍ଥଳୀରେ ରଖେଇଛନ୍ତି ଯଥା ଶୀଘ୍ର ପରେ ଶିଶୁ ମଙ୍ଗଳ ସମିତିରେ ସେମାନଙ୍କୁ ହାଜର କରାଇ ପରବର୍ତୀ ଥଇଥାନ ପାଇଁ ବ୍ୟବସ୍ଥା କରାଯିବ ବୋଲି ଚାଇଲଡ ଲାଇନ ବୌଦ୍ଧରୁ ଜଣା ପଡିଛି l