-+91-9937148622 |
prerana_bgr@rediffmail.com |
Wednesday 15th July 2026 |
R.N.I. Regd No. ODIODI/2010/46693
Breaking News
17-May-2022
ପାଟଣାଗଡ଼(ରୁପେନ୍ଦ୍ର ମୁଣ୍ଡା) : ଖପ୍ରାଖୋଲ ବ୍ଲକ ହରିଶଙ୍କର ମନ୍ଦିର ପରିସର ସଂସ୍କୃତି ମଞ୍ଚରେ ସେଲାପଥର ସାହିତ୍ୟ ସଂସ୍କୃତିକ ପରିଷଦ ତରଫରୁ ବହୁଭାଷୀ କବିତା ଆସର ରବିବାର ଅନୁଷ୍ଟିତ ହୋଇଯାଇଛି । ପରିଷଦ ସଭାପତି ଅଭୟ ତ୍ରିପାଠୀଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଯୋଗ ଦେଇ ସେଲାପଥର ପତ୍ରିକାକୁ ଉନ୍ମୋଚନ କରିଥିଲେ । ସମ୍ମାନିତ ଅତିଥି ରୂପେ କବିୟତ୍ରୀ ସୁରୁଚି ମିଶ୍ର, କୋଶଳବାଦୀ ନେତା ସୁଶୀଲ କୁମାର ଗୁରୁ, ସେଲାପଥର ପତ୍ରିକାର ସମ୍ପାଦକ ଧରମ ସିଂ ଧରୁଆ, ଅଭିଳାଷ ଭୋଇ ପ୍ରମୁଖ ଯୋଗଦେଇ ଭାଷା ସଂସ୍କୃତିର ସୁରକ୍ଷା ପାଇଁ ସେଲାପଥର ପତ୍ରିକାର ଉଦ୍ୟମକୁ ପ୍ରଶଂସା କରିଥିଲେ । ଉନ୍ମୋଚନ କାର୍ଯ୍ୟକ୍ରମକୁ କବି ଭକ୍ତବନ୍ଧୁ ବିଶ୍ଵାଳ ପରିଚାଳନା କରିଥିଲେ । ପରେ କବିୟତ୍ରୀ ସୁଶ୍ରୀ ସଂଯୁକ୍ତା ପରିଛାଙ୍କ ଅଧକ୍ଷତାରେ ବହୁଭାଷୀ କବିତା ଆସର ଅନୁଷ୍ଟିତ ହୋଇଥିଲା । କବୀୟତ୍ରୀ ସାବିତ୍ରୀ ସାହୁ, ସବିତା ଭୋଇ , ସୁଶୀଲ ଗୁରୁ, ସୁରୁଚି ମିଶ୍ର, ଶଶିକାନ୍ତ ଧରୁଆ, ଘନଶ୍ୟାମ ବିଶ୍ୱାଳ, ଘନଶ୍ୟାମ ସରାଫ, ଶାନ୍ତନୁ ବୁଦ୍ଧିଆ ପ୍ରମୁଖ ସ୍ୱରଚିତ କବିତା ପାଠକରିଥିଲେ ।