-+91-9937148622 |
prerana_bgr@rediffmail.com |
Wednesday 15th July 2026 |
R.N.I. Regd No. ODIODI/2010/46693
Breaking News
17-May-2022
ନୂଆପଡ଼ା:-ଖଡିଆଳ ନିର୍ବାଚନ ମଣ୍ଡଳୀ ର ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ସିନାପାଲି ଅଞ୍ଚଳ ଗ୍ରସ୍ତ କ୍ରମରେ ଆଜି ବିଭିନ୍ନ ସ୍ଥାନରେ ନୂତନ ଭାବେ ଗଢିଉଠିବାକୁ ଯାଉଥିବା ଗ୍ରାମୀଣ ବଜାର ର ଶୁଭ ଉଦଘାଟନ କରିଛନ୍ତି । ଏହିକ୍ରମରେ ନୂଆପଡ଼ା ଜିଲ୍ଲାପାଳ ସ୍ୱାଧ୍ୟାଦେବ ସିଂ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ସିନାପାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାଏକ, ବ୍ଳକ ଅଧ୍ୟକ୍ଷା ମାଧୁରୀ ମାଝୀ, ଉପାଧ୍ୟକ୍ଷା ମୀନା ଘିବଲା, ନୂଆପଡ଼ା ଜିଲ୍ଲା ପରିଷଦ ସଦସ୍ୟା ପୁଷ୍ପାଞ୍ଜଳୀ ଗୁଆଲ,ଯାଜ୍ଞସେନୀ କଟା,ନୂଆ-ମାଲପଡା ର ସରପଞ୍ଚ ବନୀତା ପୋଡ଼ ପ୍ରମୁଖ ଉପସ୍ଥିତ ଥିଲେ । ବିଭିନ୍ନ ଉପାନ୍ତ ଅଞ୍ଚଳ ଗ୍ରସ୍ତ କରି ଜିଲ୍ଲାପାଳ ମହୋଦୟ ଗ୍ରାମୀଣ ହାଟର ଉଦଘାଟନୀ କାର୍ଯ୍ୟକ୍ରମ ରେ ଯୋଗଦାନ କରିବା ସଙ୍ଗେ ସଙ୍ଗେ ଅଞ୍ଚଳବାସୀ ଙ୍କ ବିଭିନ୍ନ ସମସ୍ୟା ଉପରେ ବୁଝାବୁଝି କରିଥିବା ଜଣାପଡିଛି ।