-+91-9937148622 |
prerana_bgr@rediffmail.com |
Wednesday 15th July 2026 |
R.N.I. Regd No. ODIODI/2010/46693
Breaking News
17-May-2022
ବଲାଙ୍ଗୀର/ଲୋଇସିଂହ।, ଦୁର୍ଘଟଣା କେତେ ବେଳେ କାହା ସାଙ୍ଗରେ ଘଟେ କେହି କହି ପାରିବେ ନାହିଁ । ଖୁସିର ମୁହୂର୍ତ୍ତ ଟି ବେଳେବେଳେ ଦୁଃଖରେ ପରିଣତ ହୋଇ ପରିବାରକୁ ଦୁଃଖ ସାଗରରେ ଭସେଇ ଦେଇଥାଏ, ତାହା କଳ୍ପନା ବି କରିହୁଏ ନାହିଁ । ଏମିତି ଏକ ଛଅ ଜଣ ଘଟଣା ସାଙ୍ଗ ଲୋଇସିଂହା ଅଞ୍ଚଳରେ l ଜଣେ ଆଉଜଣଙ୍କ ପାଇଁ ପାଗଳ । ବୟସର ଖେଳରେ ସମସ୍ତେ ବନ୍ଧା l ସାଙ୍ଗ ମାନେ ବେଶ ଭଲ ପୋଷାକ ପିନ୍ଧି ଖୁସି ମଜାରେ ବାହାରି ପଡିଲେ ବୁଲିବା ପାଇଁ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ରେଳ ଷ୍ଟେସନ ନିକଟକୁ । ଛଅଜଣଙ୍କ ଭିତରୁ ଦୀପକ ଓ ବିକାଶ ପ୍ଲାଟଫର୍ମ ର ଆର ପଟକୁ ଯିବା ପାଇଁ ମାଲ ବୋଝେଇ ଟ୍ରେନ ଉପରକୁ ଚଢ଼ିବା ସମୟରେ ବିଦ୍ୟୁତ ଅକସ୍ମାତ ତାର ସହି ତ ସଂଯୋଗ ହୋଇ ଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଲୋଇସିଂହା ହସ୍ପିଟାଲକୁ ଅଣାଯାଇଥିଲା l ଦୀପକ ମେହେର ଅତି ଗୁରୁତର ହେବାରୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।ଅବସ୍ଥା ଆହୁରି ଗୁରୁତର ହେବାରୁ ବଲାଙ୍ଗୀର ରୁ ରାଉରକେଲାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନାରୁ ଜଣା ପଡିଛି ।
(ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ଯ୍ୟାମୀ ସାହୁଙ୍କ ରିପୋର୍ଟ)