-+91-9937148622 |
prerana_bgr@rediffmail.com |
Wednesday 15th July 2026 |
R.N.I. Regd No. ODIODI/2010/46693
Breaking News
17-May-2022
ବିନିକା(ହିମାଂଶୁ ଶେଖର ପୁଟେଲ) ଚଳିତ ରବି ରିତୁ ପାଇଁ ସୋମବାର ଠାରୁ ବିନିକା ମାର୍କେଟ ୟାର୍ଡ଼ ଠାରେ ଧାନ କିଣା ପର୍ବ ଆରମ୍ଭ ହୋଇଛି। ପ୍ରଥମ ଦିନରେ ବିନିକା ସେବା ସମବାୟ ସମିତି ପକ୍ଷରୁ ଚାଷୀ ବିଦ୍ୟାଧର ପାଣିଗ୍ରାହୀଙ୍କ ଠାରୁ ୮୪.୯୫ କ୍ୱିଣ୍ଟାଲ ଧାନ କିଣାଯାଇ ଗୋଦାବରୀ ରାଇଏସ୍ ମିଲକୁ ପଠା ଯାଇଥିବା ବେଳେ ସେହିପରି ଜୟ ମା ତୁଳସୀ ସ୍ଵୟଂ ସହାୟକ ଗୋଷ୍ଠୀ ତରଫରୁ ଚାଷୀ ଶାନ୍ତନୁ କୁମାର ସାହୁଙ୍କଠୁଁ ୧୫.୮ କ୍ୱିଣ୍ଟାଲ ରଘୁନାଥ ବଗର୍ତ୍ତୀଙ୍କ ଠୁଁ ୧୮.୨୫ ଏବଂ ଶ୍ରୀରାମ ବାଘଙ୍କ ଠୁଁ ୨୪.୪୪ କ୍ୱିଣ୍ଟାଲ ଧାନ କିଣାଯାଇ କନ୍ୟକା ରାଇଏସ ମିଲକୁ ପଠାଯାଇଛି । ଏହି ଧାନ କିଣା ପର୍ବକୁ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଶୁଭ ଉଦ୍ଘାଟନ କରିଥିଲେ ।ଏହି ଅବସରରେ ଯୋଗାଣ ବିଭାଗ ଅଧିକାରୀ,ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା,ସେବା ସମବାୟ ସମିତି କର୍ମକର୍ତ୍ତା ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ଏହି ଉଦଘାଟନ ପର୍ବକୁ କୌଣସି ଚାଷୀ କିମ୍ବା ଚାଷୀ ସଂଗଠନକୁ ଡକାଯାଇନଥିବାରୁ ଲୋକୟିତ ଭାବରେ ଧାନ କିଣାଯାଇଛି ବୋଲି ଅସନ୍ତୋଷ ବୃଦ୍ଧି ପାଉଛି |ସେହିପରି ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇନାହିଁ | ପ୍ରକାଶ ଥାଉକି ଗତ ଖରିଫ ଋତୁରେ ବିଭିନ୍ନ ପ୍ରକାର ଅବ୍ୟବସ୍ଥା ଓ ଭିର୍ତ୍ତିଭୂମି ଅଭାବ ଯୋଗୁଁ ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି | ଅଦିନିଆଁ ବର୍ଷାଯୋଗୁଁ ମଧ୍ୟ ବହୁ କ୍ଷତିଗ୍ରସ୍ତ ହୋଇଛନ୍ତି | ରବିଋତୁରେ ମଧ୍ୟ ଅଦିନିଆଁ ବର୍ଷା ଓ ଝଡ଼ ତୋଫାନର ଅନେକ ସମ୍ଭାବନା ରହିଥାଏ | ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସମବାୟ ବିଭାଗ,ପେକ୍ସ କତୃପକ୍ଷ,ଏସଏଚଜି ମାନଙ୍କୁ ଚଳିତ ରବିଋତୁରେ ଭିତିଭୂମି ସଜାଡ଼ିବାକୁ ନିର୍ଦ୍ଧେଶ ଦେଇଥିଲେ | ହେଳେ କୌଣସି ସ୍ଥାନରେ ଭିର୍ତିଭୂମି ସଜଡାଯାଇ ଲୋକୟିତ ଭାବରେ ଧାନକିଣା ଆରମ୍ଭ କରାଯାଇଛି | ଯାହାଫଳରେ ଉକ୍ତ ପ୍ରସଙ୍ଗ କାଲେ ଧରାପଡ଼ିଯିବ ଏବଂ ଦୁର୍ନୀତି ଲୋକଲୋଚନକୁ ଆସିଯିବ ସେ ଆଶଙ୍କା ନେଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇନଥିବା ସାଧାରଣରେ ଆଲୋଚନା ହେଉଛି |