-+91-9937148622 |

prerana_bgr@rediffmail.com |

  Saturday 10th October 2026 |

| | | |

R.N.I. Regd No. ODIODI/2010/46693

Breaking News

ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବରଗଡ଼ରେ ‘ଜୁଭେଣ୍ଟିକା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-Oct-2026)       ||      ଛାତ୍ର ସଂସଦ ନିର୍ବାଚନ: ସରିଲା ନାମାଙ୍କନ♦️ କଣ୍ଟାମାଳ କଲେଜ ରୁ ୧୮ଜଣ କଲେ ନାମାଙ୍କନ ୫ଜଣ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ, ଜଣଙ୍କ ପ୍ରାର୍ଥୀପତ୍ର ନାକଚ    (09-Oct-2026)       ||      ବାଦ୍ ପଡ଼ିଥିବା ଏବଂ ପ୍ରଥମ ଥର/ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ   (09-Oct-2026)       ||      ବରଗଡ଼ର ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱର ଦଲିଲୀକରଣ ପାଇଁ ଜାତୀୟ ଆଲୋଚନାଚକ୍ର   (09-Oct-2026)       ||      ସାମାଜିକ ଗଣମାଧ୍ୟମରେ ଉଦୀୟମାନ ଧାରା ଉପରେ ପ୍ରଥମ ଅଧିବେଶନ - ସରକାରୀ ସଂଚାରରେ ନୂତନ ପ୍ରଯୁକ୍ତି, ତଥ୍ୟର ସତ୍ୟତା ଓ ଜନସହଭାଗିତା ଉପରେ ଗୁରୁତ୍ୱ   (09-Oct-2026)       ||      ୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ   (09-Oct-2026)       ||      ଓଡ଼ିଶା ସୂଚନା ସେବା (OIS) ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ: ସୋସିଆଲ ମିଡିଆ ଟ୍ରେଣ୍ଡ ଏବଂ AI-ଆଧାରିତ ସଂଚାର ଉପରେ ଆଲୋଚନା   (09-Oct-2026)       ||      *ଝରୀଗୁଡା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ଗଛରେ ପିଟିଲା ଅଲଟୋ କାର୍, ସ୍ୱାମୀ-ସ୍ତ୍ରୀ ମୃତ*   (09-Oct-2026)       ||      ସୁଦୀପ କୁମାର ତ୍ରିପାଠୀ♦️ ମାନବିକତାର ଜ୍ୱଳନ୍ତ ଉଦାହରଣ - ୩୨ ଦିନର ଶିଶୁକୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ    (09-Oct-2026)       ||      ସିରୋଲ କ୍ଲଷ୍ଟରରେ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ   (09-Oct-2026)       ||      ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ    (09-Oct-2026)       ||      ବଲାଙ୍ଗୀର ବନଖଣ୍ଡରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ଉଦ୍‌ଯାପିତ   (09-Oct-2026)       ||      *ଦରଖାସ୍ତ ନଦେଇ ଫେରିଗଲେ ମହିଳାମାନେ, ଅବକାରୀ ଥାନା ରେ ପଡ଼ିଛି ତାଲା !*   (09-Oct-2026)       ||      ତୁଷୁରା କ୍ଲଷ୍ଟର ସ୍ତରୀୟ ଚତୁର୍ଥ ମାସିକ ବୈଠକ ଅନୁଷ୍ଠିତ   (09-Oct-2026)       ||      ବରପାଲିରେ ଭିନ୍ନକ୍ଷମ ଶିଶୁଙ୍କ ଚିହ୍ନଟ ଓ ସହାୟକ ଉପକରଣ ବଣ୍ଟନ ଶିବିର   (09-Oct-2026)       ||      ସରପଞ୍ଚ ସଂଘ ସଭାପତିଙ୍କ ବିରୋଧରେ ଥାନାରେ ମାମଲା   (09-Oct-2026)       ||      ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ୮ଟି ସ୍ଥାନରେ ଚଢ଼ାଉ   (09-Oct-2026)       ||      ସୋହେଲାରେ ଜିଲା ସାମ୍ବାଦିକ ୟୁନିୟନ (ଜାବ୍) ବରଗଡର କାର୍ଯ୍ୟକାରିଣୀ ବୈଠକ   (09-Oct-2026)       ||      *ପୋଡ଼ାଗଡ ଐତିହାସିକ ପୀଠରେ ନୂଆଁଖାଇ ଭେଟ ଘାଟ*   (09-Oct-2026)       ||      ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   (09-Oct-2026)       ||     

HOME   ଜିଲ୍ଲା

ତତଳାଗଡ଼ ରେ ମୁଣ୍ଡ ଫଟା ଗରମ.. ରାସ୍ତାଘାଟ ଶୂନ ଶାନ... ସିନ୍ଧେକେଲା ରେ ତାତିରେ ବେହାଲ ଲୋକେ

17-May-2022



ଟିଟିଲାଗଡ଼ /ସିନ୍ଧେକେଲା(ଅନୀଲ କୁମାର ତ୍ରିପାଠୀ) : କିଛି ଦିନ ର ଆଶ୍ବସ୍ତି ପରେ ପୁଣି ତତଲା ତାୱାରେ ସିଝୁଛି ତତଲାଗଡ଼ ଭାବରେ ପରିଚିତ ଟିଟିଲାଗଡ଼ ସହର l ସେହିପରି ଭାବେ ପ୍ରକୃତିର ପ୍ରାକୃତିକ କୋଲରେ ଜନ୍ମ ନେଇଥିବା ସିନ୍ଧେକେଲା ଅଞ୍ଚଳର ଲୋକେ ଏବେ ତାତିରେ ବେହାଲ। ସରକାରୀ ଭାବରେ ଏବେ ତାତି ୪୨ ଡିଗ୍ରୀ ରୁ ୪୩ ଡିଗ୍ରୀ ମଧ୍ୟରେ ରହୁଥିବା କୁହାଯାଉଛି l ହେଲେ ଏବେ ତାତି ଅସମ୍ଭାଳ ହୋଇପଡିଛି l ଘରୁ ବାହାରକୁ ବାହାରିବା ମାତ୍ରକୁ ମୁଣ୍ଡ ବିନ୍ଧା ସହ ଦେହ ହାତ ଗୋଡ଼ ପୋଡି ଗଲା ଭଳି ଲାଗୁଛି l ଅସହ୍ୟ ତାତି ଯୋଗୁଁ ଲୋକେ ନାହିଁ ନ ଥିବା ସମସ୍ୟା ର ସମ୍ମୁଖୀନ ହେଉଛନ୍ତି l ଅଂଶୁଘାତ ଜନିତ ସମସ୍ୟା ରୁ ରକ୍ଷା ପାଇବାପାଇଁ ଲୋକେ ମୁଣ୍ଡରେ ଗାମୁଛା ଦେଇ ଯାତାୟାତ କରୁଥିବା ବେଳେ ହାତରେ ପାଣି ବୋତଲ,

ଛତା, ଚଷମା ଆଦି ବ୍ୟବହାର କଲେ ମଧ୍ୟ ସ୍ଥିତି ବେହାଲ ହୋଇ ପଡୁଛି l ଲୋକେ ତାତି ରୁ ନିଜକୁ ରକ୍ଷା କରିବା ପାଇଁ ଥଣ୍ଡା ସରବତ, ଲେମ୍ବୁ ପାଣି, ଦହିବରା, ଲସି, ଆଖୁ ରସ, ତରଭୁଜ ଉପରେ ନିର୍ଭର କରୁଛନ୍ତି l ସକାଳ ୧୨ ଟାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଟିଟିଲାଗଡ଼ ସହର ର ରାସ୍ତାଘାଟ ଜନଶୁନ୍ୟ ଅବସ୍ଥାରେ ରହୁଛି l ଅଘୋଷିତ କରଫ୍ୟୁ ପରି ମୁଖ୍ୟ ରାସ୍ତା ଘାଟ ଠାରୁ ଗଳି କନ୍ଦିର ଅବସ୍ଥା ରହୁଛି l ପୁରା ଜନଶୂନ୍ୟ ହୋଇ ପଡୁଛି ସହର l କିଛି ଦିନ କାଳ ବୈଶାଖୀ ତଥା ବାତ୍ୟା ଆସାନି କୁ ନେଇ ପାଣିପାଗ ପରିବର୍ତ୍ତନ ହେବା ସହ ତାତି ରୁ ଲୋକଙ୍କୁ କିଛି ଟା ଆଶ୍ବସ୍ତି ମିଳିଥିଲା l ଟିଟିଲାଗଡ଼ ତାପମାତ୍ରା ୪୦ ଡିଗ୍ରୀ ରୁ ତଳକୁ ଖସି ୩୭ ରୁ ୩୮ ଡିଗ୍ରୀ ରେ ପହଂଚିଥିଲା l ହେଲେ ଏବେ ପାଗ ଶୁଖିଲା ରହିବା ଯୋଗୁଁ ପୁଣି ସହରରେ ପ୍ରଚଣ୍ଡ ତାତି ଅନୁଭୂତ ହେଉଛି l ୪୦ ଡିଗ୍ରୀ ରୁ ହଠାତ ୩.୨ ଡିଗ୍ରୀ ବୃଦ୍ଧି ପାଇ ୪୩.୨ ଡିଗ୍ରୀ ରେ ପହଞ୍ଚିବା କାରଣ ରୁ ସହରରେ ସ୍ଥିତି ଆହୁରି ଅସମ୍ଭାଳ ହୋଇ ପଡିଛି l ଟିଟିଲାଗଡ଼ ସହର ଉପରେ ନିର୍ଭର କରି ଆସୁଥିବା ଆଖପାଖ ଗ୍ରାମାଞ୍ଚଳର ଲୋକଙ୍କ ଅବସ୍ଥା ଆହୁରି ଦୟନୀୟ ହୋଇ ପଡିଛି l ଯଦି ଓ ପ୍ରଚଣ୍ଡ ତାତି କୁ ନେଇ ସହରର କେତେକ ସ୍ଥାନରେ ଜଳଛତ୍ର ଖୋଲା ଯାଇଛି, ହେଲେ ଅସ୍ଥାୟୀ ବିଶ୍ରାମ ଗୃହ ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇ ନଥିବାରୁ ଟିଟିଲାଗଡ଼ ସହର ଉପରେ ନିର୍ଭର କରି ଆସୁଥିବା ଲୋକେ କିଏ ଚା ଦୋକାନ ତ କିଏ ପାନ ଦୋକାନ, ହୋଟେଲ ମାନଙ୍କର ଛାଇ ରେ ରହିବାକୁ ବାଧ୍ୟ ହେଉଛନ୍ତି l ଗୋଟିଏ ପଟରେ ଟିଟିଲାଗଡ଼ ରେ ତାତି ରାଜୁତି କରୁଥିବା ବେଳେ ବାରମ୍ବାର ବିଦ୍ୟୁତ କାଟ ମଧ୍ୟ ସାଧାରଣ ଜନତା ଙ୍କ ଜୀବନ ଯନ୍ତ୍ରଣା କୁ ଆହୁରି ଜଟିଳ କରିଛି l ବାରମ୍ବାର ବିଦ୍ୟୁତ କାଟ ହେବା ଯୋଗୁଁ ଘର ଭିତରେ ମଧ୍ୟ ରହିବା ମୁସ୍କିଲ ହୋଇ ପଡୁଛି l ପୂର୍ବରୁ ସାତ ଦିନରେ ଆଠ ଦିନରେ ଥରେ ପାନୀୟ ଜଳ ଯୋଗାଇ ଦିଆଯାଉଥିବା ବେଳେ ଏବେ ପ୍ରତି ଚାରି ଦିନରେ ଥରେ ପାଇପ ଯୋଗେ ପାନୀୟଜଳ ଯୋଗାଇ ଦେଉଛି ଜନସ୍ୱାସ୍ଥ୍ୟ ବିଭାଗl ଯାହାକୁ ନେଇ ସମୁଦ୍ର କୁ ଶଙ୍ଖେ ସଦୃଶ୍ୟ ପାନୀୟଜଳ ଯୋଗାଇ ଦେଉଛି ଜନସ୍ୱାସ୍ଥ୍ୟ

ବିଭାଗ l ପୁଣି ୧୫ ଗୋଟି ୱାର୍ଡ କୁ ୧୨ ଗୋଟି ପାଣି ଟ୍ୟାଙ୍କର ସାହାଯ୍ୟ ରେ ପାଣି ଯୋଗାଇ ଦେଉଥିଲେ ସୁଦ୍ଧା ଅତ୍ୟଧିକ ଗରମ ରେ ଲୋକେ ପାଣି ବୋହିବା ଯୋଗୁଁ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ସିନ୍ଧେକେଲା ରେ ମଧ୍ଯ ଉନ୍ଦେର ନଦୀରୁ ଇଣ୍ଟେକୱେଳ ଦ୍ବାରା ପାଇପ ଯୋଗେ ପାନୀୟଜଳ ଯୋଗାଇବା ସହ ପାନୀୟଜଳ ଯୋଗାଣ ରେ ଓଭରହେଡ ଟ୍ୟାଙ୍କ ବି ସହାୟକ ହେଉଛି । ତା ସହ ଟେଙ୍କର ଯୋଗେ ମଧ୍ଯ ପାନୀୟଜଳ ପହଞ୍ଚାଇବା ଚେଷ୍ଟା ଚାଳିଛି। ହେଲେ କିଛି ପଡାକୁ ପାଣି ପହଞ୍ଚି ପାରୁନଥିବାରୁ ଲୋକେ ବେଶ ହଇରାଣ ହରକତ ହେଉଥିବା ଦେଖା ଦେଉଛି । ବର୍ତ୍ତମାନ ନଅ ତପା ଚାଳିଥିବାରୁ ଶୀତଳଷଷ୍ଠୀ ଆସିବା ପର୍ଯ୍ୟନ୍ତ ଲୋକେ ଧର୍ଯ୍ୟ ରଖିବାକୁ ଚର୍ଚ୍ଚା କରୁଛନ୍ତି। ଏମିତି ସ୍ଥଳରେ କେବେ ତାତି ରୁ ରକ୍ଷା ମିଳିବ ତାହାକୁ ନେଇ ଏବେଠାରୁ ଲୋକେ ପ୍ରମାଦ ଗଣୁଛନ୍ତି


News Comment




Photo in News

Advertisment
Lastest News
  ଜିଲ୍ଲା  
ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବରଗଡ଼ରେ ‘ଜୁଭେଣ୍ଟିକା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   09-Oct-2026
  ଜିଲ୍ଲା  
ଛାତ୍ର ସଂସଦ ନିର୍ବାଚନ: ସରିଲା ନାମାଙ୍କନ♦️ କଣ୍ଟାମାଳ କଲେଜ ରୁ ୧୮ଜଣ କଲେ ନାମାଙ୍କନ ୫ଜଣ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ, ଜଣଙ୍କ ପ୍ରାର୍ଥୀପତ୍ର ନାକଚ   09-Oct-2026
  ରାଜ୍ୟ  
ବାଦ୍ ପଡ଼ିଥିବା ଏବଂ ପ୍ରଥମ ଥର/ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ   09-Oct-2026
  ଜିଲ୍ଲା  
ବରଗଡ଼ର ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱର ଦଲିଲୀକରଣ ପାଇଁ ଜାତୀୟ ଆଲୋଚନାଚକ୍ର   09-Oct-2026
  ଜିଲ୍ଲା  
ସାମାଜିକ ଗଣମାଧ୍ୟମରେ ଉଦୀୟମାନ ଧାରା ଉପରେ ପ୍ରଥମ ଅଧିବେଶନ - ସରକାରୀ ସଂଚାରରେ ନୂତନ ପ୍ରଯୁକ୍ତି, ତଥ୍ୟର ସତ୍ୟତା ଓ ଜନସହଭାଗିତା ଉପରେ ଗୁରୁତ୍ୱ   09-Oct-2026
  ଜିଲ୍ଲା  
୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ   09-Oct-2026
  ଜିଲ୍ଲା  
ଓଡ଼ିଶା ସୂଚନା ସେବା (OIS) ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ: ସୋସିଆଲ ମିଡିଆ ଟ୍ରେଣ୍ଡ ଏବଂ AI-ଆଧାରିତ ସଂଚାର ଉପରେ ଆଲୋଚନା   09-Oct-2026
  ଜିଲ୍ଲା  
*ଝରୀଗୁଡା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ଗଛରେ ପିଟିଲା ଅଲଟୋ କାର୍, ସ୍ୱାମୀ-ସ୍ତ୍ରୀ ମୃତ*   09-Oct-2026
  ଜିଲ୍ଲା  
ସୁଦୀପ କୁମାର ତ୍ରିପାଠୀ♦️ ମାନବିକତାର ଜ୍ୱଳନ୍ତ ଉଦାହରଣ - ୩୨ ଦିନର ଶିଶୁକୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ   09-Oct-2026
  ଜିଲ୍ଲା  
ସିରୋଲ କ୍ଲଷ୍ଟରରେ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ   09-Oct-2026
  ଜିଲ୍ଲା  
ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ   09-Oct-2026
  ଜିଲ୍ଲା  
ବଲାଙ୍ଗୀର ବନଖଣ୍ଡରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ଉଦ୍‌ଯାପିତ   09-Oct-2026

You Might Also Like