-+91-9937148622 |
prerana_bgr@rediffmail.com |
Wednesday 15th July 2026 |
R.N.I. Regd No. ODIODI/2010/46693
Breaking News
16-May-2022
ବୌଦ୍ଧ (ପ୍ରେରଣା ଖବର) ::ଆଜି ପବିତ୍ର ବୁଦ୍ଧ ପୂର୍ଣ୍ଣିମା ଓ ସନ୍ଥ କବି ଭୀମ ଭୋଇଙ୍କ ଜନ୍ମ ଜୟନ୍ତୀ ଉତ୍ସବ ଉପଲକ୍ଷେ ହରଭଙ୍ଗା ବ୍ଲକର ମାଧପୁର, କଣ୍ଟାମାଲ ବ୍ଲକ ସ୍ଥିତ ମନମୁଣ୍ଡା,ବୌଦ୍ଧ ଏନ. ଏ. ସି. ସ୍ଥିତ ବାଘଗୁଡ଼ା ଛକ ରେ ଭଗବାନ ବୁଦ୍ଧ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ, ବୌଦ୍ଧ ସ୍ଥିତ ଜାମୁଛକ ଠାରେ ଗାନ୍ଧିଜୀ ଙ୍କ ଓଡ଼ିଶା ଆଗମନ ର ପ୍ରତିଛବି, କେଳାକଟା ସ୍ଥିତ ଭୀମ ପାହାଡ଼ ଠାରେ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି l ଏହି ଉପଲକ୍ଷେ ଶ୍ୟାମସୁନ୍ଦରପୁର, ପର୍ଗଳପୁର, ବୌଦ୍ଧ ସ୍ଥିତ ବୁଦ୍ଧ ପାର୍କ ଠାରେ ଭଗବାନ ବୁଦ୍ଧ ଙ୍କ ନୀତି କାନ୍ତି ସହ ପୂଜାର୍ଚନା ଏବଂ ବୁଦ୍ଧ ପାର୍କ ଠାରେ ଭଗବାନ ବୁଦ୍ଧ ଙ୍କ ବିଷୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି l