-+91-9937148622 |
prerana_bgr@rediffmail.com |
Friday 3rd July 2026 |
R.N.I. Regd No. ODIODI/2010/46693
Breaking News
20-Nov-2020
ବଲାଙ୍ଗିର,ଜମାକାରୀମାନଙ୍କୁ ତାଙ୍କ ଜମା ଟଙ୍କା ଫେରସ୍ତ ଦାବିରେ ସମଗ୍ର ବଲାଙ୍ଗିର, ସୁବର୍ଣ୍ଣପୁର ଓ କଳାହାଣ୍ଡିର ସମସ୍ତ ଗ୍ରାମ ପଞ୍ଚାୟତ ସ୍ତରୀୟ ଜମାକାରୀ ଋଣ ସତ୍ୟାଗ୍ରହ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ସଂଗଠିତ କରିବା ପାଇଁ ଆଜି ବଲାଙ୍ଗିର ଠାରେ ଆୟୋଜିତ ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚ ବୈଠକରେ ସର୍ବ ସମ୍ମତିରେ ନିଷ୍ପତ୍ତି ହୋଇଅଛି । ବିଭୁଦତ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଂଚର ରାଜ୍ୟ ସଭାପତି ଜୟନ୍ତ ଦାଶ, ଅଖିଳ ଭାରତ ଛାତ୍ର ସଂଘର ରାଜ୍ୟ ସଭାପତି ସଂଙ୍ଘମିତ୍ର ଜେନା, ବଲାଙ୍ଗିର ଜିଲ୍ଲା ଲଳିତ ଦିପ, ପୃଥ୍ୱୀରାଜ ସିଂ ବାଗ, ସୁବର୍ଣ୍ଣପୁରର ମଦନ ମୋହନ ଡାଙ୍ଗ, କୁଶଳେଶ୍ୱର ନାଏକ, କଳାହାଣ୍ଡିର ପ୍ରହଲ୍ଲାଦ ମେହେର, ରମେଶ ପୋଡ, ସରୋଜ କୁମାର ତାଣ୍ଡି, ରବି ଭୋଇ, ପ୍ରେମାନନ୍ଦ ସାହୁ, ଲବ ପୁଟେଲ ପ୍ରମୁଖ ଉଦ୍ବୋଧନ ଦେଇ ପ୍ରତ୍ୟେକ ବ୍ଲକରେ ପ୍ରତ୍ୟେକ ଦିନ ଅନ୍ୟୁନ ଗୋଟିଏ ଗ୍ରାମ ପଞ୍ଚାୟତରେ ଜମାକାରୀମାନେ ଗଣସତ୍ୟାଗ୍ରହ ଚାଲୁ ରଖିବା ପାଇଁ ସଂକଳ୍ପ ଘୋଷଣା କରିଛନ୍ତି ।