-+91-9937148622 |
prerana_bgr@rediffmail.com |
Monday 20th July 2026 |
R.N.I. Regd No. ODIODI/2010/46693
Breaking News
15-May-2022
ବୌଦ୍ଧ (ପ୍ରେରଣା ଖବର) : ବୌଦ୍ଧ ଜିଲ୍ଲା ଲାଣ୍ଡିବନ୍ଧ ସ୍ଥିତ ଏସ. ବି. ଆଇ ଆରସେଟି ତରଫରୁ କଣ୍ଟାମାଳ ବ୍ଲକ ସ୍ତିତ ଦପଲା ଗ୍ରାମରେ ୨୨ ଜଣ ମହିଳା ମାନଙ୍କୁ ନେଇ ଏକ ଦଶ ଦିନିଆ ପନିପରିବା ଚାଷ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ଏଥିରେ ସହକାରୀ ପ୍ରକଳ୍ପ ନିର୍ଦ୍ଧେଶକ (ଜୀବିକା ) ଜ୍ୟୋତ୍ସ୍ନା ରାଣୀ
ପୁରୋହିତ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଟିକୁ ଆରମ୍ଭ କରିଥିଲେ l ତାଲିମ କାର୍ଯ୍ୟକ୍ରମରେ ଜ୍ଞାନ କିଶୋର ପାଣିଗ୍ରାହୀ ମୁଖ୍ୟ ପ୍ରଶିକ୍ଷକ ଭାବରେ ଯୋଗ ଦେଇ ପନିପରିବା ଚାଷର ଲାଭ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ
l ଆରସେଟି ନିର୍ଦ୍ଧେଶକ ଶ୍ରୀ ବିଚିତ୍ର ମହାପାତ୍ର ପ୍ରଶିକ୍ଷାର୍ଥୀ ମାନକୁ ବ୍ୟାଙ୍କ ର ବୀମା, ରୃଣ ଏବଂ ବିଭିନ୍ନ ସରକାରୀ ଯୋଜନା ବିଷୟରେ ବୁଝାଇଥିଲେ ଏବଂ ଉଦଯାପନ ଦିବସରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ (ଓଡିଶା ଜୀବିକା ମିଶନ) ଫ୍ରାନସିସ ଵାଲା ସମସ୍ତ ପ୍ରଶିକ୍ଷାର୍ଥୀ ମାନଙ୍କୁ ତାଲିମ ପ୍ରମାଣ ପତ୍ର ଦେଇ ଉତ୍ସାହିତ କରିଥିଲେ l ଅନୁଷ୍ଠାନର ତାଲିମ ସଂଯୋଜକ କାନନ ଖମାରୀ କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିବା ସହିତ ଅନୁଷ୍ଠାନର ସମସ୍ତ କର୍ମଚାରୀମାନେ ତାଙ୍କୁ ସହଯୋଗ କରିଥିଲେ l