-+91-9937148622 |
prerana_bgr@rediffmail.com |
Monday 20th July 2026 |
R.N.I. Regd No. ODIODI/2010/46693
Breaking News
15-May-2022
ବଲାଙ୍ଗୀର ,ଗୈଡତୁଲା ଠାରେ ସନ୍ଥ କବି ଭୀମ ଭୋଇଙ୍କ ନାମରେ ଏକ ପାଠାଗାର ବକଲଧାରୀ ଵାଵା କପିଳେନ୍ଦ୍ର ଵାଵା ଙ୍କ ଦ୍ବାରା ଉଦଘାଟିତ ହୋଇଥିଲା l ଗୈଡତୁଲା ଗ୍ରାମଵାସୀ ଓ ଆଖପାଖ ଅଞ୍ଚଳର ସାହିତ୍ୟପ୍ରେମୀ ବ୍ୟକ୍ତି ମାନଙ୍କ ସହଯୋଗରେ ଏହି ପାଠାଗାର ପରିଚାଳିତ ହେବ l ପାଠାଗାର ଲୋକାର୍ପଣ ଉତ୍ସବରେ ଆଖପାଖ ଅଞ୍ଚଳରର ଵହୁ ସାଧୁସନ୍ଥ ଉପସ୍ଥିତ ରହି ଭୀମ ଭୋଇଙ୍କ ଜୀବନାଦର୍ଶର ସୃତିଚାରଣ କରିଥିଲେ। ଆଜି ଏହି ଗ୍ରାମରେ ଏକ ଭକ୍ତିମୟ ପରିଵେଶ ସୃଷ୍ଟି ହୋଇଥିଲା। ଅଲେଖ ଧର୍ମର ପ୍ରଚାରପ୍ରସାର କରିବା ଉଦ୍ଦେଶ୍ୟରେ ସନ୍ଥ କବି ଭୀମ ଭୋଇ ଯେଉଁ ଆଦର୍ଶ ଆମ ପାଇଁ ଛାଡ଼ି ଯାଇଛନ୍ତି ତାହାର ପ୍ରଚାର କରିବା ପାଇଁ ବଳକଧାରୀ ଵାଵା କପିଳେନ୍ଦ୍ର ଭକ୍ତ ମାନଙ୍କୁ ବୁଝାଇ ଥିଲେ ।
(ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ)