-+91-9937148622 |
prerana_bgr@rediffmail.com |
Tuesday 21st July 2026 |
R.N.I. Regd No. ODIODI/2010/46693
Breaking News
15-May-2022
ବଲାଙ୍ଗୀର/ସଇଁତଲା(ସନ୍ତୋଷ କୁମାର ନାଏକ): ରାଜ୍ୟ ସରକାର ଗରିବ ଲୋକମାନଙ୍କ ପାଇଁ ମାଗଣାରେ ଚିକିତ୍ସା ଦେବାର ସୁବିଧା ଯୋଗାଇ ଦେଉଥିବା କହୁଛନ୍ତି । ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍ କୁମ୍ଭାରୀ ପଞ୍ଚାୟତ ଲମକାନୀ ଗାଁ’ର ସ୍ବର୍ଗତ ଜୟ କିଶୋର ପଟେଲ ଙ୍କ ପୁଅ ରଥ ପଟେଲ (ବ-୦୯) ଅଜଣା ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଛି । ଅକଥନୀୟ ଦୁର୍ଦ୍ଦଶା ର ଶିକାର ହୋଇ ଦିନ କାଟୁଥିବା ବେଳେ କେହି ସାହା, ଭରସା ନାହାନ୍ତି ।
ତାଙ୍କର ବାପା ଜୟ କିଶୋର ପଟେଲଙ୍କ ମୃତ୍ୟୁ ହୋଇଥିବା ବେଳେ ମାଆ ଭରଷାରେ ପୁଅଟି ବଞ୍ଚୁଛି । ସେ ଗରିବ ଶ୍ରେଣୀର ହୋଇଥିବା ବେଳେ ଏଭଳି ରୋଗ ପାଇଁ ମା ଭାଙ୍ଗି ପଡିଛନ୍ତି। ଅନେକ ଥର ଧାର କରଜ ଆଣି ରଥଙ୍କ ବାପା ବଲାଙ୍ଗିର, ଭୁବନେଶ୍ୱର, କଟକ, ବିଶାଖାପାଟଣା ଭଳି ଅନେକ ସ୍ଥାନରେ ଚିକିତ୍ସା କରିଥିଲେ। ହେଲେ ସେ ଆରପାରିରେ ଥିବା ବେଳେ ରଥଙ୍କ ମାଆଙ୍କ ପାଖରେ ଅର୍ଥ ଅଭାବ ଯୋଗୁଁ ଚିକିତ୍ସା ବ୍ୟବସ୍ଥା କରି ପାରୁ ନାହାଁନ୍ତି । ଯାହା ଫଳରେ ଭଗବାନଙ୍କ ଭରଷାରେ ଦିନ କାଟୁଛନ୍ତି ପରିବାର ଲୋକେ ।
ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ଫେଲ ମାରି ଥିବା ମନେ ହେଉଛି । ଯଦି ଏଭଳି ନିରୀହ ପିଲାଙ୍କ ପାଇଁ ଚିକିତ୍ସା ସୁବିଧା ସୁଯୋଗ ମିଳୁନାହିଁ ତ ଆଉ କାହାକୁ ମିଳିବ ବୋଲି ସାଧାରଣରେ ଆଲୋଚନା ହେଉଛି। ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।