-+91-9937148622 |
prerana_bgr@rediffmail.com |
Tuesday 21st July 2026 |
R.N.I. Regd No. ODIODI/2010/46693
Breaking News
15-May-2022
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) ମହାନଦୀ ସାହିତ୍ୟ ସଂସଦର ବାର୍ଷିକ ଉସ୍ସବ ଓ ଗଙ୍ଗା ଆଳତୀ ଉପଲକ୍ଷେ ଆଜି ସକାଳ ୫.୩୦ ରେ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର -ମନମୁଣ୍ଡା ଓ ସୋନପୁର କଲେଜ ଏନ ସି ସି ପକ୍ଷରୁ ସଫେଇ ଅଭିଯାନ ଓ ପଲିଥିନ ମୁକ୍ତ ଅଭିଯାନ ଅନୁଷ୍ଠିତ ହୋଇଥିଲା l ମନ୍ଦିର ପରିସର ଓ ଚତୁଃପାର୍ଶ୍ୱରେ ଥିବା ଅଳିଆ ଆବର୍ଜନା
ସଫl କରିଵା ସହ ପଲିଥିନ ଗୋଟାଇ ଏ ସମଗ୍ର ପରିବେଶ ସୁରକ୍ଷା ଓ ସୁସ୍ଥ ସମାଜ ପାଇଁ ଜନ ସାଧାରଣଙ୍କୁ ସଚେତନ କରାଇ ଥିଲେ l ସ୍ୱଚ୍ଛ ଭାରତ ସଂଗଠନର ସଭାପତି ଲଷ୍ମୀ ନାରାୟଣ ମେହେରଙ୍କ ପରାମର୍ଶ କ୍ରମେ ଏନ ସି ସି ଲେଫ୍ଟନେଣ୍ଟ ଆଶିଷ ଅଗ୍ରୱାଲ ଓ ମହାନଦୀ ସାହିତ୍ୟ ସଂସଦ ସଭାପତି ଗଦାଧର ବାରିକଙ୍କ ତତ୍ୱାବଧାନ,ଓ ସଂଗଠନ କୋଡିନେଟର ମନୋରଞ୍ଜନ ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ଇନ୍ଦୁମତୀ ପୁରୋହିତ, ପ୍ରହଲ୍ଲାଦ ମିଶ୍ର, ସୌରଭ ଖମାରି, ଅଶୋକ ହୋତା, ତରଣୀ ମେହେର, ନାରାୟଣ ରଥ, ଯୋଗେଶ ଆଗ୍ରୱାଲା, ଜୟ ନାରାୟଣ ସାହୁ, ଗରିବ ଲୋଇ , ଅଶୋକ ହୋତା, ସିମାଞ୍ଚଳ ହୋତା, ଗଣେଶ ମିଶ୍ର, ପ୍ରମୋଦ ସାହୁ, ପ୍ରତାପ ଦାଶ, ତ୍ରିଲୋଚନ ତରିଆ, ଜୟନ୍ତ ବେହେରା ଖିରୋଦ ପଟେଲ, ପ୍ରଫୁଲ୍ଲ ନାଏକ , ସୁଶାନ୍ତ ସାହୁ,ସିମାଞ୍ଚଳ ହୋତା ଗଣେଶ ମିଶ୍ର, ଅମର ଭୁତ, ପ୍ରମୁଖ ସମସ୍ତ ସକ୍ରିୟ ସଦସ୍ୟ
ସହଯୋଗ କରିଥିଲେ l ପ୍ରକାଶ ଥାଉ କି ଯେ ଗତ ମାର୍ଚ୍ଚ ମାସ ୨୦ ତାରିଖ ରେ ସୁବର୍ଣ୍ଣପୁର ନୂତନ ଏସ-ପି ଶ୍ରୀ ଅମରେଶ ପଣ୍ଡା ଙ୍କ ନେତୃତ୍ୱ ଓ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ୱଚ୍ଛ ଭାରତ, ସୋନପୁର କଲେଜ ଏନ ସି ସି , ଭୀମ ଭୋଇ ସେବା ଟ୍ରଷ୍ଟ, ପୋଲିସ ଅଫିସର, କର୍ମଚାରୀ, କନେଷ୍ଟବଳ ସଂଘ, ଗୋପାଳଜୀ ଯୋଗାଳୟ ସମେତ ବିଭିନ୍ନ ସଂଗଠନ ର ମିଳିତ ସହଯୋଗ ରେ ସ୍ଥାନୀୟ ବୁଢାରଜାd ଛକ ଠାରୁ କଲେଜ ରାସ୍ତା ଦେଇ କଚେରୀ ଛକ ଯାଏ ଏକ ପଲିଥିନ ମୁକ୍ତ ମହା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଥିଲା l ଯାହାକି ବୁଦ୍ଧିଜୀବୀ ମହଲରେ ଏସପି ଶ୍ରୀ ପଣ୍ଡା ଓ ଏହି ସଂଗଠନ ସବୁ ର ମହତ କାର୍ଯ୍ୟକୁ ଊଚ୍ଚ ପ୍ରଶଂସା କରାଯାଇଛି l