-+91-9937148622 |
prerana_bgr@rediffmail.com |
Thursday 23rd July 2026 |
R.N.I. Regd No. ODIODI/2010/46693
Breaking News
14-May-2022
ବରଗଡ଼:-ବରଗଡ଼ ଜିଲ୍ଲା,ସୋହେଲା ନିକଟସ୍ଥ ସୋହେଲା, ପିପିଲି ପାଲି, ହଲଦିପାଲି ସୀମା ନର୍ସରୀ ଠାରେ ଥିବା ମହିମା ଆଶ୍ରମରେ ଏକ ବିଂଶ ତମ ବିଶ୍ବ ଶାନ୍ତି ବ୍ରହ୍ମ ଯଜ୍ଞ ବାଲ୍ଯଲୀଲା ଅନୁଷ୍ଠିତ ହୋଇଯାଇଛି। ପିପିଲି ପାଲି ପୋଖରୀରୁ କଳସ ଏକ ଶୋଭାଯାତ୍ରା ଆସିବା ପରେ ଯଜ୍ଞ ଆରମ୍ଭ ହୋଇଥିଲା। ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଯଜ୍ଞରେ ବ୍ରହ୍ମ ଅବଧୂତ ବୀରେନ୍ଦ୍ର ବାବାଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ସହିତ, ଛାୟାକାନ୍ତ ବାବା, ମଦନ ବାବା ପ୍ରମୁଖ ସହଯୋଗ କରୁଛନ୍ତି। ପୂର୍ବତନ ମନ୍ତ୍ରୀ ତଥା ମହିମା ଭକ୍ତ ପ୍ରକାଶ ଚନ୍ଦ୍ର ଦେବତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନ ଉତ୍ସବ ରେ ବିଶିଷ୍ଟ ମହିମା ଗବେଷକ ତ୍ରିଲୋଚନ ପଟେଲ ବକ୍ତା ଭାବରେ ଯୋଗଦେଇ ଥିଲେ। ମହିମା ଗବେଷକ ତଥା ସଂପାଦକ ଟେକଚାନ୍ଦ ଦୁଆନ ଉଦ୍ଦେଶ୍ୟ ଜ୍ଞାପନ ସହ ସ୍ବାଗତ କରିଥିଲେ। କେଦାରନାଥ ନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଯଜ୍ଞ କମିଟିର ସଭାପତି ନିମାଇଁଚରଣ ଭୋଇ ଙ୍କ ସହ ହଲଧର ବିଶ୍ବାଳ, ମନୋଜ ଭୋଇ, ମୁକେଶ ଅଗ୍ରୱାଲ, ବିବେକା ନାଏକ, ତୀର୍ଥବାସୀ ନାଏକ, ଗିର୍ଜେଶ ଖାଡଙ୍ଗା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।