-+91-9937148622 |
prerana_bgr@rediffmail.com |
Sunday 11th October 2026 |
R.N.I. Regd No. ODIODI/2010/46693
Breaking News
14-May-2022
ପାଟଣାଗଡ଼ (ରୁପେନ୍ଦ୍ର ମୁଣ୍ଡ) - ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଧଣ୍ଡାମୁଣ୍ଡା ପଞ୍ଚାୟତ ବାଞ୍ଜିପାଲି ଗ୍ରାମର ଜଗନ୍ନାଥ ମନ୍ଦିର ତାଲା କାଟି ଚୋରି ହୋଇଥିବା ନେଇ ଖପ୍ରାଖୋଲ ଥାନାରେ ଅଭିଯୋଗ ହୋଇଛି । ବାଞ୍ଜିପାଲି ଗ୍ରାମ ର ଜଗନ୍ନାଥ ମନ୍ଦିର ରୁ ଶୁକ୍ରବାର ରାତି ରେ ଦୁର୍ବୁତ୍ତ ମାନେ ମୁଖ୍ୟ ଦ୍ୱାର ର ତାଲା କାଟି ଭଗବାନ ଙ୍କ ବ୍ୟବହାର ଜିନିଷ ଓ ମୂର୍ତ୍ତି ମାନେ ଚୋରି କରିନେଇ ଥିବା ଜଣାପଡିଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ହେବ । ସୂଚନା ଅନୁସାରେ ମନ୍ଦିର ପୂଜକ ପ୍ରୀତମ ମିଶ୍ର ଶୁକ୍ରବାର ଭଗବାନ ଙ୍କୁ ସନ୍ଧ୍ୟା ଆଳତି ଦେଇସାରିଲା ପରେ ସବୁଦିନ ପରି ମନ୍ଦିର କୁ ତାଲା ଦେଇ ଘର କୁ ଆସିଥିଲେ ପରେ ଶୁକ୍ରବାର ସକାଳୁ ପୂଜା କରିବା ପାଇଁ ମନ୍ଦିର କୁ ଆସି ମନ୍ଦିର ତାଲା କଟା ହୋଇ ତଳେ ପଡିଥିବା ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ ଗାଁଲୋକ ଆସିଲା ପରେ ଜଗନ୍ନାଥ ଙ୍କ ଆସବାବପତ୍ର ତଥା ମନ୍ଦିର ର ମୂର୍ତ୍ତି ମାନେ ଚୋରି ହୋଇଥିବା ଦେଖି ଖପ୍ରାଖୋଲ ପୋଲିସ କୁ ଖବର ଦେଇଥିଲେ । ପରେ ଖପ୍ରାଖୋଲ ପୋଲିସ ଓ ବଲାଙ୍ଗୀର ସାଇଣ୍ଟିଫିକ ଟିମ ଘଟଣା ସ୍ଥଳ ରେ ପହଁଚି ଅନୁସନ୍ଧାନ ଚଳାଇବା ସହିତ ଅତିଶିଘ୍ର ଚୋର ମାନଙ୍କୁ ଧରା ଯିବ ବୋଲି କହିଥିଲେ ।