-+91-9937148622 |

prerana_bgr@rediffmail.com |

  Sunday 11th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡରେ ସାହିତ୍ୟ ସାଧନାର ସୁବର୍ଣ୍ଣ ଜୟନ୍ତୀ ସମାରୋହ   (11-Oct-2026)       ||      କୁରସୁଡ଼ ଠାରେ ୫୦ ତମ ଦୁର୍ଗାପୂଜା - ନବରାତ୍ରୀ ପୂଜା ଆରମ୍ଭ   (11-Oct-2026)       ||      ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାଧାରଣ ସଭା    (11-Oct-2026)       ||      ଖୁଣ୍ଟସମଲେଇରେ ଶବର ସମାଜର ଭବ୍ୟ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ   (11-Oct-2026)       ||      ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ   (11-Oct-2026)       ||      ଇସ୍କନ ମନ୍ଦିରରେ ସିଭିଲ ସୋସାଇଟିର ନୂଆଁଖାଇ ଭେଟଘାଟ   (11-Oct-2026)       ||      ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ    (11-Oct-2026)       ||      କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   (11-Oct-2026)       ||      ମୋତେ ପ୍ରଭାବିତ କରିଥିବା ବହିଟିଏ ଶୀର୍ଷକ ଆଲୋଚନାଚକ୍ର ପୁସ୍ତକ ସହ ନିଷ୍ଠାପର ସମ୍ପର୍କ ରହିଲେ ଜୀବନର ବହୁ ଦ୍ବନ୍ଦ୍ବାତ୍ମକ ପରିସ୍ଥିତିରେ ଉଚିତ ମାର୍ଗଦର୍ଶନ ମିଳିଥାଏ    (11-Oct-2026)       ||      ବିଜୟପଲ୍ଲୀ ସଂସ୍କୃତ ମହାବିଦ୍ୟାଳୟରେ ଜୁଭେନ୍ତିକା କାର୍ଯ୍ୟକ୍ରମ   (11-Oct-2026)       ||      ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ♦️ ବିଦ୍ୟୁତ୍‌ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ; ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ   (11-Oct-2026)       ||      ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ କ୍ୟାଡର ସୁଦୃଢ଼ୀକରଣ ଓ ବୃତ୍ତିଗତ ଉତ୍କର୍ଷତା ଉପରେ ଗୁରୁତ୍ୱ   (11-Oct-2026)       ||      ବଳିଟିକ୍ରା - ବୁରୋମୁଣ୍ଡା ରାସ୍ତା ରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା, ଜଣେ ମୃତ,   (11-Oct-2026)       ||      ବଲାଙ୍ଗୀରରେ କାଂସିରାମ ଜୀଙ୍କ ୨୦ତମ ପରିନିର୍ବାଣ ଦିବସ ପାଳିତ   (10-Oct-2026)       ||      ବିଜେପି ରେ ଯୋଗ ଦେଲେ ବଲାଙ୍ଗୀର ଜିଲ୍ଲାର ବୋହୁ ସମାଜସେବୀ ଓ ଲେଖିକା ଡ. ସଂଗୀତା ମହାପାତ୍ର    (10-Oct-2026)       ||      ମା ସମେଲେଶ୍ୱ ରି ଙ୍କ ଧବଳ ମୁଖି ବେଶ    (10-Oct-2026)       ||      ମାଁ ମାଣିକେଶ୍ୱରି ଆଞ୍ଚଲିକ କୈବର୍ତ୍ତ ସମାଜ ର କମିଟି ଗଠନ   (10-Oct-2026)       ||      ପାଟଣେଶ୍ୱରୀ ଙ୍କ ନବରାତ୍ର ପୂଜା ଆରମ୍ଭ♦️ କଳସ ଶୋଭାଯାତ୍ରା ରେ ସାମିଲ ହେଲେ ଶ୍ରଦ୍ଧାଳୁ    (10-Oct-2026)       ||      ଜିଲ୍ଳା ପ୍ରଶାସନ ପକ୍ଷରୁ ଭୋଟର ତାଲିକା ପ୍ରସ୍ତୁତି ସମ୍ବନ୍ଧୀୟ ଘରକୁ ଘର ସର୍ଭେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   (10-Oct-2026)       ||      ନାଟ୍ୟଶ୍ରୀ ଗଦାଧର ବାରିକ ପାଇବେ ଗୁରୁ ଭଗବାନ ସାହୁ ସ୍ମୃତି ସମ୍ମାନ    (10-Oct-2026)       ||     

HOME   ଜିଲ୍ଲା

ରାଜେନ୍ଦ୍ରଡ୍ୟାମର ପୁନଃରୁଦ୍ଧାର ପାଇଁ ପ୍ରୟାସ ଆରମ୍ଭ,ଯୁବନେତା ଅର୍କେଶଙ୍କ ପରିଦର୍ଶନ

14-May-2022



ବଲାଙ୍ଗୀର,(ପ୍ରେରଣା ଖବର)ବଲାଙ୍ଗୀର ସହରର ଜଳକଷ୍ଟଦୂର କରିବାକୁ ପ୍ରୟାସ ଆରମ୍ଭ ହୋଇଛି । ରାଜେନ୍ଦ୍ରଡ୍ୟାମର ପୁନଃରୁଦ୍ଧାର କରିବାକୁ ରାଜ୍ୟସରକାରଙ୍କୁ ଅନୁରୋଧ କରାଯିବ ବୋଲି ରାଜେନ୍ଦ୍ରଡ୍ୟାମକୁ ପରିଦର୍ଶନରେ ଯାଇ ବିଜେଡିର ଯୁବନେତା ଅର୍କେଶନାରାୟଣ ସିଂଦେଓ କହିଛନ୍ତି । ରାଜେନ୍ଦ୍ର ଡ୍ୟାମର ପୁନଃରୁଦ୍ଧାର ହେଲେ ବଲାଙ୍ଗୀରର ଜଳସମସ୍ୟା ଦୂର ହେବା ସାଙ୍ଗକୁ ଏହି ଅଞ୍ଚଳର ସୌନ୍ଦର୍ଯ୍ୟତା ବଢିବ । ବଲାଙ୍ଗୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ହୋଇପାରିବ । ଏପରିକି ଏହି ଡ୍ୟାମସହିତ ବଲାଙ୍ଗୀର ସହରର କେତେକ ପୁସ୍କରୀଣିକୁ ପୁନଃରୁଦ୍ଧାର କରାଗଲେ ବଲାଙ୍ଗୀର ସହରର ଲୋକଙ୍କ ଜଳକଷ୍ଟ ଦୂର ହେବା ସହିତ ଏଠାରେ ବୋଟିଂର ମଧ୍ୟ ସୁବିଧା କରାଯାଇ ପାରିବ ବୋଲି ମତ ଦେଇଛନ୍ତି । ଆଜି ସେ ଏକ ପ୍ରତିନିଧିଦଳ ସହିତ ରାଜେନ୍ଦ୍ରଡ୍ୟାମକୁ ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିବା ସହିତ ଡ୍ୟାମର ଉନ୍ନତିକରଣ କରାଯିବ ବୋଲି କହିଛନ୍ତି । 
 ବଲାଙ୍ଗୀର ସହରରେ ଛୋଟବଡ ଅନେକ ବନ୍ଧ ଓ ପୁସ୍କରିଣୀ ରହିଛି । ଏହା ସହିତ ଲକ୍ଷ୍ମୀ ଯୋରନାଳରେ ରାଜେନ୍ଦ୍ରଡ୍ୟାମ ରହିଛି । ଶୈଳଶ୍ରୀ ପ୍ୟାଲେସ ପଛପଟେ ଥିବା ରାଜେନ୍ଦ୍ର ଡ୍ୟାମକୁ ବଲାଙ୍ଗୀର ନିକଟସ୍ଥ ବଣ୍ଡାପାହାଡରୁ ବାହାରିଥିବା ଝରଣାରେ ବର୍ଷାଜଳ ବହିଆସି ପ୍ରଥମେ ଗନ୍ଧରେଲ ଡ୍ୟାମ ଓ ସେଠାରୁ ଏଠାକୁ ଆସି ଏଠାରୁ ପୁଣି ଲକ୍ଷ୍ମୀଯୋରଦେଇ ବହିଯାଇଥାଏ । ୧୯୮୦ ମସିହା ବେଳକୁ ପାହାଡତଳେ ଗନ୍ଧରେଲ ଡ୍ୟାମ ଓ ଶୈଳଶ୍ରୀ ପ୍ୟାଲେସ ପଛପଟେ ରାଜେନ୍ଦ୍ର ଡ୍ୟାମ ନିର୍ମାଣ କରାଯାଇଥିଲା । ଲକ୍ଷ୍ମୀ ଯୋର ନାଳରେ ଡାଇଭରସନୱାଲ କରାଯାଇ ଜଳକୁ ଅଟକାଇ ରିଜର୍ଭ ରଖାଯାଇ ଏଠାରୁ କନ୍ଧପାଲି ଓ ତାଲପାଲିର ଜମିଗୁଡିକୁ ଜଳସେଚନ କରାଯାଉଥିଲା । କିନ୍ତୁ ପୁନଃରୁଦ୍ଧାର ଅଭାବରୁ କାଳକ୍ରମେ ଏହି ଡ୍ୟାମ ତାର ଅସ୍ତିତ୍ୱ ହରାଇଛି । ରାଜେନ୍ଦ୍ର ଡ୍ୟାମର ରିଜର୍ଭର ଏରିଆ ପ୍ରାୟ ୬୦ଏକର ରହିଛି । ରାଜେନ୍ଦ୍ରପଡାଠାରୁ ଏହା ଆରମ୍ଭ ହୋଇ ସିଧା ରାଜେନ୍ଦ୍ରକଲେଜର ବାଡପର୍ଯ୍ୟନ୍ତ ଲାଗିରହିଛି । ରାଜେନ୍ଦ୍ରଡ୍ୟାମର ପାଖରେ ବସିଥିବା ପଡାକୁ ରାଜେନ୍ଦ୍ରପଡା ଓ ଉପରପଡାକୁ ଡ୍ୟାମପଡା କୁହାଯାଉଛି । ଗତ ତିନିବର୍ଷ ତଳେ କ୍ଷୁଦ୍ରଜଳସେଚନ ବିଭାଗ ପକ୍ଷରୁ ରାଜେନ୍ଦ୍ର ଡ୍ୟାମର ସ୍ଲୁଇସ ଓ ସରପ୍ଲସକୁ ମରାମତି କରାଯାଇ ସାମାନ୍ୟ ମାଟିଉନ୍ନତିକରଣ ମଧ୍ୟ କରାଯାଇଥିଲା । କିନ୍ତୁ ଏହା ପରେ ଆଉ କୌଣସି ଉନ୍ନତିକରଣ କେବେ ମଧ୍ୟ ହୋଇନାହିଁ । ରାଜେନ୍ଦ୍ର ଡ୍ୟାମକୁ ଲାଗିରହିଥିବା ସୂର୍ଯ୍ୟନଗରରେ ପ୍ରାୟ ୧୦ଏକର ଜମିରେ ରାଜ୍ୟସରକାର ସାଇନ୍ସପାର୍କ ଓ ପ୍ଲାନେଟୋରିୟମ କରିବାକୁ ଯାଉଛନ୍ତି । ଏହା ସହିତ ରାଜେନ୍ଦ୍ରଡ୍ୟାମର ଶେଷମୁଣ୍ଡର ପଶ୍ଚିମଦିଗଦେଇ ବଲାଙ୍ଗୀରର ରିଂରୋଡ କାମ ଚାଲିଛି । ଆଗକୁ ସୂର୍ଯ୍ୟନଗର ଅଞ୍ଚଳକୁ ପ୍ଲାନେଟୋରିୟମ ଓ ସାଇନ୍ସପାର୍କ ଦେଖିବାକୁ ଲୋକଙ୍କ ଭିଡ ଜମିବ । ଏହା ସହିତ ରାଜେନ୍ଦ୍ରବିଶ୍ୱବିଦ୍ୟାଳୟକୁ ଏହା ଲାଗିକି ରହିଥିବାରୁ ଏହାର ପୁନଃରୁଦ୍ଧାର କରି ଜଳସଂରକ୍ଷଣ କରି ବୋଟିଂର ମଧ୍ୟ ସୁବିଧା କରାଯାଇ ପାରିବ ବୋଲି ମତପ୍ରକାଶ ପାଉଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଟିଟିଲାଗଡରେ ସାହିତ୍ୟ ସାଧନାର ସୁବର୍ଣ୍ଣ ଜୟନ୍ତୀ ସମାରୋହ   11-Oct-2026
  ଜିଲ୍ଲା  
କୁରସୁଡ଼ ଠାରେ ୫୦ ତମ ଦୁର୍ଗାପୂଜା - ନବରାତ୍ରୀ ପୂଜା ଆରମ୍ଭ   11-Oct-2026
  ଜିଲ୍ଲା  
ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାଧାରଣ ସଭା   11-Oct-2026
  ଜିଲ୍ଲା  
ଖୁଣ୍ଟସମଲେଇରେ ଶବର ସମାଜର ଭବ୍ୟ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ   11-Oct-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ   11-Oct-2026
  ଜିଲ୍ଲା  
ଇସ୍କନ ମନ୍ଦିରରେ ସିଭିଲ ସୋସାଇଟିର ନୂଆଁଖାଇ ଭେଟଘାଟ   11-Oct-2026
  ଜିଲ୍ଲା  
ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ   11-Oct-2026
  ଜିଲ୍ଲା  
କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   11-Oct-2026
  ଜିଲ୍ଲା  
ମୋତେ ପ୍ରଭାବିତ କରିଥିବା ବହିଟିଏ ଶୀର୍ଷକ ଆଲୋଚନାଚକ୍ର ପୁସ୍ତକ ସହ ନିଷ୍ଠାପର ସମ୍ପର୍କ ରହିଲେ ଜୀବନର ବହୁ ଦ୍ବନ୍ଦ୍ବାତ୍ମକ ପରିସ୍ଥିତିରେ ଉଚିତ ମାର୍ଗଦର୍ଶନ ମିଳିଥାଏ   11-Oct-2026
  ଜିଲ୍ଲା  
ବିଜୟପଲ୍ଲୀ ସଂସ୍କୃତ ମହାବିଦ୍ୟାଳୟରେ ଜୁଭେନ୍ତିକା କାର୍ଯ୍ୟକ୍ରମ   11-Oct-2026
  ଜିଲ୍ଲା  
ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ♦️ ବିଦ୍ୟୁତ୍‌ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ; ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ   11-Oct-2026
  ରାଜ୍ୟ  
ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ କ୍ୟାଡର ସୁଦୃଢ଼ୀକରଣ ଓ ବୃତ୍ତିଗତ ଉତ୍କର୍ଷତା ଉପରେ ଗୁରୁତ୍ୱ   11-Oct-2026

You Might Also Like