-+91-9937148622 |

prerana_bgr@rediffmail.com |

  Wednesday 14th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସିନ୍ଦୁରପଙ୍କରେ ବିଜୟା ଦଶମୀରେ ରାବଣ ଦରବାର ମହାରାଜ ରାବଣ ଭୂମିକାରେ ଅଭିନୟ କରିବେ ବିଶିଷ୍ଟ କଳାକାର କମଳ ଲୋଚନ ପଣ୍ଡା   (14-Oct-2026)       ||      ସମ୍ବଲପୁର ଜିଲ୍ଲାର ୧୪ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ହେଲେ ନୂତନ ଡାକ୍ତର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପକୁ ଶ୍ରେୟ; ଜିଲ୍ଲାପାଳଙ୍କୁ ମଧ୍ୟ କୃତଜ୍ଞତା ଜଣାଇଲେ ମିତ୍ରଭାନୁ ଓ ଡା. ରାଜାରାମ   (14-Oct-2026)       ||      ନଅଗାଁ-କ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ   (14-Oct-2026)       ||      ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   (13-Oct-2026)       ||      ୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ    (13-Oct-2026)       ||      *ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   (13-Oct-2026)       ||      ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି    (13-Oct-2026)       ||      ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   (13-Oct-2026)       ||      ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Oct-2026)       ||      ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   (13-Oct-2026)       ||      ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ    (13-Oct-2026)       ||      ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   (13-Oct-2026)       ||      ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   (13-Oct-2026)       ||      ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   (13-Oct-2026)       ||      ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   (13-Oct-2026)       ||      ତୁଷୁରାରେ ମହାରାଜା ଅଗ୍ରସେନଜୀଙ୍କ ଜୟନ୍ତୀ ପାଳିତ   (13-Oct-2026)       ||      ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   (13-Oct-2026)       ||      ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (13-Oct-2026)       ||      ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର    (13-Oct-2026)       ||      ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   (13-Oct-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର ସବୁଠୁ ଉତ୍ତପ୍ତ ସହର:କେବେ ପୂରଣ ହେବ ମିନି ଚିଲିକା ସ୍ୱପ୍ନ? ଖଇରମାଳ ବ୍ୟାରେଜ କାମ ତ୍ଵରାନ୍ଵିତ କରିବାକୁ ଦାବୀ

09-May-2022



ବଲାଙ୍ଗୀର/ ସୋନପୁର(ପ୍ରେରଣା ଖବର ବ୍ୟୁରୋ)- ସୁବର୍ଣ୍ଣପୁର ଜିଲ୍ଲାରେ ପରବର୍ତ୍ତିତ ପାଣିପାଗକୁ ଶୃଙ୍ଖଳିତ କରିବା ପାଇଁ ତଥା ଉତ୍ତପ୍ତ ସହରକୁ ଶୀତଳତା ପ୍ରଦାନ କରିବା  ପାଇଁ ଖଇରମାଳ ବ୍ୟାରେଜ ନିର୍ମାଣ ଦାବୀ ହୋଇଛି । ଏହାକୁ ମିନି ଚିଲିକା ପ୍ରକଳ୍ପ ନାମରେ ଚର୍ଚ୍ଚା  ଜୋର ଧରିଥିଲା। ଏହାର ଆବଶ୍ୟକତା ନେଇ ବୁଦ୍ଧିଜୀବୀ ପକ୍ଷରୁ  ଆନ୍ଦୋଳନ ଓ ସଚେତନତା କାର୍ଯ୍ୟକ୍ରମ କରିବାକୁ ଯାଇ ମୂଖ୍ୟମନ୍ତ୍ରୀ ଓ ଜଳ ସଂପଦ ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଅଛି। ଏହି ବ୍ୟାରେଜ ନିର୍ମାଣ ହେଲେ ଶିଳ୍ପ ବିହୀନ ସୁବର୍ଣ୍ଣପୁର ଜିଲ୍ଲା ଓ ବୌଦ୍ଧ ଜିଲ୍ଲାର ଜଳ ସେଚିତ,ମତ୍ସ୍ୟଚାଷ ସହ ଜଳ ପର୍ଯ୍ୟଟନର ସମ୍ଭାବନା ସୃଷ୍ଟି ହୋଇଥାନ୍ତା। ଏହି ପ୍ରକଳ୍ପର ଜଳ ସଂପଦ ଓ ପ୍ରକୃତିଦାନ ପ୍ରଚୁର ଜମି ନେଇ ଶିଳ୍ପନୁଷ୍ଠାନ ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଆକୃଷ୍ଟ ହେବେ। ରାଜ୍ୟର ଉତ୍ତପ୍ତ ଅଞ୍ଚଳ ଭାବରେ ପରିଗଣିତ ସୋନପୁର ସହର ଓ ଅନ୍ୟ ପାର ପାଶ୍ୱିକ ଅଞ୍ଚଳ ଆଶ୍ଵସ୍ତ ଅନୁଭବ କରିପାରନ୍ତେ। ଉକ୍ତ ପ୍ରକଳ୍ପରେ ଭୂତଳ ପାଣି ରିଚାର୍ଜ ହେବ। ଅନ୍ୟପକ୍ଷରେ ମହାନଦୀ ପାଣି ସମୁଦ୍ର ଚାଲିଯାଉଛି। ମହାନଦୀ ଜଳ ଉପଯୋଗ ହେଉନାହିଁ। ପଡୋଶୀ ରାଜ୍ୟ ଛତିଶଗଡ ମହାନଦୀ ଜଳକୁ ସଂରକ୍ଷଣ କରିଛି। ତେଣୁ ଓଡ଼ିଶା ସରକାର ମହାନଦୀରେ ଜଳ ଉପଯୋଗ ଯୋଜନା ନେଇ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଥିଲେ। ରାଜ୍ୟ ସରକାର ଖଇର ମାଳ, ଗୋଧନେଶ୍ଵର, କପା ସିରା ଓ ଦେଓଗାଁ ସମେତ ହୀରାକୁଦ ତଳ ମୁଣ୍ଡରେ ୫ଟି ନୂତନ ବ୍ୟାରେଜ ନିର୍ମାଣ କରିବାରୁ ସରକାରୀ ଭାବେ ଘୋଷଣା କରିଥିଲେ। ୫ବର୍ଷ ପୂର୍ବରୁ ରାଜ୍ୟ ଜଳସଂପଦ ବିଭାଗ ମହାନଦୀ-ତେଲ ନଦୀ ସଂଗମ ସ୍ଥଳୀ ରାମେଶ୍ଵରଠାରେ ସାଢେ ୩କିଲେ।ମିଟର ଦୂର ଖଇରମାଳ ବ୍ୟାରେଜ ନିର୍ମାଣ ନେଇ ବିଧିବଦ୍ଧ ଜଣାଇଦିଆଯାଇଥିଲା ଖଇର ମାଳଠାରେ ୫.୫ ମିଟର ଉଚ୍ଚତା ବିଶିଷ୍ଟ ବ୍ୟାରେଜ ନିର୍ମାଣ ପାଇଁ ପ୍ରାଥମିକ ସ୍ତରରେ ଜଳସଂପଦ ବିଭାଗ ପକ୍ଷରୁ ସର୍ଭେ ହୋଇଥିଲା ଟେକନିକାଲ ଆଡ଼ଭାଇଜର କମିଟି (ଟିଏସି)ରେ ଅନୁମୋଦନ ମଧ୍ୟ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଅନ୍ୟ ବ୍ୟାରେଜ ନିର୍ମାଣ କାର୍ଯ୍ୟ ଜାରି ରହିଛି। କିନ୍ତୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ନ ହେବା, ଏଥିପାଇଁ ସରକାରୀ ଅନୁଦାନ ଯୋଗାଇ ନ ଥିବା ଜିଲ୍ଲାବାସୀଙ୍କୁ ବ୍ୟଥିତ କରିଛି। ଚଳିତ ଗ୍ରୀଷ୍ମଋତୁରେ ସୁବର୍ଣ୍ଣପୁର ତାପମାତ୍ରା ସର୍ବାଧିକ ରେକର୍ଡ଼ କରାଯାଇ ଥିବା ବେଳେ ସମଗ୍ର ଦେଶରେ ଉତ୍ତପ୍ତ ସହର ଭାବେ ଅପଖ୍ୟାତି ପାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ପ୍ରସ୍ଥାବିତ ଖଇରମାଳ ପ୍ରକଳ୍ପକୁ ଅଗ୍ରଧିକାର ଭିତ୍ତିରେ ପ୍ରାଥମିକତା ଦେଇ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବା ପାଇଁ ଜିଲ୍ଲାବାସୀ ଦୃଢ ଦାବୀ କରୁଛନ୍ତି। ତେବେ ଏହି ପ୍ରକଲ୍ପର ଅଗ୍ରଗତୀ ନେଇ ପଦ୍ମପୁର ଇନଭେଷ୍ଟିଗେସନ ଡିଭିଜନର ନିର୍ବାହୀଯନ୍ତ୍ରୀ ଇଂ.କୁଳମଣୀ ସେଠୀଙ୍କୁ ପଚାରିବାରୁ ଗତ ଜାନୁୟାରୀ ୭ତାରିଖରେ ଏକ ଉଚ୍ଚପ୍ରତିନିଧି ବୈଷୟୀକ କମିଟି ଆସି ତଦାରଖ କରି ଫେରିଛନ୍ତି । ଆର୍ଥିକ ପରାମର୍ଶଦାତା କମିଟି ଅନୁମୋଦନ ପରେ ଏହି ପ୍ରକଲ୍ପ ହୋଇପାରିବ ବୋଲି କହିଛନ୍ତି ।

 


News Comment




Photo in News

Advertisment
Lastest News
  ଜିଲ୍ଲା  
ସିନ୍ଦୁରପଙ୍କରେ ବିଜୟା ଦଶମୀରେ ରାବଣ ଦରବାର ମହାରାଜ ରାବଣ ଭୂମିକାରେ ଅଭିନୟ କରିବେ ବିଶିଷ୍ଟ କଳାକାର କମଳ ଲୋଚନ ପଣ୍ଡା   14-Oct-2026
ସମ୍ବଲପୁର ଜିଲ୍ଲାର ୧୪ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ହେଲେ ନୂତନ ଡାକ୍ତର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପକୁ ଶ୍ରେୟ; ଜିଲ୍ଲାପାଳଙ୍କୁ ମଧ୍ୟ କୃତଜ୍ଞତା ଜଣାଇଲେ ମିତ୍ରଭାନୁ ଓ ଡା. ରାଜାରାମ   14-Oct-2026
  ଜିଲ୍ଲା  
ନଅଗାଁ-କ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ   14-Oct-2026
  ଜିଲ୍ଲା  
ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   13-Oct-2026
  ଜିଲ୍ଲା  
୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ   13-Oct-2026
  ଜିଲ୍ଲା  
*ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   13-Oct-2026
  ଜିଲ୍ଲା  
ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି   13-Oct-2026
  ଜିଲ୍ଲା  
ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   13-Oct-2026
  ଜିଲ୍ଲା  
ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   13-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   13-Oct-2026
  ଜିଲ୍ଲା  
ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ   13-Oct-2026
  ଜିଲ୍ଲା  
ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   13-Oct-2026

You Might Also Like