-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
09-May-2022
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଉପଖଣ୍ଡ ଅନୁସୂଚିତ ଜନଜାତି ଓ ଆଦିବାସୀ ସଂପ୍ରଦାୟ ଲୋକମାନଙ୍କୁ ରବିବାର ଆଦିବାସୀ କଲ୍ୟାଣ ବିଭାଗ ପକ୍ଷରୁ ଜମି ପଟ୍ଟା ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ରେଢାଖୋଲ ବ୍ଲକ ପରିସର ରାଜିବ ଗାନ୍ଧୀ ଭବନ ସଭା ଗୃହଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟତଃ ୩୦ ଜଣ ହୀତାଧିକାରୀଙ୍କ ମଧ୍ୟରୁ ଉପସ୍ଥିତ ୨୨ ଜଣ ହୀତାଧିକାରୀଙ୍କୁ ଜଙ୍ଗଲ ଅଧିକାର ସ୍ବୀକୃତି ନୀୟମାନୁଯାୟୀ ହିତାଧିକାରୀମାନଙ୍କୁ ଜମି ପଟ୍ଟା ପ୍ରଦାନ କରା ଯାଇଥିଲା । ଏହି ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ରେଢାଖୋଲ ବ୍ଲକ୍ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ବିଡ଼ିଓ ପରୀକ୍ଷିତ ସାହୁ, ଅତିରିକ୍ତ ତହସିଲଦାର ଅମୁଲ୍ୟ କୁମାର ବାଘ ପ୍ରମୁଖ ଯୋଗ ଦେଇ ହିତାଧିକାରୀ ମାନଙ୍କୁ ଜମିପଟ୍ଟା ବଣ୍ଟନ କରା ଯାଇ ଥିଲା। ଏଥିରେ ଜଙ୍ଗଲ ମଙ୍ଗଳ ଅଧିକାରୀ ଦୀଲିପ କୁମାର ମିଶ୍ର କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜଙ୍ଗଲ ଅଧିକାର ସ୍ବୀକୃତି ନୀୟମ ଓ ଜମିପଟ୍ଟା ଉପରେ ଉପସ୍ଥିତ ହିତାଧିକାରୀ ମାନଙ୍କୁ ବିବରଣୀ ପ୍ରଦାନ କରିଥିଲେ ।