-+91-9937148622 |

prerana_bgr@rediffmail.com |

  Thursday 15th October 2026 |

| | | |

R.N.I. Regd No. ODIODI/2010/46693

Breaking News

ମାନବିକତା ଦେଖାଇଲେ ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ୍   (15-Oct-2026)       ||      ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   (14-Oct-2026)       ||      ବରପାଲି ଜଗନ୍ନାଥ ନଗର ୫୧ ତମ ସାର୍ବଜନିନ ଦୁର୍ଗା ପୂଜାର ସାମ୍ବାଦିକ ସମ୍ମିଳନୀ   (14-Oct-2026)       ||      *ଅବୈଧ ମଦ ବିକ୍ରି ଉପରେ ଡାବୁଗାଁ ପୋଲିସର ଚଢ଼ାଉ, ବିପୁଳ ମଦ ଜବତ, ୨ ଅଟକ*   (14-Oct-2026)       ||      ୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଫେନ୍ସିଂ ଏବଂ ଥାଙ୍ଗ-ଟା ଚାମ୍ପିୟାନସିପ୍ ଉଦଯାପିତ    (14-Oct-2026)       ||      ଜିଲ୍ଲାର ପଞ୍ଜିକୃତଗାଡିକୁ ଟୋଲଟେକ୍ସ ଫ୍ରି କରିବାକୁ ବଲାଙ୍ଗୀର ଟୋଲପ୍ଲାଜା ଏକ୍ସନକମିଟିର ଦାବି   (14-Oct-2026)       ||      ନବ ନିର୍ମିତ ପୂଜା ମଣ୍ଡପ (ଗାନ୍ଧି ପାଠାଗାର) ଟିକ୍ରାପଡା ର ଉଦ୍‌ଘାଟନୀ ଉତ୍ସବ ୧୬ରେ    (14-Oct-2026)       ||      ସିଦ୍ଧାର୍ଥ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ(ପୋଲିସ ଛାଉଣୀରେ କଲେଜ ପରିସର)   (14-Oct-2026)       ||      *ଡାବୁଗାଁରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅନୁଷ୍ଠିତ*   (14-Oct-2026)       ||      ନଭେମ୍ବର ୧ରେ ପିତାମ୍ବର ସ୍ଵରାକି ଫୁଟବଲ ଟୁର୍ଣ୍ଣାମେଣ୍ଟ   (14-Oct-2026)       ||      ସିନ୍ଦୁରପଙ୍କରେ ବିଜୟା ଦଶମୀରେ ରାବଣ ଦରବାର ମହାରାଜ ରାବଣ ଭୂମିକାରେ ଅଭିନୟ କରିବେ ବିଶିଷ୍ଟ କଳାକାର କମଳ ଲୋଚନ ପଣ୍ଡା   (14-Oct-2026)       ||      ସମ୍ବଲପୁର ଜିଲ୍ଲାର ୧୪ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ହେଲେ ନୂତନ ଡାକ୍ତର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପକୁ ଶ୍ରେୟ; ଜିଲ୍ଲାପାଳଙ୍କୁ ମଧ୍ୟ କୃତଜ୍ଞତା ଜଣାଇଲେ ମିତ୍ରଭାନୁ ଓ ଡା. ରାଜାରାମ   (14-Oct-2026)       ||      ନଅଗାଁ-କ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ   (14-Oct-2026)       ||      ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   (13-Oct-2026)       ||      ୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ    (13-Oct-2026)       ||      *ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   (13-Oct-2026)       ||      ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି    (13-Oct-2026)       ||      ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   (13-Oct-2026)       ||      ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Oct-2026)       ||      ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   (13-Oct-2026)       ||     

HOME   ଜିଲ୍ଲା

ପାଟଣାଗଡ : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ

08-May-2022



ପାଟଣାଗଡ ( ରୁପେନ୍ଦ୍ର ମୁଣ୍ଡା )  : ବ୍ରହ୍ମପୁରା ସ୍ଥିତ ଆଦିବାସୀ ଭବନଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର କାର୍ଯ୍ୟକାରୀ ସଭାପତି ନିତ୍ୟାନନ୍ଦ ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଡିଶା ସରକାର ଏବଂ କେନ୍ଦ୍ର ସରକାରଙ୍କ ଆଦିବାସୀ ମାରଣ ନୀତି ଗୁଡିକୁ କଟୁ ସମାଲୋଚନା କରାଯାଇଥିଲା । ପଞ୍ଚାୟତ ନିର୍ବାଚନରେ ଆଦିବାସୀମାନଙ୍କ ପାଇଁ ସଂରକ୍ଷିତ ସରପଞ୍ଚ ଆସନ , ବ୍ଲକ ଅଧ୍ୟକ୍ଷ ପଦବୀ , ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ଗୁଡିକୁ ଉଚ୍ଛେଦ କରିଥିବାରୁ ଏହାର ଜବାବ ଆଗାମୀ ବିଧାନସଭା ଏବଂ ଲୋକସଭା ନିର୍ବାଚନରେ ସୁଝାଇବାକୁ ଆହ୍ବାନ କରାଯାଇଥିଲା । ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ମାମଲା ସମାଧାନ ପାଇଁ ହାଇକୋର୍ଟର ଆଶ୍ରୟ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ସରକାରଙ୍କ ପରାମର୍ଶ ଅନୁସାରେ ସଂଘ ତରଫରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀ ଜନସଂଖ୍ୟା ଆଧାରରେ ପୂର୍ବବତ ସମ୍ବିଧାନ ପ୍ରଦତ୍ତ ସଂରକ୍ଷଣ ଲାଗୁ କରିବା ପାଇଁ ଓଡିଶା ହାଇକୋର୍ଟରେ ଡବ୍ଲୁ.ପି.ସି ନଂ ୧୩୬୦/୨୦୨୨ ରେ ରାଜ୍ୟ ସରକାର , ରାଜ୍ୟ ନିର୍ବାଚନ ଅଯୁକ୍ତି ନାମରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ମାମଲା ଦାୟର କରାଯାଇଛି । କିନ୍ତୁ ମାମଲା ଦାୟର କରିବାର ୩ ମାସ ବିତିଯାଇଥିଲେ ମଧ୍ୟ ଆଦିବାସୀମାନଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ମାମଲାର ନିଷ୍ପତ୍ତି ହୋଇପାରୁନାହିଁ ବୋଲି ଆଦିବାସୀମାନେ କ୍ଷୋଭ ପ୍ରକାଶ କରିଥିଲେ । ସେହିପରି ନକଲି ଆଦିବାସୀମାନଙ୍କ ମାମଲା ଦୀର୍ଘ ବର୍ଷ ଧରି ରାଜ୍ୟସ୍ତରୀୟ ଯାଞ୍ଚ କମିଟି ତଥା ଉତ୍ତରାଞ୍ଚଳ ରାଜସ୍ବ କମିଶନର କାର୍ଯ୍ୟାଳୟରେ ବିଚାର ନ ହୋଇ ପଡି ରହୁଛି, ଫଳରେ ନକଲି ଆଦିବାସୀ କର୍ମଚାରୀ ମାନେ ସରକାରଙ୍କ ରାଜକୋଷରୁ ଦରମା ହଡପ କରୁଛନ୍ତି । ଏହା ସୁପ୍ରିମ କୋର୍ଟଙ୍କ ଆଦେଶର ପରିପନ୍ଥୀ ବୋଲି ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି ପ୍ରକାଶ କରିଥିଲେ । ସରକାର ଆଦିବାସୀ ମାନଙ୍କ ଜମି , ଜଳ , ଜଙ୍ଗଲକୁ ନକଲି ଆଦିବାସୀ ତଥା ବେନାମିଦାର ଜମି ମଳିକ ଠାରୁ ଉଦ୍ଧାର କରିବା, ଆଦିବାସୀ ମାନଙ୍କ ଶିକ୍ଷା ଭିତିଭୂମିକୁ ସୁଦୃଢ କରିବା , ବଜାର ଦର ବୃଦ୍ଧି ଅନୁସାରେ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରିବା, ଆଦିବାସୀ ମାନଙ୍କୁ ଜଙ୍ଗଲ ଜମିର ଅଧିକାର ସ୍ବୀକୃତି ପ୍ରଦାନ ପ୍ରଭୃତି ଦାବୀ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ବୈଠକରେ ସଂଘ ଖପ୍ରାଖୋଲ ବ୍ଲକ ସଭାପତି ବିପ୍ର ବିଶି, ସମ୍ପାଦକ ସାରଥୀ ବାଗ , ଯୁଗ୍ମ ସମ୍ପାଦକ ଗିରିଧାରୀ ଭୋଇ, ନୀଳାମ୍ବର ମାଝି, ଜଳ ଧରୁଆ, ଘନ ଭୋଇ, ଲେକୃ ଧରୁଆ , ଲଳିତ ମଲ୍ଲିକ, ଧ୍ରୁବଳେଶ୍ବର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମାନବିକତା ଦେଖାଇଲେ ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ୍   15-Oct-2026
  ଜିଲ୍ଲା  
ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   14-Oct-2026
  ଜିଲ୍ଲା  
ବରପାଲି ଜଗନ୍ନାଥ ନଗର ୫୧ ତମ ସାର୍ବଜନିନ ଦୁର୍ଗା ପୂଜାର ସାମ୍ବାଦିକ ସମ୍ମିଳନୀ   14-Oct-2026
  ଜିଲ୍ଲା  
*ଅବୈଧ ମଦ ବିକ୍ରି ଉପରେ ଡାବୁଗାଁ ପୋଲିସର ଚଢ଼ାଉ, ବିପୁଳ ମଦ ଜବତ, ୨ ଅଟକ*   14-Oct-2026
  ଜିଲ୍ଲା  
୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଫେନ୍ସିଂ ଏବଂ ଥାଙ୍ଗ-ଟା ଚାମ୍ପିୟାନସିପ୍ ଉଦଯାପିତ   14-Oct-2026
  ଜିଲ୍ଲା  
ଜିଲ୍ଲାର ପଞ୍ଜିକୃତଗାଡିକୁ ଟୋଲଟେକ୍ସ ଫ୍ରି କରିବାକୁ ବଲାଙ୍ଗୀର ଟୋଲପ୍ଲାଜା ଏକ୍ସନକମିଟିର ଦାବି   14-Oct-2026
  ଜିଲ୍ଲା  
ନବ ନିର୍ମିତ ପୂଜା ମଣ୍ଡପ (ଗାନ୍ଧି ପାଠାଗାର) ଟିକ୍ରାପଡା ର ଉଦ୍‌ଘାଟନୀ ଉତ୍ସବ ୧୬ରେ    14-Oct-2026
  ଜିଲ୍ଲା  
ସିଦ୍ଧାର୍ଥ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ(ପୋଲିସ ଛାଉଣୀରେ କଲେଜ ପରିସର)   14-Oct-2026
  ଜିଲ୍ଲା  
*ଡାବୁଗାଁରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅନୁଷ୍ଠିତ*   14-Oct-2026
  ଜିଲ୍ଲା  
ନଭେମ୍ବର ୧ରେ ପିତାମ୍ବର ସ୍ଵରାକି ଫୁଟବଲ ଟୁର୍ଣ୍ଣାମେଣ୍ଟ   14-Oct-2026
  ଜିଲ୍ଲା  
ସିନ୍ଦୁରପଙ୍କରେ ବିଜୟା ଦଶମୀରେ ରାବଣ ଦରବାର ମହାରାଜ ରାବଣ ଭୂମିକାରେ ଅଭିନୟ କରିବେ ବିଶିଷ୍ଟ କଳାକାର କମଳ ଲୋଚନ ପଣ୍ଡା   14-Oct-2026
ସମ୍ବଲପୁର ଜିଲ୍ଲାର ୧୪ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ହେଲେ ନୂତନ ଡାକ୍ତର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପକୁ ଶ୍ରେୟ; ଜିଲ୍ଲାପାଳଙ୍କୁ ମଧ୍ୟ କୃତଜ୍ଞତା ଜଣାଇଲେ ମିତ୍ରଭାନୁ ଓ ଡା. ରାଜାରାମ   14-Oct-2026

You Might Also Like