-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
08-May-2022
ବଲାଙ୍ଗୀର (ପ୍ରେରଣା ଖବର): ବଲାଙ୍ଗୀର ନିକଟସ୍ଥ ଗଇନ୍ତଲା ଗ୍ରାମରେ ଗତ ତିନି ମଇ ୨୦୨୨ ତାରିଖ ଠାରୁ ସାତ ତାରିଖ ଯାଏ ଗ୍ରାମରେ ବିଜେ ରାଜେ ପ୍ରଭୂ ଜଗନ୍ନାଥଙ୍କ ବିଗ୍ରହ ପରିବର୍ତନ ଉପଲକ୍ଷେ ଯଜ୍ଞ ତଥା ଚବିଶ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି। ତ୍ରିଦିବସୀୟ ଯଜ୍ଞର କର୍ତ୍ତା ଭାବରେ
ବୃନ୍ଦାବନ ପଟେଲ ଓ ପତ୍ନୀ ସୁଦେଷ୍ଣା ପଟେଲ କର୍ତା ଭାବରେ କାର୍ଯ୍ୟ ତୁଳାଇ ଥିବାବେଳେ ୨୪ ପ୍ରହରୀ ନାମ ଯଜ୍ଞର କର୍ତା ଥିଲେ ଦୀପକ ରାଉତ ଓ ତାଙ୍କ ପତ୍ନୀ ସୁସ୍ମିତା ପଟେଲ କର୍ତ୍ତା ଭାବରେ କାର୍ଯ୍ୟ ନିର୍ବାହ କରିଥିଲେ।ଯଜ୍ଞର ବେଦ ମନ୍ତ୍ର ତଥା ନାମ ଯଜ୍ଞର ହରି ଧ୍ବନିରେ ଗଗନ ପବନ ମୁଖରିତ ହେଉ
ଥିବାବେଳେ ଏକ ଆଧ୍ଯାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।ଦୈନିକ ସହସ୍ରାଧିକ ଶ୍ରଦ୍ଧାଳୁ ଏହାକୁ ଉପଭୋଗ କରୁଥିଲେ ଓ ସେମାନଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରା ଯାଇ ଥିଲା।ଏଥିପାଇଁ ଗ୍ରାମର ସମସ୍ତେ ଅକୁଣ୍ଠ ଅର୍ଥ,ଶ୍ରମ ଓ ଦାୟିତ୍ବ ନିର୍ବାହ କରି କାର୍ଯ୍ୟକ୍ରମ ଟିକୁ ସବୁମନ୍ତେ ସଫଳ କରିଥିଲେ।ଏହି ଗାଁ ଟି ଶିକ୍ଷା ଓ ଆଧ୍ୟାତ୍ମିକ କ୍ଷେତ୍ରରେ ଏକ ନାଆଁ କରା ଗାଁ ଭାବରେ ସୁଖ୍ୟାତି ଅର୍ଜନ କରିଛି।ଏହା ଏକ ପ୍ରାଚୀନ ଐତିହାସିକ ଗାଁ ଓ ପାଟଣା ମହାରାଣୀଙ୍କ ସିନ୍ଦୂର ଟିକା ଗାଁ ଅଟେ।