-+91-9937148622 |
prerana_bgr@rediffmail.com |
Thursday 6th August 2026 |
R.N.I. Regd No. ODIODI/2010/46693
Breaking News
06-May-2022
ବଲାଙ୍ଗୀର,(ପ୍ରେରଣା ଖବର) ଲୋକେ ପାଣି ହିଁ ଜୀବନ ବୋଲି କହୁଥିବା ବେଳେ ବଲାଙ୍ଗୀର ମୁନିସିପାଲିଟି ଅନ୍ତର୍ଗତ ୬ନମ୍ବର ୱାର୍ଡ ବାସୀ ଦୂଷିତ ପାଣି ପିଇବା ପରି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ୱାର୍ଡ ର ଆର୍ତ୍ତତ୍ରାଣ ମିଶ୍ର ଓ ଗୋପଭୂଷଣ ନାଥଙ୍କ ଅଭିଯୋଗ ଅନୁଯାୟୀ ଗତକାଲି ପଡାର କୌଣସି ଏକ ବ୍ୟକ୍ତି ପିଏଚ୍ଡି ପାଇପ୍ କୁ କାଟି ନିଜ ଘରକୁ ଚୋରା ପାଇପ୍ କନେକ୍ସନ ଲାଗାଇଥିଲା । ଏହି ପାଇପ୍ କୌଣସି ଏକ ସ୍ଥାନରେ ଡ୍ରେନ ସହ ମିଶିଯାଇଥବା ଯୋଗୁଁ ସମଗ୍ର ପଡାବାସୀ ଗତକାଲି ଦୁର୍ଗନ୍ଧ ଓ ଦୂଷିତ ପାଣି ପିଇବାକୁ
ବାଧ୍ୟ ହୋଇଥିଲେ । ଆଜି ନାଗରିକ କମିଟିର ସଭାପତି ବେଲାର ସିଂହ ଭୋଇ ଓ ସାଧାରଣ ସଂପାଦକ ମନୋରଂଜନ ସାହୁ ଓ ଅନ୍ୟ ସଭ୍ୟ ମାନେ ବଲାଙ୍ଗୀର ପିଏଚ୍ଡି ଅଫିସର ନିର୍ବାହୀ ଯନ୍ତ୍ରୀ ବେହେରା ବାବୁଙ୍କୁ ସାକ୍ଷାତ କରି ସମସ୍ୟା ସଂପର୍କରେ ଅବଗତ କରାଇଥିଲେ । ବଲାଙ୍ଗୀର ନାଗରିକ କମିଟିର ଚାପ ଫଳରେ ନିର୍ବାହୀ ଯନ୍ତ୍ରୀ ଯୁଦ୍ଧାକାଳୀନ ଭିତ୍ତିରେପାଇପ୍ ମରାମତି କରି ବରପାଲିପଡାକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବାର ବ୍ୟବସ୍ଥା କରିଥିଲେ