-+91-9937148622 |

prerana_bgr@rediffmail.com |

  Friday 16th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||      ଶୀଜଗନ୍ନାଥଙ୍କ ୨୪ ଦିବ୍ୟଦେଶ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ   (15-Oct-2026)       ||      ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ଲାୟନ୍ସ ଓ ଲିଓ କ୍ଲବ୍ ତରଫରୁ ମାଗଣା ଚକ୍ଷୁ ସଚେତନତା ଓ ପରୀକ୍ଷା ଶିବିର ଅନୁଷ୍ଠିତ   (15-Oct-2026)       ||      ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର   (15-Oct-2026)       ||      ଡେପୁଟି ସେକ୍ରେଟାରୀ ଓଡ଼ିଶା ସରକାର ଙ୍କ କ୍ଷେତ୍ର ପରିଦର୍ଶନ   (15-Oct-2026)       ||      ମାନବିକତା ଦେଖାଇଲେ ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ୍   (15-Oct-2026)       ||      ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   (14-Oct-2026)       ||      ବରପାଲି ଜଗନ୍ନାଥ ନଗର ୫୧ ତମ ସାର୍ବଜନିନ ଦୁର୍ଗା ପୂଜାର ସାମ୍ବାଦିକ ସମ୍ମିଳନୀ   (14-Oct-2026)       ||      *ଅବୈଧ ମଦ ବିକ୍ରି ଉପରେ ଡାବୁଗାଁ ପୋଲିସର ଚଢ଼ାଉ, ବିପୁଳ ମଦ ଜବତ, ୨ ଅଟକ*   (14-Oct-2026)       ||      ୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଫେନ୍ସିଂ ଏବଂ ଥାଙ୍ଗ-ଟା ଚାମ୍ପିୟାନସିପ୍ ଉଦଯାପିତ    (14-Oct-2026)       ||      ଜିଲ୍ଲାର ପଞ୍ଜିକୃତଗାଡିକୁ ଟୋଲଟେକ୍ସ ଫ୍ରି କରିବାକୁ ବଲାଙ୍ଗୀର ଟୋଲପ୍ଲାଜା ଏକ୍ସନକମିଟିର ଦାବି   (14-Oct-2026)       ||      ନବ ନିର୍ମିତ ପୂଜା ମଣ୍ଡପ (ଗାନ୍ଧି ପାଠାଗାର) ଟିକ୍ରାପଡା ର ଉଦ୍‌ଘାଟନୀ ଉତ୍ସବ ୧୬ରେ    (14-Oct-2026)       ||     

HOME   ଜିଲ୍ଲା

(ଅଷ୍ଟମ ଭୀମପାହାଡ ମହୋତ୍ସବ ଉଦ୍‌ଯାପିତ) ଭୀମପାହାଡ ପର୍ଯ୍ୟଟନସ୍ଥଳୀର  ସର୍ବାଙ୍ଗିନ ବିକାଶ କରାଯିବ-ମନ୍ତ୍ରୀ ସୁଶାନ୍ତ ସିଂ, ଧରମସିଂ ମାଝୀ ମାନଧାତାଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହେବ 

06-May-2022



ବଲାଙ୍ଗୀର,(ପ୍ରେରଣା ଖବର)ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ପର୍ଯ୍ୟଟନସ୍ଥଳୀ ଭୀମପାହାଡରେ ୩ଦିନଧରି  ଚାଲିଥିବା ଅଷ୍ଟମ ଭୀମପାହାଡ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ମହୋତ୍ସବ ପରିଚାଳନା କମିଟୀ  ସଭାପତି ପ୍ରମୋଦ କୁମାର ବହିଦାର ଙ୍କ ସଭାପତିତ ଓ ମୂଖ୍ୟ ଉପଦେଷ୍ଟା ଲକ୍ଷ୍ମଣ କୁମାର ମେହେରଙ୍କ ପରିଚାଳନାରେ ଅନୁଷ୍ଠିତ ଉଦ୍‌ଯାପନୀ ଦିବସରେ ମୂଖ୍ୟ ଅତିଥିଭାବେ ରାଜ୍ୟସରକାରଙ୍କ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ତଥା ବଲାଙ୍ଗୀର ଜିଲ୍ଲା ଯୋଜନାବୋର୍ଡର ଅଧ୍ୟକ୍ଷ ସୁଶାନ୍ତ ସିଂ , ସମ୍ମାନୀତ ଅତିଥି ଭାବେ କଣ୍ଟାମାଳ ବିଧାୟକ ମହିଧର ରଣା, ବିଜେଡିର ଯୁବନେତା  ଅର୍କେଶ ନାରାୟଣ ସିଂ ଦେଓ,ଯୁବବିଜେଡି ନେତା ରାଜେନ୍ଦ୍ର ହୋତା,ଗୁରୁଶ୍ରୀ ଘାସିରାମ ମିଶ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରୀନା ମେହେର, କଳାକାର ଅତିଥି ଗୋଲାପ ବାଗ,ଆଦିବାସୀ ନେତା ସତ୍ୟନାରାୟଣ ଭୋଇ ପ୍ରମୁଖ ଯୋଗଦେଇ ପର୍ଯ୍ୟଟନ ସ୍ଥଳୀ

ଭୀମପାହାଡ ର ଐ୍ୟତିହାସିକ କିମ୍ବଦନ୍ତୀ ରହିଥିବା ବେଳେଏହାର ଅନେକ ଗବେଷଣାର ଆବଶ୍ୟକତା ରହିଛି ବୋଲି ଗୁରୁତ୍ୱାରୋପ କରିଥିଲେ ।ଏ ଦିଗରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗକୁ ପତ୍ର ଲେଖି ଭୀମପାହାଡର ଗୁମ୍ଫା ଗୁଡିକର ଗବେଷଣା କରିବାପାଇଁ ଏ ଦିଗରେ ପ୍ରଚେଷ୍ଟା କରିବି ବୋଲି ମନ୍ତ୍ରୀ ଶ୍ରୀ ସିଂ ପ୍ରତିଶୃତି ଦେଇଥିଲେ । ଏଥିସହ ରାଜ୍ୟ ସରକାର ଏହାର ବିକାଶ  ଦିଗରେ ଅନେକ ପଦକ୍ଷେପ ନେଉଛନ୍ତି ଓ ଆଗାମୀଦିନରେ ଆଠଗାଁର ସ୍ୱର୍ଗତ ଜମିଦାର ସହିଦ ଧରମସିଂ ମାଝି ମାନଧାତାଙ୍କ ଏକ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରାଯିବ ବୋଲି କହିଥିଲେ । ଯୁବନେତା ଅର୍କେଶ ତାଙ୍କ ବକ୍ତବ୍ୟରେ ଭୀମପାହାଡକୁ ରାଜ୍ୟସରକାର ଦେଇଥିବା ଅନୁଦାନ ବିଷୟରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅଞ୍ଚଳର ପର୍ଯ୍ୟଟନକ୍ଷେତ୍ରମାନଙ୍କୁ ସ୍ୱତନ୍ତ୍ର ଭାବରେ ଦୃଷ୍ଟିଦେଉଥିବା କହିଥିଲେ । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହିତ ଭୀମପାହାଡକୁ ଯାଇଥିବା ରାସ୍ତାର ଉନ୍ନତିକରଣ ପାଇଁ ଗ୍ରାମ୍ୟଉନ୍ନୟନ ବିଭାଗ ତରଫରୁ ଦିଆଯାଇଥିବା ୫.୫କୋଟି ଟଙ୍କା ପାଇଁ ଉପସ୍ଥିତ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ । ଉପଦେଷ୍ଟା ଲକ୍ଷ୍ମଣକୁମାର ମେହେର ଭୀମକଟାର ପୁନଃରୁଦ୍ଧାର ଓ ଏଠାକୁ ଯାଇଥିବା ରାସ୍ତାର ଉନ୍ନତିକରଣ ପାଇଁ ମନ୍ତ୍ରୀଙ୍କ ପାଖରେ ଦାବି ରଖିଥିଲେ । ସାମ୍ବାଦିକ ବିଭୂକଲ୍ୟାଣ ଗଡତ୍ୟା ମଞ୍ଚ ପରିଚାଳନା କରିଥିଲେ ।ପୂର୍ଣ୍ଣଚନ୍ଦ୍ର ମାଝୀଙ୍କୁ ଭୀମପାହାଡ ସମ୍ମାନରେ

ସମ୍ମାନୀତ କରାଯାଇଥିବା ବେଳେ ପୂର୍ବତନ ସରପଞ୍ଚ ମାଟୁ ଭୁଏ ଓ ଘୁଡୁକା କଳାକାର ଡ.ପବିତ୍ର ଦଣ୍ଡସେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ।ଏହିଦିନ ବାସୁଦେବ ସା ଙ୍କ ପରିଚାଳନା ତଥା ଅର୍ଜୁୁନକୁମାର ସାହୁ ଓ ଶୁଶୋଭିତା ଗୁରୁଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆସାମର ବିହୁ,ପୋଲସରାର ବାଘନାଚ,ତୁଷୁରା କୃଷ୍ଣକଳା ଅନୁଷ୍ଠାନର ସାନବଡଙ୍କ ଘୁଡୁକାନା.ବଲାଙ୍ଗୀରର ଦୁଲଦୁଲି ଇତ୍ୟାଦ କାର୍ଯ୍ୟକ୍ରମକୁ ୧୦ହଜାର ରୁ ଉର୍ଦ୍ଧ୍ୱ ଦର୍ଶକ ଉପଭୋଗ କରିଥିଲେ । ସଭାପୂର୍ବରୁ ନବୀନ କୁଅଁର ଓ ସାଥିମାନଙ୍କ ଦ୍ୱାରା ସଂଗୀତ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ମହୋତ୍ସବକୁ  କମିଟୀ  ସମ୍ପାଦକ ଗୋବର୍ଦ୍ଧନ ସାହୁ, ଉପଦେଷ୍ଟା ଶୈଳେନ୍ଦ୍ର ସାହୁ, ଯତିନ ବାରିକ, ପିତବାସ ବିଶି,ଦୟା ମହାକୁର ,ଘନ ପଟେଲ,ବିନୋଦ ନାଏକ,ସୁଦାମ ପଟେଲ,ପରମେ ଭୂଏ, କ୍ଷମାନିଧି ମହାକୁର,ନନ୍ଦିକିଶୋର ନାଏକ ,ଜୟଚନ୍ଦ୍ର ନାଏକ, ସୁଦାମ ସାହୁ, ସୁଦାମ ପଧାନ,ରାଜିନ ନାଏକ, ଜିତୁ ବଗର୍ତ୍ତି,ମୋହନ ସାହୁ ତଥା ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।                 


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   16-Oct-2026
  ଜିଲ୍ଲା  
କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି   16-Oct-2026
  ଜିଲ୍ଲା  
ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   16-Oct-2026
  ଜିଲ୍ଲା  
କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   15-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   15-Oct-2026
  ଜିଲ୍ଲା  
ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼   15-Oct-2026
  ଜିଲ୍ଲା  
ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   15-Oct-2026
  ଜିଲ୍ଲା  
ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   15-Oct-2026
  ଜିଲ୍ଲା  
ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   15-Oct-2026
  ଜିଲ୍ଲା  
ଶୀଜଗନ୍ନାଥଙ୍କ ୨୪ ଦିବ୍ୟଦେଶ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ   15-Oct-2026
  ଜିଲ୍ଲା  
ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ଲାୟନ୍ସ ଓ ଲିଓ କ୍ଲବ୍ ତରଫରୁ ମାଗଣା ଚକ୍ଷୁ ସଚେତନତା ଓ ପରୀକ୍ଷା ଶିବିର ଅନୁଷ୍ଠିତ   15-Oct-2026
  ଜିଲ୍ଲା  
ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର   15-Oct-2026

You Might Also Like