-+91-9937148622 |
prerana_bgr@rediffmail.com |
Monday 10th August 2026 |
R.N.I. Regd No. ODIODI/2010/46693
Breaking News
04-May-2022
ବଲାଙ୍ଗୀର(ପ୍ରେରଣା ଖବର) - ସଗରପଡା ନିବାସୀ ଇଂ. ରାମାକାନ୍ତ ଖୁଆସଙ୍କ ଗତ ଶନିବାର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କ ୫୬ବର୍ଷ ହେଉଥିଲା । ଗତ ଶନିବାର ଅପରାହ୍ନରେ ସେ ତାଙ୍କ କାର୍ଯ୍ୟସ୍ଥଳୀରୁ ଫେରିବା ପରେ କେତେଜଣ ଶ୍ରମିକ ପରିଶ୍ରମିକ ଦେଉଥିଲେ । ସେମାନଙ୍କ ସହିତ କଥାବାର୍ତ୍ତା ହେବା ସମୟରେ ଆକସ୍ମିକ ଭାବେ ଅସୁସ୍ଥ ଅନୁଭବ କରି ବସିପଡିଥିଲେ । ପରିବାରବର୍ଗ ସ୍ଥାନୀୟ ଜଣେ ଡାକ୍ତରଙ୍କୁ ଡାକି ପରାର୍ମଶ ନେବାକୁ ତାଙ୍କ ପ୍ରାଣବାୟୁ ଚାଲିଯାଇସାରିଥିଲା । ମୃତ୍ୟୁ ଶର୍ଯ୍ୟ ନିକଟରେ ସ୍ତ୍ରୀ ମଞ୍ଜୁଶ୍ରୀ, ପୁଅ ପ୍ରୀୟଂଶୁ, ଦିବ୍ୟାଂଶୁ, ଝିଅ ସୁଶ୍ରୀ, ପୁତୁରା ଆଇନଜୀବୀ ସୁମିତ, ଭାଇ ଶିବଶଙ୍କର, ରଜନୀକାନ୍ତ,ରାଧାକାନ୍ତଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ । ସ୍ଥାନୀୟ ବିଭୂତିପଡା ଶ୍ମଶାନରେ ଶେଷକୃତ୍ୟ ସମ୍ପନ ହୋଇଥିଲା । ପୁଅ ପ୍ରୀୟଂଶୁ ମୁଖଗ୍ନି ଦେଇଥିଲେ ।