-+91-9937148622 |
prerana_bgr@rediffmail.com |
Monday 10th August 2026 |
R.N.I. Regd No. ODIODI/2010/46693
Breaking News
03-May-2022
ପାଟଣାଗଡ(ପ୍ରେରଣା ଖବର) : ପଶ୍ଚିମ ଓଡିଶାର ଆଦିବାସୀ ନେତା ତଥା ପାଟଣାଗଡ ଅନ୍ତର୍ଗତ ସୁନାମୁଦି ଗ୍ରାମର ଗୌନ୍ତ୍ଯା ବିଶିଷ୍ଟ ଗାନ୍ଧୀବାଦୀ ସର୍ବୋଦୟ ନେତା ନଟବର ଧରୁଆ ଗତ ତା‐୦୨/୦୫/୨୦୨୨ ରିଖ ପବିତ୍ର ଅକ୍ଷୟ ତୃତୀୟା ରାତି ୯ଘଣ୍ଟା ୩୦ମିନିଟ୍ ସମୟରେ ୯୫ ବର୍ଷ ବୟସରେ ଇହଲିଳା ସମ୍ବରଣ କରିଛନ୍ତି l ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ସ୍ବର୍ଗତ ଯୁଧିଷ୍ଠିର ଧରୁଆଙ୍କ ଜେଷ୍ଠ ପୁତ୍ର ନଟବର ଧରୁଆ ପିତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଗାନ୍ଧୀ ବିନୋବା ବିଚାରରେ ନିଜକୁ ନିଜ ଜୀବନରେ ପାଳନ କରିବା ସହିତ ଆଜୀବନ ଖଦୀ ବସ୍ତ୍ର ଧାରଣ କରି ସମାଜରେ କୁସଂସ୍କାର, ଉଚ୍ଚନୀଚ୍ଚ ଭେଦଭାବ ର ଘୋର ବିରୋଧି ଥାଇ ନିଜ ଅଞ୍ଚଳର ଶିକ୍ଷାର ବିକାଶ, ନାରୀ ଜାଗରଣ, ଅଷ୍ପଶ୍ଯତା ନିବାରଣ ଓ ଖଦୀର ପ୍ରଚାର ପ୍ରସାର ପାଇଁ ଏ ଅଂଚଳରେ ତାଙ୍କର ଅବଦାନ ଅତୁଳନୁୟ l ଭାରତୀୟ ଜାତୀୟ କଂଗ୍ରେସର ବଲାଙ୍ଗୀର ଜିଲ୍ଲା ସାଧାରଣ ସଂପାଦକ, ପାଟଣାଗଡ ବ୍ଲକ୍ ଅଧ୍ଯକ୍ଷ, ଜିଲ୍ଲା ଗୋଁଡ ସମାଜର ଉପଦେଷ୍ଟା, ଓଡିଶା ସର୍ବୋଦୟ ମଣ୍ତଳ ସଦସ୍ଯ ଭଳି ମର୍ଯ୍ଯାଦା ସମ୍ପନ୍ନ ଅନୁଷ୍ଠାନ ଗୁଡିକରେ ସେ ଆଜିବନ ସକ୍ରୀୟ ଥିଲେ l ଏ ଅଞ୍ଚଳର ଅନେକ ଅନୁଷ୍ଠାନରେ ସକ୍ରିୟ ଭାବରେ ଜଡିତ ଥାଇ ସୁନାମୁଦୀ ଓ ଘସିଏନ୍ ଗ୍ରାମରେ ଶତାଧିକ ମହିଳା ମାନଙ୍କୁ ସଂଗଠିତ କରି ସୂତାକଟା ଅଭିଯାନକୁ ସଫଳ କରିବାରେ ସେ ମୂଖ୍ଯ ଭୂମିକା ଗ୍ରହଣ କରୀ ଆସୁଥିଲେ l ସ୍ବର୍ଗତ ନଟବର ଧରୁଆଙ୍କ ପରଲୋକରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ପାଞ୍ଚପୁତ୍ର ଏବଂ ବଂଧୁ ପରିଜନ ସହଯୋଗରେ ତାଙ୍କର ଦ୍ବିତୀୟ ପୁତ୍ର ବସନ୍ତ କୁମାର ଧରୁଆ ସ୍ବର୍ଗତ ପିତା ଙ୍କୁ ମୂଖିଗ୍ନୀ ଦେଇଥିଲେ l