-+91-9937148622 |
prerana_bgr@rediffmail.com |
Thursday 13th August 2026 |
R.N.I. Regd No. ODIODI/2010/46693
Breaking News
30-Apr-2022
ବଲାଙ୍ଗୀର( ମଳୟ ମିଶ୍ରଙ୍କ ରିପୋର୍ଟ ) ଗୁଲମୀ ନିକଟସ୍ଥ ତିଖାରୀ ସଂରକ୍ଷିତ ଜଙ୍ଗଲର ଭାଲୁଡୁଙ୍ଗୁରୀ ପାହାଡରେ ବେଆଇନ୍ ରତ୍ନପଥର ଖୋଳାଯାଉଥିବାବେଳେ ୨ ଜଣ ଶ୍ରମିକଙ୍କ ସୁଡଙ୍ଗରେ ଶ୍ବାସରୁଦ୍ଧ ହୋଇ ମୃତ୍ୟୁଘଟଣାରେ ମୁଖ୍ୟଅଭିଯୁକ୍ତ ଗୁଲମୀର ରାଜୁ ସାହୁ ଘରେ ତାଲାପକାଇ ସପରିବାର ଫେରାର୍ ହୋଇଯାଇଥିବା ପ୍ରକାଶ । ଟିଟିଲାଗଡ ଥାନାରେ ଏକ ମାମଲା ଋଜୁ ପୂ ର୍ବକ ଗଣମାଧ୍ୟମରେ ଏହିମାମଲାର ବହୁ ଚର୍ଚ୍ଚା ପ୍ରକାଶ ପାଇବାରୁ ଗିରଫ ଭୟରେ ଏହି ତଥାକଥିତ ରତ୍ନପଥର ମାଫିଆ ଜଙ୍ଗଲରୁ ଆସି ଗୁଲମୀସ୍ଥିତ ଘରେ ତାଲାପକାଇ ଏକ ଅଟୋରିକ୍ସାରେ ପରିବାରଲୋକଙ୍କୁ ଧରି ଟିଟିଲାଗଡ ଘରୋଇ ବସ୍ ଷ୍ଟାଣ୍ଡ୍ କୁ ଆସିଥିବା ଓ ଜଣେ ସମ୍ପର୍କୀୟଙ୍କ ଘରେ ପରିବାର ଛାଡି ଏକ ଭଡାଗାଡିରେ ଫେରାର୍ ହୋଇଯାଇଥିବା ଖବର ପ୍ରକାଶ ପାଉଛି । ତେବେ ଗଲାକିଛିବର୍ଷ ଧରି କଣ୍ଟାବାଞ୍ଜିର କେତେକ ଚୋରାରତ୍ନପଥର ବ୍ୟବସାୟୀଙ୍କ ସହ ସେ କୋଟି କୋଟି ଟଙ୍କାର ବ୍ୟବସାୟ କରିଥିବା ଓ ଏଥିରେ ବନବିଭାଗ ସହିତ ପୁଲିସ୍ ଓ ରାଜସ୍ୱ ଏବଂ ଖଣିବିଭାଗର ପ୍ରାୟ ଅନେକ ଅଧିକାରୀ ଜଡିତ ରହିଥିବା କୁହାଯାଇଛି । ସ୍ଥାନୀୟ ଶ୍ରମିକଙ୍କୁ ଅଧିକ ମଜୁରୀର ପ୍ରଲୋଭନ ଦେଖାଇ ସଂରକ୍ଷିତ ଜଙ୍ଗଲରେ ବେଆଇନ୍ ଖନନ କରୁଥିବା ଓ ବିସ୍ଫୋରକ ଲଗାଇ କ୍ୟାମ୍ପ୍ ପକାଇ ଏହା କରୁଥିବା ଜଣାଯାଇଛି । ଏତେବର୍ଷ ଧରି କେମିତି ସ୍ଥାନୀୟ ବନବିଭାଗ ସମେତ କେହି ଏସମ୍ପର୍କରେ ନୀରବ ରହିଆସିଛନ୍ତି , ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ । ତେବେ ତଦନ୍ତକାରୀମାନେ ଏହି ଖାଲ ଚାଷ ପାଇଁ ଖୋଳାଯାଉଥିବା କହୁଥିବା ଶୁଣିବାକୁ ମିଳୁଛି । ତେଣୁ ଏହାର ତଦନ୍ତର ଗତି ଓ ପରିଣତି ଅଗ୍ରେ ଧାବତି ଧାବତି ବୋଲି ସମାଲୋଚନା କରାଯାଇଛି । ଏହି ତଥାକଥିତ ରତ୍ନ ପଥରମାଫିଆଙ୍କ ସହ ଆଉ କିଏ କିଏ ଏତେବର୍ଷ ଧରି ସାମିଲ୍ ରହିଆସିଥିଲେ , ଏହାର ଏକ ସମ୍ପୂର୍ଣ୍ଣ ତଦନ୍ତକରି ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡବିଧାନ କରିବା ସହିତ ଏହି ବେଆଇନ୍ ମୂଲ୍ୟବାନ୍ ଖଣିଜଦ୍ରବ୍ୟର ଚୋରି ବିରୁଦ୍ଧରେ ଦୃଷ୍ଟ୍ବାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପୁଲିସ୍ , ବନବିଭାଗ ଓ ଖଣିବିଭାଗର ଏକ ସମନ୍ବିତ ତଦନ୍ତ ଦାବି କରାଯାଇଛି ।