-+91-9937148622 |
prerana_bgr@rediffmail.com |
Sunday 16th August 2026 |
R.N.I. Regd No. ODIODI/2010/46693
Breaking News
26-Apr-2022
ବଲାଙ୍ଗୀର (ବସନ୍ତ ମେହେର)ପଶ୍ଚିମ ଓଡ଼ିଶାର ବଲାଙ୍ଗୀରଜିଲ୍ଲା ଖପ୍ରାଖୋଲ ଥାନା ନାନ୍ଦୁପଲା ଗ୍ରାମ ପଞ୍ଚାୟତ ବିଶ୍ୱପ୍ରସିଦ୍ଧ ଗନ୍ଧମାର୍ଦନ ପର୍ବତ ମାଲା ହରିଶଙ୍କର ପୀଠରେ ଆଗକୁ ବୈଶାଖ ନୃସିଂହ ଚତୃଦଶୀ ମେଳା ଅନୁଷ୍ଠିତ ହେବାକୁ ଥିବା ଆଗରୁ ହରିଶଙ୍କର ବଣିକ ସଙ୍ଘ ପକ୍ଷରୁ ମନ୍ଦିର ର ଚତୃପାର୍ଶ୍ୱ କୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି, ଏଥିରେ ବଣିକ ସଙ୍ଘ ର ସଭାପତି ପଞ୍ଚମ କୁମାର ପଧାନ ଙ୍କ ନେତୃତ୍ୱରେ ବସନ୍ତ ଦେ,ଉମେଶ ପୁଝାରୀ, ନାରାୟନ ମେହେର, ବିଶ୍ୱ ମେହେର, ରବୀନ ମେହେର, ଜନ୍ମୟ ସାହୁ ବୀରେନ୍ଦ୍ର ଭୋଇ, ପୂରନ ମେହେର, ଶଙ୍କରୁ ମେହେର,ରୋହିତ ପୁଝାରୀ ସମସ୍ତ ବଣିକସଙ୍ଘ ର ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ,ଖବର ଅନୁଯାୟୀ ଦୀର୍ଘ ଦୁଇ ବର୍ଷ ଧରି କରୋନା ମହାମାରୀ ହେତୁ ମନ୍ଦିର ମଧ୍ୟ ବନ୍ଦ ରହିଥିବା ବେଳେ ହରିଶଙ୍କର ବୈଶାଖମେଳା ମଧ୍ୟ ବନ୍ଦ ରହିଥିଲା, କିନ୍ତୁ ଜିଲ୍ଲାପ୍ରଶାସନ ଅନୁମତି ହେତୁ ଆଗାମୀ ମେଇ ମାସର 14 ତାରିଖରୁ 16 ତାରିକ ବୈଶାଖନୃସିଂହ ଚତୃଦଶୀ ମେଳା ଅନୁଷ୍ଠିତ ହେବାକୁ ଥିବା ପାଇଁ ମନ୍ଦିର ଚତୃପାର୍ଶ୍ଵ,ଝରଣା, ପାର୍କିଂ ଜୋନ ଏବଂ ଦୋକାନ ବଜାର ସାମ୍ନା ରେ ଦୀର୍ଘଦିନ ଧରି ପଡିରହିଥିବା ମଇଳା ଆବର୍ଜନା କୁ ପରିଷ୍କାର ପରିଚନ୍ନ କରାଗଲା, ଆଗାମୀ ଦିନ ଗୁଡିକରେ ମନ୍ଦିର କୁ ବାହାର ରାଜ୍ୟର ହଜାର ହଜାର ଶ୍ରାଦ୍ଧଲୁ ଙ୍କ ଆଗମନ ଥିବାରୁ ସମସ୍ତ ପ୍ରକାର ବ୍ୟବସ୍ତା କିପରି ସୁରୁଖୁରୁରେ ଯାତ୍ରା ଶେଷ ହେବ ତା ଉପରେ ବଣିକ ସଙ୍ଘ ର ଶ୍ରୀ ପଧାନ ପଦକ୍ଷେପ ନେଇହେବ ତାହା ନିଷ୍ପତି ନେଇଥିଲେ l