-+91-9937148622 |
prerana_bgr@rediffmail.com |
Sunday 16th August 2026 |
R.N.I. Regd No. ODIODI/2010/46693
Breaking News
25-Apr-2022
ବଲାଙ୍ଗିର (ପ୍ରେରଣା ଖବର) : ଆଜି ତରେ ବଲାଙ୍ଗିର ଏକ୍ସନ କମିଟି ର ଆବାହକ ଗୋପାଲଜୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ,ଭୀମଭୋଇ ମେଡିକାଲ କଲେଜ .ବଲାଙ୍ଗିର ର ଡିନ (Dean) ଡା. ସବିତା ମହାପାତ୍ରଙ୍କୁ ସାକ୍ଷାତ କରି, ଗତ ୨୨ ତାରିଖରେ ମେଡିକାଲ କଲେଜର ପ୍ରଥମ ବର୍ଷ ଛାତ୍ର ହରିଆଣା ରାଜ୍ୟର ନିଶାନ୍ତ କୁମାରଙ୍କ ସନ୍ଦେହ ଜନକ ମୃତ୍ୟୁ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
ବିଗତ ବହୁ ଦଶନ୍ଧି ଧରି ବଲାଙ୍ଗିର ରେ ମେଡିକାଲ କଲେଜ ପ୍ରତିଷ୍ଠା ର ସ୍ବପ୍ନ ,ବହୁ ଘାତ ପ୍ରତିଘାତ ଏବଂ ବଳିଦାନ ପରେ ଭୀମଭୋଇ ମେଡିକାଲ କଲେଜ ମାଧ୍ୟମରେ ସାକାର ହୋଇଛି। ଯାହା ବଲାଙ୍ଗିରବାସୀଙ୍କ ପାଇଁ ଗର୍ବ ଏବଂ ଗୌରବ ର ବିଷୟ।
କିନ୍ତୁ ବିଗତ ଦୁଇ ବର୍ଷ ମଧ୍ୟରେ ଏହି କଲେଜ ର ଦୁଇ ଦୁଇ ଜଣ ମେଧାବୀ ଛାତ୍ର ଛାତ୍ରୀ ଯେଉଁମାନେ ଅଲଗା ରାଜ୍ୟରୁ ନିଜ ଉଚ୍ଚଶିକ୍ଷା ସମାପନ କରିବା ସ୍ବପ୍ନ ନେଇ ବଲାଙ୍ଗିର ଆସିଥିଲେ, ମାତ୍ର ଏପରି ପରିସ୍ଥିତି ସୃଷ୍ଟି ହେଲା ଯେ
ଉଭୟ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବା କୁ ବାଧ୍ୟ ହେଲେ।
ଏହି ଦୁଇ ଆତ୍ମହତ୍ୟା, ମେଡ଼ିକାଲ କଲେଜ କର୍ତ୍ତୃପକ୍ଷ, ତଥା ପ୍ରଶାସନ କୁ ସନ୍ଦେହ ଘେରରେ ଟାଣି ଆଣୁଛି।
ଏହି ସନ୍ଦର୍ଭ ରେ ବଲାଙ୍ଗିର ଏକ୍ସନ କମିଟି ନିମ୍ନ ଲିଖିତ କିଛି ପ୍ରଶ୍ନ ମେଡ଼ିକାଲ କଲେଜ କର୍ତ୍ତୃପକ୍ଷ ତଥା ସରକାରଙ୍କୁ ପଚାରିବାକୁ ଚାହୁଁଛି।
୧. କଲେଜ ପରିସରରେ ଏପରି କେଉଁ ପରିସ୍ଥିତି ସୃଷ୍ଟି ହେଲା ଯେ ଦୁଇ ବର୍ଷ ମଧ୍ୟରେ ଦୁଇ ଦୁଇ ଜଣ ମେଧାବୀ ଛାତ୍ର ଛାତ୍ରୀ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଲେ।
୨.ଗଣମାଧ୍ୟମ ରୁ ମିଳୁଥିବା ତଥ୍ୟକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ଯେ କଲେଜ ପରିସରରେ ନୂତନ ଛାତ୍ର ଙ୍କୁ ରାଗିଙ୍ଗ କରାଯାଇଛି।କଲେଜରେ ରାଗିଙ୍ଗ ନିଷିଦ୍ଧ ଥିବା ସତ୍ତ୍ୱେ ରାଗିଙ୍ଗ କେଉଁ ଛାତ୍ର ମାନେ କରିଛନ୍ତି ,ସେମାନଙ୍କୁ କଲେଜ କର୍ତ୍ତୃପକ୍ଷ ଚିନ୍ନଟ କରିଛନ୍ତି ନା ତାଙ୍କୁ ଘଣ୍ଟ ଘୋଡ଼ା ଯାଉଛି।
୪.ଛାତ୍ରଛାତ୍ରୀ ମାନଙ୍କ ମାନସିକ ସ୍ବାସ୍ଥ୍ୟ କିପରି ଅଛି ଓ ସେମାନେ କଲେଜ ପରିସରରେ ସୁସ୍ଥ ଏବଂ ନିର୍ଭୟ ରେ ରହୁଛନ୍ତି ନା ନାହିଁ ସେ ନେଇ ମାସ କୁ କେତେ ଥର ଛାତ୍ର ଙ୍କ ସହ ଆଲୋଚନା କରାଯାଉଛି।
୫.ମେଡ଼ିକାଲ କଲେଜ ର ଡିନ (DEAN) ମହାଶୟା ଙ୍କ ଗଣମାଧ୍ୟମ ରେ ଆତ୍ମହତ୍ୟା ସମୟରେ ଦେଇଥିବା ବୟାନ,"ମୁ କିଛି ଜାଣିନି", ତାଂକ ଦାୟିତ୍ୱହୀନତା କୁ ଉଜାଗର କରିବା ସହ ,କଲେଜ ମଧ୍ୟ ରେ ଚାଲୁଥିବା ବିଭିନ୍ନ ଅନୈତିକ କାର୍ଯ୍ୟ କୁ ନୀରବ ସମର୍ଥନ କୁ ଇଙ୍ଗିତ କରୁଛି।
୬.ଏହି ପରିସ୍ଥିତି ରେ ପ୍ରଶାସନ ମଧ୍ୟ ନିଜ ଦୋଷ ଛଡେଇବା ପାଇଁ କେବଳ ଆତ୍ମହତ୍ୟା ର ତଦନ୍ତ କରିବା ଛଡା, ଜଣେ ମେଧାବୀ ଛାତ୍ର ବଲାଙ୍ଗିର ଆସିବାର ୧୦ ଦିନ ମଧ୍ୟରେ କାହିଁକି ଆତ୍ମହତ୍ୟା
କଲା,ତାର କାରଣ କଣ ନଖୋଜି ଦୋଷୀ ମାନଙ୍କୁ ଘଣ୍ଟ ଘୋଡ଼ାଇବା ରେ ଲାଗି ପଡିଛି।
ଭୀମଭୋଇ ମେଡ଼ିକାଲ କଲେଜ, ବଲାଙ୍ଗିର ବାସୀ ଙ୍କ ସ୍ବପ୍ନ ଏବଂ ବହୁତ ବଳିଦାନ ପରେ ଏହି ସ୍ବପ୍ନ ସାକାର ହୋଇଛି।ମାତ୍ର କେତେ ଜଣ ଅପାରଗ ଅଧିକାରୀ ଏବଂ କିଛି ଉତ୍ସୃଙ୍ଖଳ ଛାତ୍ର ଙ୍କ ପାଇଁ, ମେଡିକାଲ କଲେଜ ବଦନାମ ହେବା ,ବଲାଙ୍ଗିର ଜନସାଧାରଣ ସହ୍ୟ କରି ପାରିବେ ନାହିଁ ।ଏଣୁ ବଲାଙ୍ଗିର ଏକ୍ସନ କମିଟି ,ଭୀମଭୋଇ ମେଡିକାଲ କଲେଜ ର ଡିନ (Dean) ଙ୍କୁ ଅବିଳମ୍ବେ ନିଜ ପଦଵୀରୁ ଅପସାରିତ କରିବା ସଙ୍ଗେ ସଙ୍ଗେ ରାଗିଙ୍ଗ କରିଥିବା ପ୍ରତ୍ୟେକ ଛାତ୍ର ଙ୍କୁ ଚିନ୍ନଟ କରିବା ସହ ଦୃଷ୍ଟାନ୍ତ ମୂଳକ ଶାସ୍ତି ଦେବାପାଇଁ ଦାବି କରୁଛି।
କମିଟି ହରିୟାଣା ର ସୁପୁତ୍ର ନିଶାନ୍ତ କୁମାରଙ୍କ ଅକାଳ ନିଧନରେ ଅମର ଆତ୍ମାର ର ସଦଗତି ପାଇଁ ପ୍ରାଥନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି।
ପ୍ରତିନିଧି ମଣ୍ଡଳରେ ମୁନା ପଟ୍ଟନାୟକ,ଉପସଭାପତି ଏକ୍ସନ କମିଟି, ଡ଼ ସୁଜ୍ଞାନୀ ମିଶ୍ର,ଡ଼ ଜ୍ୟୋତ୍ସ୍ନା ମୟୀ ମହାପାତ୍ର,ଡ଼ ମଂଜୁବାଳା ପଣ୍ଡା, ଭବାନୀ ଶତପଥୀ,ସାଗରିକା ଗୁରୁ,ସଭାପତି, ସଚେତନ ମହିଳା ମଞ୍ଚ,ନିହାରିକା ମିଶ୍ର, ବେଳାର ସେନ ଭୋଇ,ସଭାପତି, ନାଗରିକ କମିଟି, ପ୍ରମୋଦ କୁମାର ତ୍ରିପାଠୀ,ସନ୍ତୋଷ ସାହୁ ଏବଂ ଵିନୋଦ କାଳସାଏ,ସଭାପତି, ଯୁବ ଏକ୍ସନ କମିଟି ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।