-+91-9937148622 |
prerana_bgr@rediffmail.com |
Monday 17th August 2026 |
R.N.I. Regd No. ODIODI/2010/46693
Breaking News
25-Apr-2022
ସୋନପୁର – ସୁବର୍ଣ୍ଣପୁର ଜିଲ୍ଲା ପ୍ରାଥମିକ ବିଦ୍ୟାଳୟ ସଂଘର ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ମିଶ୍ର ଓ ସଭାପତି ଦାମୋଦର ପଣ୍ଡା ଙ୍କ ଆବାହକତ୍ବରେ ସ୍ଥାନୀୟ ଏନ ଜି ଓ ସି ସି ହଲ ଠାରେ ଜିଲ୍ଲା ର ୨୫ ଟି ଶିକ୍ଷକ ଓ କର୍ମଚାରୀ ସଂଘର ପ୍ରତିନିଧି ଙ୍କ ଏକ ବୈଠକ ଅନୁଷ୍ଠିତ ହେଇଥିଲା । ଏହି ବୈଠକରେ ରାଜ୍ୟ ସଂଘ ଏନ ଜି ଓ ସିସି ର ସାଧାରଣ ସମ୍ପାଦକ ତଥା ରାଜ୍ୟ ଅମଲାତନ୍ତ୍ର ସଂଘର କାର୍ଯ୍ୟକାରୀ ସଭାପତି ଚିତ୍ତରଞ୍ଜନ ତରାସିଆ, ଜିଲ୍ଲା ପୂର୍ବତନ ସଭାପତି ଦିଲ୍ଲୀପ ରଥ, ଅବସର ପ୍ରାପ୍ତ ଶିକ୍ଷକ ତଥା ଆଇନଜୀବୀ ପ୍ରଦୀପ ପୁରୋହିତ, ବରିଷ୍ଠ ଶିକ୍ଷକ ସଦାନନ୍ଦ ପଣ୍ଡା ମଞ୍ଚାସିନ ହୋଇ ନିଜର ବକ୍ତବ୍ୟ ରଖିଥିଲେ । କେବଳ ପୁରୁଣା ପେନସନ ହିଁ କର୍ମଚାରୀ ମାନଙ୍କ ଭବିଷ୍ୟତକୁ ସୁରକ୍ଷା ପ୍ରଦାନ କରିବ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ଏଥିପାଇଁ ତୃଣମୂଳ ସ୍ତରରୁ ଜିଲ୍ଲା ସଂଘ ଗୁଡିକ ମଜବୁତ କରିବାକୁ ଆହ୍ୱାନ ଦେଇଥିଲେ । ରାଜ୍ୟ ସଂଘ ତଥା ଜିଲ୍ଲା ସ୍ତରରେ ପୁରୁଣା ପେନସନ ପାଇଁ ଆନ୍ଦୋଳନ କରିବାକୁ ଏକ କୋର କମିଟି ଗଠନ କରଯାଇଥିଲା । ଏହି କମିଟି ରେ ଜିଲ୍ଲା ଚୁକ୍ତି ଭିରିକ ସଂଘର ଚିନ୍ନୟାନନ୍ଦ ପାଢୀ, ରେଭେନ୍ୟୁ ସଂଘର ନବେନ୍ଦ୍ର ମହାକୁର, ପୋଲିସ ସଂଘ ର ରଞ୍ଜିତ ପଧାନ,ଭି ଏ ଡବ୍ଲୁ ସଂଘ ର ସୁଶାନ୍ତ ମଲ୍ଲିକ, ହାଇ ସ୍କୁଲ ସଂଘର ଲାଲ ବାବୁ ସେଠି ଓ ପିଷ୍ଟା ରୁ ଦାମୋଦର ପଣ୍ଡା ମନୋନୀତି ହୋଇଥିଲେ ଏହି ବୈଠକ ରେ ରେଭେନ୍ୟୁ ବିଭାଗର ନିରଞ୍ଜନ ନନ୍ଦ, ଜିଲ୍ଲାପାଳ ଅଫିସ ସଂଘ ର ଶିବା ଦାସ, କୋଶଳେଶ୍ବର ପାଣିଗ୍ରାହୀ, ଭି ଏଲ ଡବ୍ଲୁ ସଂଘ ର ଭରତ କୁମ୍ଭାର, ସୁପରଭାଇଜର ସଂଘ ରୁ ଦିଲ୍ଲୀପ ପାଣିଗ୍ରାହୀ, ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ମଧୁସୂଦନ ମହାକୁର, ଏସ ଆର ଏ ସଂଘ ର ଜିତେନ୍ଦ୍ର ପାଢୀ, ଏନ ପି ଏସ ସଂଘର ଆଶିଷ ନାଏକ, ପିଷ୍ଟା ର କାର୍ତ୍ତିକ ସାହୁ, ଓମ ପ୍ରକାଶ ପୂଜାରୀ, ହେମନ୍ତ ମେହେର, ଦୁର୍ଯୋଧନ ମେହେର, ଭେଟନାରୀ ର ସୁନୀଲ ପଣ୍ଡା, ପଞ୍ଚାୟତି ବିଭାଗ ର ସୁଶୀଲ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ଆସନ୍ତା ୧୫ ମେ ରେ ପରବର୍ତୀ ବୈଠକ ହେବାକୁ ନିଷ୍ପତି ନିଆଗଲା । ଶେଷରେ ଓମଓଏ ସଂଘ ର ସ୍ବରୂପ ରଞ୍ଜନ ପୂଝାରି ଧନ୍ୟବାଦ ଦେଇଥିଲେ ।