-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
23-Apr-2022
ବଲାଙ୍ଗୀର(ପ୍ରେରଣା ଖବର) : ପୁଇଁତଲା ବ୍ଳକ ନିଧିସାଗର ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ଗିରିଜା ବାଙ୍କିଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ବୁବେଲ ସରପଞ୍ଚ ସବିତା ମିଶ୍ର, ମୁଖ୍ଯ ବକ୍ତା ଅବସରପ୍ରାପ୍ତ ଶିକ୍ଷକ ତଥା ଲେଖକ ଗୀତାରତ୍ନ ଯୁଗଳ କିଶୋର ପଧାନ ସମ୍ମାନୀତ ଅତିଥି ପୁଇଁତଲା ବ୍ଳକ ଉପାଧ୍ୟକ୍ଷା ରିନିମା ଅମାତ, ଜିଲ୍ଲା ପରିଷଦ ସଦସ୍ଯ କୁମରମଣି ସେଠ, ବୁବେଲ ସମିତି ସଭ୍ଯ ଜୟଭାରତ ଭୋଇ, ଅବସରପ୍ରାପ୍ତ ଏ ସ୍କୁଲର ପ୍ରଥମ ପ୍ରଧାନ ଶିକ୍ଷକ ଅଶୋକ କୁମାର ମିଶ୍ର, ଶିକ୍ଷାବିତ ଭଗବାନ ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ। ପାଠପଢା ସହ ଖେଳକୁଦ,ସାଂସ୍କୃତିକ ଇତ୍ୟାଦି ଉତ୍ସବ ଛାତ୍ରଛାତ୍ରୀଙ୍କ ନୈତିକ ଭୌତିକ ବୌଦ୍ଧିକ ବିକାଶ ପାଇଁ ସହାୟକ । କରୋନା କାରଣରୁ ଦୁଇ ବର୍ଷ ପରେ ପୁଣି ବ୍ୟବସ୍ଥିତ ହେବା ଖୁସିର ବିଷୟ।ମଠ ମନ୍ଦିର ମସଜିଦ ଠାରୁ ବିଦ୍ୟାଳୟ କମ୍ ନୁହେଁ। ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ ସମସ୍ତେ ମିଳିମିଶି ମୋ ସ୍କୁଲ ପ୍ରତି ଯତ୍ନଶୀଳ ହେବା ଦରକାର ବୋଲି ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟର ୪୦ବର୍ଷର ସଂକ୍ଷିପ୍ତ ସଂଘର୍ଷ ମୟ ଇତିହାସ ଆଲୋଚନା କରି ଉଦ୍ୟକ୍ତା ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଚାଳ ମାଟି ଘରୁ ଆରମ୍ଭ ହୋଇଥିବା ବିଦ୍ୟାଳୟର ଆଜି ପାଞ୍ଚୋଟି ଯୋଜନାରେ ନବ କଳେବର ହେଉଛି। ଶହ ଶହ ଛାତ୍ରଛାତ୍ରୀ ଶିକ୍ଷାଲାଭ କରି ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇଛନ୍ତି। ଏ ଅଞ୍ଚଳର ବିକାଶରେ ନିଧିସାଗର ଉଚ୍ଚ ବିଦ୍ୟାଳୟର ଅବଦାନ ଥିଲା ଆଗକୁ ରହିବ। ନିଜ ନିଜ ତରଫରୁ ସମସ୍ତ ସହଯୋଗ କରିବେ ବୋଲି
ଉପସ୍ଥିତ ଲୋକ ପ୍ରତିନିଧିମାନେ କହିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ଶିକ୍ଷକ ଧୀରେନ୍ଦ୍ର ମାହାଣା ସ୍ବାଗତ ଅଭିଭାଷଣ ଓ ଅତିଥି ପରିଚୟ, ପର୍ଶୁରାମ ସାହୁ ବିବରଣୀ ପାଠ, ନକୁଳ ଦଳପତି ଧନ୍ୟବାଦ ଦେଇଥିଲେ।ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଓ ପରିଚାଳନା କମିଟୀ ସଭାପତି ଜୟଦେବ ନାଏକ ଓ ସଦସ୍ଯ ସଦସ୍ଯା କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ।