-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
22-Apr-2022
ବିନିକା(ହିମାଂଶୁ ଶେଖର ପୁଟେଲ)ଆଜାଦିର ଅମୃତ ମହୋତ୍ସବ ଅବସରରେ ବିନିକା ବ୍ଳକ ଅନ୍ତର୍ଗତ ମହାଦେବପାଲି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ବ୍ଳକ ସ୍ତରୀୟ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଅଛି ।ଏଥିରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ରମେଶ ରଞ୍ଜନ ପତି ଯୋଗଦେଇ ସ୍ବାସ୍ଥ୍ୟ ମେଲାକୁ ଉଦ୍ଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ବିନିକା ବିଡ଼ିଓ
ବ୍ୟାସଦେବ ବେହେରା,ସିଦ୍ଧାର୍ଥ ଜୁନିଅର କଲେଜ ଅଧ୍ୟକ୍ଷା ରେଖା ପ୍ରଧାନ,ଜିଲ୍ଲାପରିଷଦ ସଭ୍ୟ ବଶିଷ୍ଠ ଭରାସାଗର,ବିନିକା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ଃ ଅଂଶୁମାଳିନି ପଣ୍ଡା,ବିଇଓ ଶଶିଭୂଷଣ ସେଠୀ,ସିଡିପିଓ ଲକ୍ଷ୍ମୀପ୍ରିୟା ମିଶ୍ର,ସରପଞ୍ଚ ପ୍ରଣତି ମହାକୁର,ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ବିଶ୍ଵାମିତ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ପ୍ରତିଷେଧା ତ୍ମକ ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟର ଯତ୍ନ ଉପରେ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ ।ଏଥିରେ ବିଭିନ୍ନ ବିଭାଗର ବିଶେଷଜ୍ଞ ମାନେ ଆସି ୧୦୧୭ଜଣ ରୋଗୀଙ୍କ ଚିକିତ୍ସା କରିଥିଲେ ।ସେହିପରି ଶିବିରରେ ୧୪ଜଣ ବ୍ୟକ୍ତି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ।