-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
21-Apr-2022
ଲୋଇସିଂହା/ଆଗଲପୁର (ବିନୋଦ କୁମାର ଦୀପ) ବଲାଙ୍ଗୀର ଜିଲ୍ଲାର ଆଗଲପୁର ବ୍ଲକର ଆଗଲପୁରର କଲ୍ୟାଣ ମଣ୍ଡପ ଠାରେ ବ୍ଲକସ୍ତରୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଅଛି l ଏହି ସ୍ୱାସ୍ଥ୍ୟମେଳାକୁ ଲୋଇସିଂହା ବିଧାୟକ ଡକ୍ଟର ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବଲାଙ୍ଗୀର ଜିଲ୍ଲା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ଯୋଗଦେଇ ଥିଲେ l ଆଗଲପୁର ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶଙ୍କର କେରକେଟା ଓ
ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଯୋଗ ଦେଇଥିଲେ l ଆଗଲପୁର ବ୍ଲକର ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ଗିତାରାନି ଦାସ ଉପସ୍ଥିତ ଥିଲେ l ଏହି ସ୍ୱାସ୍ଥ୍ୟ ମେଳା ରେ 10 ଟି ବିଭାଗର ଡାକ୍ତର ଉପସ୍ଥିତ ରହି ଲୋକମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ଔଷଧ ବିତରଣ କରାଯାଇଥିଲା l ଏହି ସ୍ୱାସ୍ଥ୍ୟ ମେଳାରେ ବହୁ ଏସ. ଏଚ. ଜି ଗୋଷ୍ଠୀ ଯୋଗଦେଇ ଲୋକମାନଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରିଥିଲେ l